Advertisment

ଯୌତୁକରେ ପୁରୁଣା ଫର୍ଣ୍ଣିଚର ମିଳିବାରୁ ବାହାଘର ଭାଙ୍ଗି ଦେଲେ

ଯୌତୁକ ଦେବା ଓ ନେବାକୁ ଭାରତରେ ଅପରାଧ ଭାବେ ବିବେଚନା କରାଯାଉଥିଲେ ମଧ୍ୟ ଏହାକୁ ନେଇ ଅନେକ ସମୟରେ ଅଘଟଣ ଘଟିବାର ନଜିର ରହିଛି।

Groom

Groom

Advertisment

ଯୌତୁକ ଦେବା ଓ ନେବାକୁ ଭାରତରେ ଅପରାଧ ଭାବେ ବିବେଚନା କରାଯାଉଥିଲେ ମଧ୍ୟ ଏହାକୁ ନେଇ ଅନେକ ସମୟରେ ଅଘଟଣ ଘଟିବାର ନଜିର ରହିଛି। ଏମିତି ଏକ ସମାନ ଘଟଣା ଏବେ ହାଇଦ୍ରାବାଦରୁ ଆସିଛି। ଯୌତୁକରେ ଝିଅ ଘର ଲୋକ ପୁରୁଣା ଫର୍ଣ୍ଣିଚର ଦେଇଥିବାରୁ ଜଣେ ବ୍ୟକ୍ତି ଶେଷ ମୁହୂର୍ତ୍ତରେ ବାହାଘର ଭାଙ୍ଗି ଦେଇଛନ୍ତି।

Advertisment

ବାହାଘର ଭାଙ୍ଗି ଦେଇଥିବା ବ୍ୟକ୍ତି ଜଣଙ୍କ ବସ୍‌ ଡ୍ରାଇଭର ଭାବେ କାମ କରନ୍ତି। ତାଙ୍କ ବାହାଘର ରବିବାର ସ୍ଥିର ହୋଇଥିଲା। ହେଲେ ସେ ଶେଷ ମୁହୂର୍ତ୍ତରେ ପୁରୁଣା ଫର୍ଣ୍ଣିଚର ପାଇଁ ବାହାଘର ଭାଙ୍ଗି ଦେଇଥିଲେ। ଏନେଇ ଝିଅଙ୍କ ବାପା ପୁଲିସ୍‌ରେ ଅଭିଯୋଗ କରିବାରୁ ପୁଲିସ୍‌ ମାମଲା ରୁଜୁ କରିଛି।

ଝିଅ ବା କନ୍ୟାର ବାପା କହିଛନ୍ତି, “ବାହାଘର ଭାଙ୍ଗି ଦେବାରୁ ଆମେ ତାଙ୍କ ଘରକୁ ଯାଇଥିଲୁ। ହେଲେ ବରର ବାପା ଆମ ସହିତ ଦୁର୍ବ୍ୟବହାର କରିଛନ୍ତି। ସେମାନେ ଯାହା ମାଗିଥିଲେ ଆମେ କୁଆଡ଼େ ସେସବୁ ଦେଇ ନଥିଲୁ। ଆମେ ଦେଇଥିବା ଫର୍ଣ୍ଣିଚର ପୁରୁଣା ବୋଲି ସେମାନେ କହିଛନ୍ତି। ସେମାନେ ବରଯାତ୍ରୀ ନେଇ ଆସିବାକୁ ମନା କରି ଦେଇଛନ୍ତି। ମୁଁ ବାହାଘର ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଥିବା ବେଳେ ଅତିଥିମାନଙ୍କୁ ମଧ୍ୟ ଡାକିଥିଲି। କିନ୍ତୁ ବର ବାହାଘର ପାଇଁ ଆସି ନଥିଲେ।”

Advertisment

ପୁଲିସ୍ କହିଛି ଯେ ବରର ଘର ଲୋକ ଯୌତୁକରେ ଫର୍ଣ୍ଣିଚର ସହ ଅନ୍ୟାନ୍ୟ ଜିନିଷ ଚାହୁଁଥିଲେ। କିନ୍ତୁ କନ୍ୟା ଘରର ଲୋକ ଦେଇଥିବା ଫର୍ଣ୍ଣିଚର ପୁରୁଣା ଥିବା ଅଭିଯୋଗ କରି ବରର ଲୋକ ଏହାକୁ ଗ୍ରହଣ କରି ନଥିଲେ। ଏଥିସହ ସେମାନେ ବାହାଘର ଭାଙ୍ଗି ଦେଇଥିଲେ। ଏବେ ଆଇପିସିର ବିଭିନ୍ନ ଦଫା ଓ ଯୌତୁକ ନିରୋଧ ଆଇନ ବଲରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Dowry Harassment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe