Advertisment

ବରଣମାଳା ପରେ ମଣ୍ଡପ ଉପରେ ଟଳି ପଡ଼ିଲା ବର

ବର ପାଇଁ ଡିଜେ ସାଉଣ୍ଡ ପାଲଟିଥିଲା କାଳ। ମଣ୍ଡପ ଉପରେ ଡିଜେର ଶବ୍ଦ ଜୋର୍‌ରେ ବାଜୁଥିଲା। ଏହାକୁ ବନ୍ଦ କରିବାକୁ ବାରମ୍ବାର କହିଥିଲା ବର।

author-image
Madhupriya Mistry
Groom Dai in front of bride

Groom Dai in front of bride

ସଜେଇ ହୋଇଥିଲା ମଣ୍ଡପ। ପାଖରେ ଥିଲେ ସାଙ୍ଗ ସାଥୀ ଓ ପରିବାର ଲୋକେ। ବନ୍ଧୁ ଅତିଥି ଗଣ ମଧ୍ୟ ଉପସ୍ଥିତ ଥିଲେ। ମଣ୍ଡପ ଉପରେ ସଜେଇ ହୋଇଥିଲେ ବର-କନ୍ୟା। ଆରମ୍ଭ ହୋଇଥିଲା ବିବାହ ରୀତିନୀତି। ବର କନ୍ୟାଙ୍କ ସରିଲା ବରଣମାଳା। ଏହାପରେ ହଠାତ୍ ମଣ୍ଡପ ଉପରେ ହିଁ ଟଳି ପଡ଼ିଲା ବର। କେହି କିଛି ଭାବିବା ଆଗରୁ କନିଆଁ ସାମ୍ନାରେ ହିଁ ବରର ଉଡ଼ିଗଲା ପ୍ରାଣ ବାୟୁ। ଏଭଳି କିଛି ଚକିତ କଲା ଖବର ସାମ୍ନାକୁ ଆସିଛି ବିହାରରୁ।

Advertisment

ବିହାରର ସୀତାମଢ଼ି ଅଞ୍ଚଳରେ। ବୁଧବାର ରାତିରେ ଇନ୍ଦରବା ଗାଁର ଯୁବତୀଙ୍କୁ ବିବାହ କରିବାକୁ ବରଯାତ୍ରୀ ନେଇ ପହଞ୍ଚିଥିଲେ ଧନହା ପଞ୍ଚାୟତର ଗୁଦର ରାୟ। ମଞ୍ଚ ଉପରେ ବରକୁ କନ୍ୟା ନିଜେ ବରଣ କରିଥିଲେ। ଏହାପରେ ଉଭୟ ଉଭୟଙ୍କୁ ବରଣମାଳା ପିନ୍ଧାଇଥିଲେ। କିଛି ସମୟ ଫଟୋସୁଟ ବି ଚାଲିଥିଲା। 

ଚାରିଆଡ଼େ ଡିଜେ ସାଉଣ୍ଡରେ ଦୁଲୁକୁଥିଲା ମଣ୍ଡପ। ବାସ୍ ଏହି ସମୟରେ ହଠାତ୍ ଅସହଜ ହୋଇପଡିଥିଲା ବର। କିଛି ସମୟ ଷ୍ଟେଜ୍ ଉପରେ ବସିବା ପରେ ଟଳିପଡିଥିଲା। ଏହା ଦେଖିବା ପରେ ଚାରିଆଡେ ଆତଙ୍କ ଖେଳିଯାଇଥିଲା। ବିବାହ ଖୁସିରେ ଲାଗିଯାଇଥିଲା ବ୍ରେକ। ତୁରନ୍ତ ବରକୁ ହସ୍ପିଟାଲ ନିଆଯାଇଥିଲା। ତେବେ ଅଧବାଟରେ ହିଁ ତା’ର ମୃତ୍ୟୁ ହୋଇଥିବା ଜଣାପଡିଛି। 

Advertisment

ବର ପାଇଁ ଡିଜେ ସାଉଣ୍ଡ ପାଲଟିଥିଲା କାଳ। ମଣ୍ଡପ ଉପରେ ଡିଜେର ଶବ୍ଦ ଜୋର୍‌ରେ ବାଜୁଥିଲା। ଏହାକୁ ବନ୍ଦ କରିବାକୁ ବାରମ୍ବାର କହିଥିଲା ବର। କିନ୍ତୁ କେହି ଶୁଣି ନଥିଲେ। ଏହାପରେ ବର ଟଳିପଡିଥିଲା ବୋଲି ସେଠାରେ ଥିବା ସମ୍ପର୍କୀୟମାନେ କହିଛନ୍ତି। ସେପଟେ ବରର ମୃତ୍ୟୁ ପରେ କନିଆଁ ଘରେ ଶୋକର ଛାୟା ଖେଳିଯାଇଛି। 

Viral Groom