Advertisment

ଧୋତି ପିନ୍ଧିଥିବାରୁ ମଲ୍‌ରେ ମିଳି ନ ଥିଲା ପ୍ରବେଶ ଅନୁମତି, ତାଲା ଝୁଲାଇ ଦେଲେ ସରକାର

ଏହି ଘଟଣାକୁ ସୋଶାଲ ମିଡିଆରେ ତୀବ୍ର ସମାଲୋଚନା କରାଯିବା ପରେ ଉକ୍ତ ମଲ୍‌ରେ ୭ ଦିନ ପାଇଁ ତାଲା ଝୁଲାଇ ଦେଇଛନ୍ତି କର୍ଣ୍ଣାଟକା ସରକାର।

author-image
Niharika Rout
Man In Dhoti

Man In Dhoti

ଧୋତି ପିନ୍ଧିଥିବାରୁ ବୃଦ୍ଧଙ୍କୁ ମଲ୍‌ରେ ଏଣ୍ଟ୍ରି କରାଇ ନ ଦିଆଯିବା ଘଟଣାରେ ଆକ୍ସନ ମୁଡକୁ ଚାଲି ଆସିଛନ୍ତି କର୍ଣ୍ଣାଟକା ସରକାର। ବହୁ କାକୁତିମିନତି ସତ୍ତ୍ୱେ ବାଙ୍ଗାଲୁରର GT Mall କର୍ତ୍ତୃପକ୍ଷ ବୃଦ୍ଧଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇ ନ ଥିଲେ। ଏହି ଘଟଣାକୁ ସୋଶାଲ ମିଡିଆରେ ତୀବ୍ର ସମାଲୋଚନା କରାଯିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କୂରିଛନ୍ତି କର୍ଣ୍ଣାଟକା ସରକାର। ଏପରି ନିନ୍ଦନୀୟ କାମ କରିଥିବା ଅଭିଯୋଗରେ ଉକ୍ତ ମଲ୍‌ରେ ୭ ଦିନ ପାଇଁ ତାଲା ଝୁଲାଇ ଦିଆଯାଇଛି।

Advertisment

କର୍ଣ୍ଣାଟକାର ନଗର ଉନ୍ନୟନ ମନ୍ତ୍ରୀ ବିରଥି ସୁରେଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଘଟଣା ସମ୍ପର୍କରେ ମୁଁ ଅବଗତ ଅଛି। ଏ ସମ୍ପର୍କରେ ବାଙ୍ଗାଲୁର କମିଶନରଙ୍କ ସହ ଆଲୋଚନା କରିଛି। ଜଣେ ବୃଦ୍ଧଙ୍କୁ ମଲ୍‌ରେ ପ୍ରବେଶ କରିବାକୁ ବାରଣ କରିବା ଅମାନବୀୟ କାଣ୍ଡ। ଆଉ ଏପରି ଘୃଣ୍ୟ କାମ ପାଇଁ ଉକ୍ତ ମଲ୍‌ରେ ୭ ଦିନ ପାଇଁ ତାଲା ଝୁଲାଇ ଦିଆଯାଇଛି।

ଗତ ୧୬ ତାରିଖ ସନ୍ଧ୍ୟାରେ ମୁଭି ଦେଖିବା ନିମନ୍ତେ ନିଜ ପିତାଙ୍କୁ ଧରି ଜଣେ ଯୁବକ ବାଙ୍ଗାଲୁରର GT Mall ଯାଇଥିଲେ। ମାତ୍ର ମୁଭି ଟିକେଟ ଥିବା ସତ୍ତ୍ୱେ ମଲ୍‌ ଗେଟ୍‌ ନିକଟରେ ସେମାନଙ୍କୁ ସିକ୍ୟୁରିଟି ଗାର୍ଡ ଅଟକାଇ ଦେଇଥଲେ। ଏଥିସହ ଧୋତି ପିନ୍ଧି ମଲ୍‌କୁ ପଶି ପାରିବେନି ବୋଲି ରୋକଠୋକ ଶୁଣାଇ ଦେଇଥିଲେ।

Advertisment

ଏହାଦେଖି ସେମାନେ ବହୁ ଦୂରରୁ ଆସିଥିବାରୁ ଡ୍ରେସ ବଦଳାଇ ପାରିବେନି, ତେଣୁ ପ୍ରବେଶ ଅନୁମତି ଦେବାକୁ ବୃଦ୍ଧଜଣକ ବହୁ କାକୁତିମିନତି ହୋଇଥିଲେ ବି ମଲ୍‌ ସୁପରଭାଇଜର ଶୁଣି ନ ଥିଲେ। ଏପରିକି ଏଥିନିମନ୍ତେ ମଲ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କଡ଼ାକଡ଼ି ଭାବେ ମନା କରି ଉଭୟ ବାପପୁଅଙ୍କୁ ପଶାଇ ଦେଇ ନ ଥିଲେ।

ଏପରିକି ଧୋତିକୁ ବଦଳାଇ ପ୍ୟାଣ୍ଟ ପିନ୍ଧି ମଲ୍‌କୁ ଯିବାକୁ ସିକ୍ୟୁରିଟି ଗାର୍ଡମାନେ ବୃଦ୍ଧଙ୍କୁ କହିଥିଲେ। ମାତ୍ର ତାହା ସମ୍ଭବପର ହୋଇ ପାରି ନ ଥିଲା ଓ ଭୟ ବାପପୁଅ ନିରାଶ ହୋଇ ମଲ୍‌ ଗେଟ୍‌ ପାଖରୁ ଫେରିଥିଲେ। ଏହାକୁ ନେଇ ସୋଶାଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Bangalore