Advertisment

ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ବର ଗାଡ଼ି, ୧୧ ଗୁରୁତର

ବରକୁ ନେଇ ବିବାହ ମଣ୍ଡପକୁ ଯାଉଥିବା ଜିପ୍‌ଟି ବର ଯାତ୍ରୀଙ୍କ ଉପରେ ମାଡ଼ିଗଲ। ଫଳରେ ଯେଉଁ ଅଞ୍ଚଳ ହସଖୁସିରେ ଫାଟି ପଡ଼ୁଥିଲା ସେଠି ଶୁଣିବାକୁ ମିଳିଲା କାନ୍ଦ ବୋବାଳି ।

car

car

Advertisment

ଡିଜେ ଶବ୍ଦରେ କମ୍ପୁଥିଲା ରାସ୍ତା । ଧୀରେ ଧୀରେ ଆଗକୁ ବଢ଼ୁଥିଲା ବର ଗାଡ଼ି। ଆଉ ତା’ ଆଗରେ ଧୁମ ମଚାଉଥିଲେ ବର ଯାତ୍ରୀ। ଗୀତର ତାଳେ ତାଳେ ଝୁମିବାରେ ବ୍ୟସ୍ତ ଥିଲେ । ହେଲେ ଠିକ୍‌ ଏହି ସମୟରେ ଘଟିଲା ଅଘଟଣ । ବରକୁ ନେଇ ବିବାହ ମଣ୍ଡପକୁ ଯାଉଥିବା ଜିପ୍‌ଟି ବର ଯାତ୍ରୀଙ୍କ ଉପରେ ମାଡ଼ିଗଲ। ଫଳରେ ଯେଉଁ ଅଞ୍ଚଳ ହସଖୁସିରେ ଫାଟି ପଡ଼ୁଥିଲା ସେଠି ଶୁଣିବାକୁ ମିଳିଲା କାନ୍ଦ ବୋବାଳି । ଲୋକଙ୍କ ଆର୍ତ୍ତ ଚିତ୍କାରରେ ଫାଟି ଉଠିଲା ସମଗ୍ର ଅଞ୍ଚଳ । ଏହି ଦୁର୍ଘଟଣାରେ ୧୧ ବର ଯାତ୍ରୀ ଗୁରୁତର ହୋଇଛନ୍ତି।

Advertisment

ଏପରି ଏକ ଛାତିଥରା ଘଟଣା ମହାରାଷ୍ଟ୍ରର ଉଲ୍ଲାସନଗରରେ ଘଟିଛି । ଅଭିଯୁକ୍ତ ଡ୍ରାଇଭରଜଣକ ବରଯାତ୍ରୀ ସହ ସେଲଫି ନେବାକୁ ଚେଷ୍ଟା କରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

ଗତ ସୋମବାର ସନ୍ଧ୍ୟା ସମୟରେ ଉଲ୍ଲାସନଗରସ୍ଥିତ ପ୍ରବୀଣ ଇଣ୍ଟର ନ୍ୟାସନାଲ ହୋଟେଲରେ ଏକ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା। ଏହି ସମୟରେ ବର ଏକ ସୁସଜ୍ଜିତ ଜିପ୍‌ରେ ହୋଟେଲକୁ ଯାଉଥିବା ବେଳେ ଡ୍ରାଇଭର ସେଲଫି ନେଉଥିଲେ। ମାତ୍ର ହଠାତ୍‌ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦେବାରୁ ଗାଡ଼ିଟି ଜଣକ ପରେ ଜଣେ ବର ଯାତ୍ରୀଙ୍କ ଉପରେ ଚଢ଼ି ଯାଇଥିଲା। ଏଥିରେ ୧୧ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବହୁ ମହିଳା ଥିବା ଜଣାଯାଇଛି।

Advertisment

ତୁରନ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ କିଛି ବରଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ସେଣ୍ଟ୍ରାଲ ପୁଲିସ୍‌ ଗାଡ଼ିକୁ ଜବତ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe