Advertisment

Diwali: ଦିଲ୍ଲୀ-ଏନସିଆରରେ ବାଣ ଫୁଟାଇବାକୁ ଅନୁମତି ଦେବା ବେଳେ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ ?

ଦୀପାବଳି ବେଳେ ଦିଲ୍ଲୀ-ଏନସିଆରକୁ ଚୋରାରେ ବାଣ ଆସୁଛି। ଏଥିଯୋଗୁ ସୃଷ୍ଟି ହେଉଥିବା ପ୍ରଦୂଷଣ ସବୁଜ ବାଣ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ ତୁଳନାରେ ଅଧିକ କ୍ଷତି ଘଟାଉଛି ବୋଲି ସର୍ବୋଚ୍ଚ ଅଦାଲତ ମତ ରଖିଛନ୍ତି।

Diwali

ବାଣ

Advertisment

ଏଥର ଦୀପାବଳିରେ ଦେଶର ରାଜଧାନୀ ଦିଲ୍ଲୀ ଓ ଉପକଣ୍ଠ ଏନସିଆର ଅଞ୍ଚଳରେ ଫୁଟିବ ବାଣ। ଦୀପାବଳିରେ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଲୋକମାନେ ଅକ୍ଟୋବର ୧୮ରୁ ୨୧ ଯାଏ ସବୁଜ ବାଣ ଫୁଟାଇ ପାରିବେ ବୋଲି ସୁପ୍ରିମକୋର୍ଟ(Supreme Court) କହିଛନ୍ତି।

Advertisment

ତେବେ ପ୍ରଦୂଷଣରେ କଲବଲ ହେଉଥିବା ଦିଲ୍ଲୀରେ ସୁପ୍ରିମକୋର୍ଟ କାହିଁକି ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଲେ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ବାଣ ଫୁଟାଇବାକୁ ଗ୍ରୀନ ସିଗ୍ନାଲ ଦେବା ବେଳେ ସର୍ବୋଚ୍ଚ ଅଦାଲତ ବଡ଼ ବୟାନ ଦେଇଛନ୍ତି।

ଦୀପାବଳି(Diwali) ବେଳେ ଦିଲ୍ଲୀ-ଏନସିଆରକୁ ଚୋରାରେ ବାଣ ଆସୁଛି। ଏଥିଯୋଗୁ ସୃଷ୍ଟି ହେଉଥିବା ପ୍ରଦୂଷଣ ସବୁଜ ବାଣ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ ତୁଳନାରେ ଅଧିକ କ୍ଷତି ଘଟାଉଛି ବୋଲି ସର୍ବୋଚ୍ଚ ଅଦାଲତ ମତ ରଖିଛନ୍ତି।  

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ କହିଛନ୍ତି, “ବାଣର ଚୋରା ଚାଲଣ ହେଉଥିବାରୁ ଏହା ସବୁଜ ବାଣ ତୁଳନାରେ ଅଧିକ କ୍ଷତି ଘଟାଉଛି। ଆମକୁ ସନ୍ତୁଳିତ ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ପଡ଼ିବ। ପରିବେଶ ସହ ବୁଝାମଣା ନ କରି ଆମେ ଏଥିପାଇଁ ଅନୁମତି ଦେଉଛୁ।” 

ଯେଉଁ ବାଣରୁ କମ ଧୂଆଁ ଓ ଧୂଳି ବାହରୁ ଥିବ, ତା’କୁ ସାଧାରଣତଃ ସବୁଜ ବାଣ କୁହାଯାଏ। ଏଥିରେ କମ କଞ୍ଚାମାଲ ବ୍ୟବହୃତ ହୋଇଥିଲା। ସୁପ୍ରିମକୋର୍ଟ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ ହେଁ ବିଶେଷଜ୍ଞଙ୍କ ମତରେ ଏଥିରୁ ମଧ୍ୟ କ୍ଷତିକାରଣ ଜନିଷ ଓ ଗ୍ୟାସ ନିର୍ଗତ ହୋଇଥାଏ ବୋଲି କହିଛନ୍ତି।

କୋର୍ଟ ଏହାକୁ ଅସ୍ଥାୟୀ ପଦକ୍ଷେପ ବୋଲି କହିବା ସହ ଏନସିଆର ବାହାରୁ କୌଣସି ବାଣକୁ ଅନୁମତି ମିଳି ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦୀପାବଳି ବେଳେ ରିଜନର ବାୟୁ ଗୁଣବତ୍ତାକୁ ସମୀକ୍ଷା କରିବା ସହ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି।

ଶୁଣାଣି ବେଳେ ସିଜେଆଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ ଯଦି ସବୁଜ ବାଣ ନକଲି ବୋଲି ଠାବ ହେବ, ତା’ହେଲେ ଏହାକୁ ତିଆରି କରିଥିବା କମ୍ପାନୀର ଲାଇସେନ୍ସକୁ ବାତିଲ କରାଯିବ। ଅକ୍ଟୋବର ୧୮ରୁ ୨୧ ମଧ୍ୟରେ ଲୋକମାନେ ବାଣ ଫୁଟାଇ ପାରିବେ। ସେମାନେ କେବଳ ସକାଳ ୬ରୁ ୭ଟା ଓ ରାତି ୮ରୁ ୧୦ଟା ମଧ୍ୟରେ ହିଁ ବାଣ ଫୁଟାଇ ପାରିବେ ବୋଲି ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି। 

ଜଷ୍ଟିସ ଗବାଇ ଓ ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ସ୍ପଷ୍ଟ ଭାବେ କହିଛନ୍ତି ଯେ କେବଳ ଅନୁମୋଦନ ଲାଭ କରିଥିବା ସବୁଜ ବାଣ ହିଁ ବିକ୍ରି ଓ ଫୁଟା ଯାଇ ପାରିବ। ଏଥିରେ କ୍ୟୁଆର କୋଡ ମଧ୍ୟ ରହିବ। କ୍ୟୁଆର କୋଡରେ ବାଣ ତିଆରି କରିଥିବା କମ୍ପାନୀର ଠିକଣାକୁ ଉପଲବ୍ଧ ହେବ। ଫଳରେ ନିମୟ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସହଜ ହୋଇପାରିବ।

ଦିଲ୍ଲୀ ଏନସିଆରରେ ବାଣ ଉପରେ ବ୍ୟାନ ଲାଗିବା ଗୋଟିଏ ନିୟମିତ ପ୍ରସଙ୍ଗ। କାରଣ ବିଗତ କିଛି ବର୍ଷ ହେଲାଣି ଦୀପାବଳି ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ବିପଦଜନକ ସ୍ଥିତିକୁ ଚାଲି ଯାଉଛି। ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହା ଉପରେ ସଂପୂର୍ଣ୍ଣ ବ୍ୟାନ ଲଗାଇବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି। 

କିନ୍ତୁ ବାଣ ଉପରେ ସଂପୂର୍ଣ୍ଣ ବ୍ୟାନ ଲଗାଇବା ପ୍ରଶାସନ ପାଇଁ କାଠିକର ପାଠ ହୋଇଛି। କାରଣ ଦୀପାବଳି ବେଳେ ଚୋରାରେ ଦିଲ୍ଲୀ(Delhi)କୁ ବାଣ ଚାଲାଣ ହେଉଛି। ପ୍ରତି ଦୀପାବଳିରେ ବାଣ ଉପରେ ବ୍ୟାନ ଲାଗୁଥିଲେ ହେଁ ଦିଲ୍ଲୀ-ଏନସିଆରରେ ବାଣ ଫୁଟାଇବା ବନ୍ଦ ହୋଇନାହିଁ। ଏବେ ସୁପ୍ରିମକୋର୍ଟ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସର୍ବୋଚ୍ଚ ଅଦାଲତକୁ ଧନ୍ୟବାଦ ଦେଇଛନ୍ତି। 

Delhi Supreme Court Diwali
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe