Advertisment

Uttar Pradesh: ବାହା ହେଉଥିଲେ ସ୍ୱାମୀ, ମଣ୍ଡପରେ ଧସେଇ ପସିଲେ ପ୍ରଥମ ପତ୍ନୀ: ଆଉ ତା’ପରେ...

ରେଶମା ନିଜକୁ ବିନୟଙ୍କ ପ୍ରଥମ ପତ୍ନୀ ବୋଲି ସର୍ବସମ୍ମୁଖରେ ଦାବି କରିଥିଲେ। ଏହାପରେ ବିନୟଙ୍କ ସହ ବାହାଘର ବେଳେ ଉଠିଥିବା ଫଟୋକୁ ପ୍ରମାଣ ସହ ଷ୍ଟେଜ ଉପରେ ଛିଡ଼ା ହୋଇ ସମସ୍ତଙ୍କୁ ଦେଖାଇଥିଲେ।

author-image
Hemant Lenka
UP

ବିନୟ ଓ ରେଶମା

ବାହାଘର ଚାଲିଥିଲା। ବର-କନ୍ୟା ବାହା ହେବାକୁ ରେଡୀ ଥିଲେ। ଉଭୟଙ୍କ ପରିବାର ମଧ୍ୟ ସବୁ କିଛି ପ୍ରସ୍ତୁତି ଶେଷ କରି ସାରିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ବାହାଘର ମଣ୍ଡପରେ ଘଟିଛି ଅତ୍ୟନ୍ତ ନାଟକୀୟ ଘଟଣା। ବର ବେଶରେ ଥିବା ବ୍ୟକ୍ତିଙ୍କ ପ୍ରଥମ ପତ୍ନୀ ହଠାତ୍‌ ବିବାହ ମଣ୍ଡପରେ ପହଞ୍ଚିଥିଲେ। ଆଉ ତା’ପରେ ବାହାଘର ମଣ୍ଡପରେ ଯାହା ଘଟିଥିଲା, ତା’କୁ ଦେଖି ସମସ୍ତେ ଜଳକା ହୋଇଯାଇଛନ୍ତି। 

Advertisment

ଉତ୍ତର ପ୍ରଦେଶ(Uttar Pradesh)ର ବସ୍ତି ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି। ବରର ପ୍ରଥମ ପତ୍ନୀ ହଠାତ୍‌ ବିବାହ ମଣ୍ଡପରେ ପହଞ୍ଚି ସ୍ୱାମୀଙ୍କ ବାହାଘରକୁ ଅଟକାଇ ଦେଇଛନ୍ତି। ପ୍ରଥମ ପତ୍ନୀ ଥାଉଥାଉ ବ୍ୟକ୍ତି ଜଣଙ୍କ ବେଆଇନ ଭାବେ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ ବୋଲି ଅଭିଯୋଗ ହୋଇଛି। 

ବିନୟ ଆନନ୍ଦ ଶର୍ମା ନାମକ ଜଣେ ବ୍ୟକ୍ତି ଜୟମାଳା କାର୍ଯ୍ୟକ୍ରମ ପରେ ଷ୍ଟେଜରେ ବସି ରହିଥିଲେ। ଏହି ସମୟରେ ତାଙ୍କ ପ୍ରଥମ ପତ୍ନୀ ରେଶମା ହଠାତ୍‌ ପରିବାର ସହ ଷ୍ଟେଜରେ ପହଞ୍ଚିଥିଲେ। ସେ ସିଧା ବିନୟଙ୍କ ପାଖରେ ପହଞ୍ଚି ତାଙ୍କୁ ପ୍ରଶ୍ନବାଣରେ ଘାଇଲା କରି ଚାଲିଥିଲେ। ଏଥିଯୋଗୁ ବାହାଘର କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହୋଇଥିଲା। 

Advertisment

ରେଶମା ନିଜକୁ ବିନୟଙ୍କ ପ୍ରଥମ ପତ୍ନୀ ବୋଲି ସର୍ବସମ୍ମୁଖରେ ଦାବି କରିଥିଲେ। ଏହାପରେ ବିନୟଙ୍କ ସହ ବାହାଘର ବେଳେ ଉଠିଥିବା ଫଟୋକୁ ପ୍ରମାଣ ସହ ଷ୍ଟେଜ ଉପରେ ଛିଡ଼ା ହୋଇ ସମସ୍ତଙ୍କୁ ଦେଖାଇଥିଲେ। ରେଶମା ଅଭିଯୋଗ କରିଛନ୍ତି ଯେ ବିନୟ ତାଙ୍କ ଆକାଉଣ୍ଟରୁ ବିପୁଳ ପରିମାଣର ଟଙ୍କା ନେଇଛନ୍ତି। ଏଥିସହ ତାଙ୍କ ନାଁରେ ଗୋଟିଏ କାର ମଧ୍ୟ ମାସିକା କିସ୍ତରେ ଉଠାଇଛନ୍ତି। ଏହାପରେ ସେ ତାଙ୍କୁ ଛାଡ଼ି ଗୁପ୍ତରେ ଦ୍ୱିତୀୟ ବିବାହ କରିବାକୁ ଯାଉଥିବା ସେ କହିଥିଲେ।

ଗୁଜରାଟର ଅଙ୍କଲେଶ୍ୱରର ମୂଳବାସିନ୍ଦା ହେଉଛନ୍ତି ରେଶମା। ପାଠପଢ଼ିବା ବେଳେ ବିନୟଙ୍କ ସହ ତାଙ୍କର ପ୍ରେମ ହୋଇଥିଲା। ୨୦୨୨ ମାର୍ଚ୍ଚ ୩୦ରେ ବିନୟ ଓ ରେଶମା ପ୍ରଥମେ କୋର୍ଟ ଏବଂ ପରେ ବୈଦିକ ରୀତିନୀତିରେ ସେମାନେ ବିବାହ କରିଥିଲେ। ଏଥିରେ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ରହିଥିଲେ।

ତେବେ ପରବର୍ତ୍ତୀ ଅବସ୍ଥାରେ ପାରିବାରିକ ଜୀବନରେ ଆସିଥିଲା ଝଡ଼। ମାମଲା ସିଧା କୋର୍ଟରେ ପହଞ୍ଚିଥିଲା। ଉଭୟଙ୍କ ଛାଡ଼ପତ୍ରର ଶୁଣାଣି ଏବେ ଆରମ୍ଭ ହୋଇଥିବା ବେଳେ ସେମାନଙ୍କ ବିଚ୍ଛେଦ ଆଇନଗତ ଉପାୟରେ ହୋଇନାହିଁ। ଏସବୁ ଭିତରେ ବିନୟ ନିଜ ଜନ୍ମ ଗାଁକୁ ଫେରି ଯାଇଥିଲେ।

ସେଠାରେ ପରିବାର ଲୋକ ତାଙ୍କର ଦ୍ୱିତୀୟ ବିବାହ ଠିକ କରିଥିଲେ। ରେଶମାଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇ ନଥିଲେ ହେଁ ସେ ଦ୍ୱିତୀୟ ବିବାହ ପାଇଁ ବାହାରି ଯାଇଥିଲେ। ସେ ପୂରା ଶୋଭାଯାତ୍ରା ସହ ଆସିବା ସହ ସବୁ କିଛି ସ୍ୱାଭାବିକ ଢଙ୍ଗରେ ହେବ ବୋଲି ଆଶା କରିଥିଲେ। କିନ୍ତୁ ରେଶମା ଠିକଣା ସମୟରେ ବାହାଘର ମଣ୍ଡପରେ ପହଞ୍ଚି ବିନୟଙ୍କ ସବୁ ଖେଳକୁ ଭଣ୍ଡୁର କରି ଦେଇଛନ୍ତି। 

ରେଶମା ବିବାହ ମଣ୍ଡପରେ ହଙ୍ଗାମା କରିବାରୁ ପୁଲିସ୍‌ ପହଞ୍ଚିଥିଲା। ପୁଲିସ୍‌ ଉଭୟ ପକ୍ଷଙ୍କୁ ନେଇ ଥାନାରେ ବୁଝାସୁଝା କରିଥିଲା। ଏହାପରେ ଆଇନଗତ ଉପାୟରେ ଛାଡ଼ପତ୍ର ନ ହେବା ଯାଏ ବିନୟ ଦ୍ୱିତୀୟ ବିବାହ କରିବେ ନାହିଁ ବୋଲି ପୁଲିସ୍‌ ଆଗରେ କହିଛନ୍ତି। 

Uttar Pradesh