Advertisment

ଠିକଣା ଦେଇ ଠକି ଦେଲେ, ଶିଶୁପାଳ ହୋଇ ଫେରିଲେ ବର

ଅନଲାଇନ ପ୍ରେମିକାର ଠକାମୀର ଶିକାର ହୋଇ ବାହା ହେବାକୁ ବରଯାତ୍ରୀ ନେଇ ଯାଇଥିବା ଯୁବକ ଶେଷରେ ଶିଶୁପାଳ ହୋଇ ଫେରିଛନ୍ତି।

Deepak

Deepak

Advertisment

ମୁଣ୍ଡରେ ନାଲି ମକୁଟ। ଦେହରେ ଚକଛକ ଶେରୱାନୀ। ସାଙ୍ଗରେ ୧୫୦ ଜଣ ବର ଯାତ୍ରୀ। ବାଜା ବଜାଇ, ବାଣ ଫୁଟାଇ ବାହା ହେବାକୁ ଆସିଥିଲେ। ହେଲେ ସେ ଜାଣି ନଥିଲେ ଯେ ବାହା ହେବାକୁ ଠିକଣା ଦେଇଥିବା ଅନଲାଇନ ପ୍ରେମିକା ତାଙ୍କୁ ଠକି ଦେବ। ଅନଲାଇନ ପ୍ରେମିକାର ଠକାମୀର ଶିକାର ହୋଇ ବାହା ହେବାକୁ ବରଯାତ୍ରୀ ନେଇ ଯାଇଥିବା ଯୁବକ ଶେଷରେ ଶିଶୁପାଳ ହୋଇ ଫେରିଛନ୍ତି।

Advertisment

ପଞ୍ଜାବର ଜଲନ୍ଧରରୁ ଏପରି ଖବର ସାମ୍ନାକୁ ଆସିଛି। ଦୁବାଇରେ ଶ୍ରମିକ ଭାବେ କାମ କରୁଥିବା ୨୪ ବର୍ଷୀୟ ଦୀପକ କୁମାର ବର ବେଶରେ ୧୫୦ ବର ଯାତ୍ରୀଙ୍କୁ ବାହା ହେବାକୁ ମୋଗା ସହରରେ ପ୍ରେମିକା ଦେଇଥିବା ଠିକଣାରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ନା ଥିଲା ମଣ୍ଡପ ନା ଥିଲେ ପ୍ରେମିକା।

ଦୀପକ କୁମାରଙ୍କ ଘର ମାଣ୍ଡିଆଲା ଗାଁରେ। ସେ ଦୁବାଇରେ ଦିନ ମଜୁରିଆ ଭାବେ କାମ କରନ୍ତି। ସେ ମନୀପ୍ରୀତ କୌରଙ୍କୁ ବିବାହ କରିବା ପାଇଁ ଗୋଟିଏ ମାସ ତଳେ ଘରକୁ ଆସିଥିଲେ। ମନପ୍ରୀତ ଓ ଦୀପକ ପରସ୍ପରକୁ ଇନଷ୍ଟାଗ୍ରାମରେ ଭେଟିଥିଲେ ଓ ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେମାନେ କେବେ ହେଲେ ପରସ୍ପରକୁ ବ୍ୟକ୍ତିଗତ ଭାବେ ଭେଟି ନଥିଲେ। ୩ ବର୍ଷ ହେଲା କେବଳ ଫୋନ ଓ ଅନଲାଇନରେ ସେମାନେ କଥା ହେଉଥିଲେ।

Advertisment

ଏସବୁ ଭିତରେ ଉଭୟ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ମୋଗା ସ୍ଥିତି ରୋଜ ଗାର୍ଡେନ ପ୍ୟାଲେସ ନାମକ ସ୍ଥାନରେ ବାହା ଘର ହେବ ବୋଲି ମନପ୍ରୀତ କହିଥିଲେ। ଦୀପକ ମଧ୍ୟ ଏଥିରେ ରାଜି ହୋଇଥିଲେ।

ତେବେ ଡିସେମ୍ବର ୬ରେ ଦୀପକ, ତାଙ୍କ ପରିବାର ଲୋକ ଓ ବନ୍ଧୁମାନଙ୍କ ଧରି ମନପ୍ରୀତ ଦେଇଥିବା ଠିକଣାରେ ଯେତେବେଳେ ବାହା ହେବାକୁ ପହଞ୍ଚିଥିଲେ ସେତେବେଳେ ସେଠାରେ କିଛି ବି ନଥିଲା। କନିଆଁ ସେଠାରେ ନଥିବା ବେଳେ ସେମିତି ମଣ୍ଡପ ବି ସେଠାରେ ନଥିଲା।

ଦୀପକ ଏହା ଦେଖି ଚକିତ ହେବା ସହ ମନପ୍ରୀତଙ୍କୁ ଯୋଗ ଯୋଗ କରିଥିଲେ। ପ୍ରଥମେ ମନପ୍ରୀତ ପରିବାର ଲୋକ ବରଯାତ୍ରୀଙ୍କୁ ଆଣିବାକୁ ଯାଉଥିବା କହିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ଫୋନ ବନ୍ଦ କରିଦେଇଥିଲେ।

ଦୀପକ ଓ ୧୫୦ ଜଣ ବରଯାତ୍ରୀ ମୋଗାର ଲୋହାରା ଚୌକ ଠାରେ ସନ୍ଧ୍ୟା ୬ଟା ଯାଏ ଅପେକ୍ଷା କରି ରହିଥିଲେ। କିନ୍ତୁ କନିଆଁ କିମ୍ବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରକାରର ଯୋଗାଯୋଗ କରାଯାଇ ନଥିଲେ। ଶେଷରେ କୌଣସି ଉପାୟ ନ ପାଇ ବାହା ହେବାକୁ ଯାଉଥିବା ଦୀପକ ନିରାଶ ହୋଇ ଘରକୁ ଫେରିଥିଲେ। ଏନେଇ ଦୀପକ ଓ ତାଙ୍କ ବାପା ପ୍ରେମ ଚାନ୍ଦ ପୁଲିସରେ ଗୋଟିଏ ଅଭିଯୋଗ ଦାଖଲ କରିଛନ୍ତି।

ନିଜର ଅଭିଯୋଗରେ ଦୀପକ କହିଛନ୍ତି ଯେ ମନପ୍ରୀତ ବାହାଘର ଖର୍ଚ୍ଚ ପାଇଁ ତାଙ୍କ ଠାରୁ ୫୦ରୁଚ ୬୦ ହଜାର ଟଙ୍କା ନେଇଛନ୍ତି। ଏବେ ସେ ଠକି ଥିବାରୁ ପୁଲିସ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ପ୍ରେମ ଚାନ୍ଦଙ୍କ କହିବା କଥା ଯେ ସେମାନେ କେବେ ହେଲେ ମନପ୍ରୀତଙ୍କ ପରିବାର ଲୋକଙ୍କ ସହ ସିଧାସଳଖ କଥା ହୋଇନାହାନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ବାହାଘର ଡିସେମ୍ବର ୨ରେ ହେବାର ଥିଲା। କିନ୍ତୁ ମନପ୍ରୀତ ତାଙ୍କ ବାପାଙ୍କ ଦେହ ଖରାପ ଥିବା କହି ଏହାକୁ ଡିସେମ୍ବର ୬କୁ ଘୁଞ୍ଚାଇ ଦେଇଥିଲେ। ହେଲେ ବାହାଘର ଦିନ ମନପ୍ରୀତ ଠକି ଥିବା ସେ ଅଭିଯୋଗ କରିଛନ୍ତି।

ପୁଲିସ୍‌ ମାମଲା ରୁଜୁ କରି ଫୋନ ନମ୍ବର ଜରିଆରେ ମନପ୍ରୀତଙ୍କୁ ଖୋଜିବା ଆରମ୍ଭ କରିଛି। ହେଲେ ଏଯାଏ ତାଙ୍କର ପତ୍ତା ମିଳିନାହିଁ।

Punjab Groom
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe