Advertisment

ଘୋଡ଼ା ପିଠିରେ ଟଳି ପଡ଼ିଲା ବର

ଗତ ଶୁକ୍ରବାର ଏହି ଘଟଣା ଘଟିଥିଲା। ପୂରା ଘଟଣା ସିସିଟିଭିରେ କଏଦ ହୋଇଛି।

Groom

Groom

Advertisment

ବାହା ହେବାକୁ ଶୋଭାଯାତ୍ରାରେ ଆସି ମଣ୍ଡପରେ ପହଞ୍ଚିବା ପରେ ଘୋଡ଼ା ଉପରେ ଟଳି ପଡ଼ିଲା ବର। ଘଟଣାଟି ଘଟିଛି ମଧ୍ୟ ପ୍ରଦେଶର ଶୟୋପୁରରେ। ମୃତକଙ୍କ ନାଁ ପ୍ରଦୀପ ଜାଟ୍‌। ତାଙ୍କୁ ୨୭ ବର୍ଷ ହୋଇଥିଲା। ସେ କଂଗ୍ରେସର ଛାତ୍ର ଶାଖା ଏନ୍‌ଏସ୍‌ୟୁଆଇର ଶୟୋପୁର ଜିଲ୍ଲା ସଭାପତି ଥିଲେ।

Advertisment

ଗତ ଶୁକ୍ରବାର ଏହି ଘଟଣା ଘଟିଥିଲା। ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ପ୍ରଦୀପ ଜାଟ ଘୋଡ଼ା ଉପରେ ବସିଥିବା ବେଳେ ଶୋଭାଯାତ୍ରା ବିବାହ ସ୍ଥଳୀରେ ପହଞ୍ଚି ସାରିଥିଲା। ତେବେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ପାଖରେ ଥିବା ଜଣେ ବ୍ୟକ୍ତି ବୋଧହୁଏ ଏହା ଜାଣି ପାରି ତାଙ୍କ ଦେହରେ ହାତ ପକାଇଥିଲେ। କିନ୍ତୁ ଦେଖୁ ଦେଖୁ ପ୍ରଦୀପ ଜାଟ୍ ଘୋଡ଼ା ଉପରେ ମୁହଁମାଡ଼ି ଶୋଇପଡ଼ିଥିଲେ।

ଉପସ୍ଥିତ ସଂପର୍କୀୟମାନେ ତାଙ୍କୁ ଉଠାଇ ଘୋଡ଼ାରେ ବସାଇବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ସେ ବସି ନଥିଲେ କି ଆଉ ଆଖି ଖୋଲି ନଥିଲେ। ତେଣୁ ତାଙ୍କୁ ଘୋଡ଼ା ଉପରୁ ତଳକୁ ଅଣାଯାଇଥିଲା। ଏହା ଦେଖି ବିବାହ ସ୍ଥଳୀରେ ଉପସ୍ଥିତ ଲୋକେ ସେଠାକୁ ଧାଇଁ ଆସିଥିଲେ। ପରେ ତାଙ୍କୁ ଶୟୋପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଡାକ୍ତର। ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ବିବାହ ସ୍ଥଳୀରେ ପହଞ୍ଚିବା ପୂର୍ବରୁ ପ୍ରଦୀପ ଜାଟ କିଛି ସମୟ ପାଇଁ ଘୋଡ଼ା ପିଠିରୁ ଓହ୍ଲାଇ ବନ୍ଧୁବାନ୍ଧବଙ୍କ ସହିତ ନାଚିଥିଲେ।     

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe