Advertisment

କିଛି ଦିନ ପରେ ସାଜିଥାନ୍ତେ ବର, 'ସ୍ମାଇଲ୍ ଡିଜାଇନିଂ' ଅସ୍ତ୍ରୋପଚାର ବେଳେ ଚାଲିଗଲା ଜୀବନ

ଆଉ କିଛି ଦିନ ପରେ ବର ସାଜି ବେଦିରେ ବସିଥାନ୍ତେ। ହେଲେ ଆକର୍ଷଣୀୟ ଦିଶିବାର ନିଶା ଜୀବନ ନେଇଯାଇଛ!

author-image
Debibandita Barick
ଅଦ୍ୟତନ ହୋଇଛି
Laxmi Narayana Vinjam's File Photo

Laxmi Narayana Vinjam's File Photo

ଆଉ କିଛି ଦିନ ପରେ ବର ସାଜି ବେଦିରେ ବସିଥାନ୍ତେ। ହେଲେ ଆକର୍ଷଣୀୟ ଦିଶିବାର ନିଶା ଜୀବନ ନେଇଯାଇଛ! ହସକୁ ଆକର୍ଷଣୀୟ କରିବା ପାଇଁ 'ସ୍ମାଇଲ୍ ଡିଜାଇନିଂ' ସର୍ଜରୀ ବେଳେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ହାଇଦ୍ରାବଦରେ।

Advertisment

ମୃତ ଯୁବକ ଜଣକ ହେଉଛନ୍ତି ୨୮ ବର୍ଷୀୟ ଲକ୍ଷ୍ମୀ ନାରାୟଣ ଭିଞ୍ଜମ। ତାଙ୍କର ଏହି ମାସ ବାହାଘର ଘର ଥିଲା। ବାହାଘର ଥିବାରୁ ଆକର୍ଷଣୀୟ ଦେଖାଯିବା ପାଇଁ 'ସ୍ମାଇଲ୍ ଡିଜାଇନିଂ' କରାଇବାକୁ ମନସ୍ତ କରିଥିଲେ। ଏଥିପାଇଁ ସେ ଜୁବଲି ହିଲ୍ସରେ ଥିବା FMS ଇଣ୍ଟରନ୍ୟାସନାଲ୍ ଡେଣ୍ଟାଲ କ୍ଲିନିକରେ ପହଞ୍ଚିଥିଲେ।

ଡକ୍ଟରଙ୍କ ପରାମର୍ଶ କ୍ରମେ 'ସ୍ମାଇଲ୍ ଡିଜାଇନିଂ' କରାଇବାକୁ ମନସ୍ତ କରିଥିଲେ। ଫେବ୍ରୁଆରୀ ୧୬ରେ ଏହି ପ୍ରକ୍ରିୟା ଚାଲିଥିବା ବେଳେ ଲକ୍ଷ୍ମୀ ନାରାୟଣଙ୍କ ମୃତ୍ୟୁ ଘଟିଛି। ମାତ୍ରାଧିକ ଆନାସ୍ଥେସିଆ ଦିଆଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଲକ୍ଷ୍ମୀ ନାରାୟଣଙ୍କ ବାପା ରାମୁଲୁ ଭିଞ୍ଜାମ ଅଭିଯୋଗ କରିଛନ୍ତି।

Advertisment

ଲକ୍ଷ୍ମୀ ନାୟାରଣଙ୍କ ବାପା ଏନେଇ ପୁଲିସରେ ଏକ ମାମଲା ଦାଖଲ କରିଛନ୍ତି। ରାମୁଲୁ ଭିଞ୍ଜାମ କହିଛନ୍ତି, ଅସ୍ତ୍ରୋପଚାର ସମୟରେ ତାଙ୍କ ପୁଅଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ହସ୍ପିଟାଲ କର୍ମଚାରୀମାନେ ତାଙ୍କୁ କଲ୍ କରି କ୍ଲିନିକକୁ ଆସିବାକୁ କହିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ, କିନ୍ତୁ ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଛନ୍ତି। 

ସେ କହିଛନ୍ତି ଯେ, ତାଙ୍କ ପୁଅ ଅସ୍ତ୍ରୋପଚାର ବିଷୟରେ ସେମାନଙ୍କୁ ଜଣାଇ ନଥିଲେ। ତାଙ୍କର କୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ନଥିଲା। ପୁଅର ମୃତ୍ୟୁ ପାଇଁ ଡାକ୍ତରମାନେ ଦାୟୀ ବୋଲି ଲକ୍ଷ୍ମୀ ନାରାୟଣଙ୍କ ବାପା ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଅବହେଳା ପାଇଁ କ୍ଲିନିକ ବିରୋଧରେ ଏକ ମାମଲା ଦାୟର କରାଯାଇଛି। ଡାକ୍ତରଖାନାର ରେକର୍ଡ ଏବଂ ଭିଡିଓ ଫୁଟେଜ ଯାଞ୍ଚ କରାଯାଉଥିବା ପୁଲିସ କହିଛି।

Groom Dies During Surgery Smile Designing Hyderabad Clinic