Advertisment

କାର୍‌ ସହ ପ୍ରପର୍ଟି ଡିଲର୍‌ଙ୍କୁ ଜିଅନ୍ତା ଜାଳିଦେଲେ, ୨ ଅଟକ

ଫର୍ଚୁନର କାର୍‌ଟି ମଙ୍ଗଳବାର ବିଳମ୍ବିତ ରାତିରେ ରାସ୍ତାରୁ ୧୦୦ ମିଟର ଦୂରରେ ଥିବା ଜଙ୍ଗଲ ଭିତରୁ ଜଳନ୍ତା ଅବସ୍ଥାରେ ମିଳିଛି।

author-image
Madhupriya Mistry
Car Fire

Car Fire

ଫର୍ଚୁନର କାର୍‌ରେ ଲାଗିଲା ନିଆଁ। କାର୍ ସହ ଜିଅନ୍ତା ଜଳିଗଲେ ଭିତରେ ଥିବା ବ୍ୟକ୍ତି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ପ୍ରପର୍ଟି ଡିଲର୍‌। ତାଙ୍କୁ ଜିଅନ୍ତା ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି। ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଘଟିଛି ଏଭଳି କିଛି ଭୟଙ୍କର ହତ୍ୟାକାଣ୍ଡ।

Advertisment

ଗ୍ରେଟର ନୋଏଡାର ଦାଦ୍ରି ପୁଲିସ ଷ୍ଟେସନ ପରିସରରେ ଥିବା କୋଟ ପୁଲ ନାଗଲା ନିକଟରେ ଏକ ଫର୍ଚୁନର କାର୍ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କାର ଭିତରେ ବସିଥିବା ଯୁବକ ନିଆଁରେ ପୋଡି ହୋଇଯାଇଛନ୍ତି। ଗାଡିରୁ ନିଆଁ ବାହାରିବା ପରେ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ଯୁବକଙ୍କୁ ଫର୍ଚୁନର କାର୍‌ରୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବାହାରକୁ ଆଣି ପାରିନଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଛି।

ପରେ ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମୃତଦେହକୁ ଜବତ କରିଛି। ମୃତକ ଜଣକ ହେଉଛନ୍ତି ସଞ୍ଜୟ ଯାଦବ। ସେ ପ୍ରପର୍ଟି ଡିଲର୍ ଭାବେ କାମ କରୁଥିଲେ। ସେ ଗାଜିଆବାଦର ନେହେରୁ ନାଗରର ବାସିନ୍ଦା।

Advertisment

ତାଙ୍କ ଫର୍ଚୁନର କାର୍‌ଟି ମଙ୍ଗଳବାର ବିଳମ୍ବିତ ରାତିରେ ରାସ୍ତାରୁ ୧୦୦ ମିଟର ଦୂରରେ ଥିବା ଜଙ୍ଗଲ ଭିତରୁ ଜଳନ୍ତା ଅବସ୍ଥାରେ ମିଳିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ସେପଟେ ସଞ୍ଜୟଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ସଞ୍ଜୟ ଯାଦବଙ୍କ କିଛି ଗହଣାଗାଣ୍ଠିକୁ ନେଇ ତାଙ୍କ ସାଙ୍ଗମାନଙ୍କ ସହ ବିବାଦ ଲାଗି ରହିଥିଲା। ଏଥିପାଇଁ ତାଙ୍କ ସାଙ୍ଗସାଥୀମାନେ ହିଁ ତାଙ୍କୁ ଜୀବନ୍ତ ଜାଳି ହତ୍ୟା କରିଛନ୍ତି ବୋଲି ସେମାନେ କହିଛନ୍ତି। ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

Murder Noida Property Dealer Burnt Death Car Caught Fire