ସଚିନଙ୍କ ସୁରକ୍ଷାରେ ନିୟୋଜିତ ଯବାନଙ୍କ ଆତ୍ମହତ୍ୟା, ବେକରେ ବନ୍ଧୁକ ରଖି ଫୁଟାଇ ଦେଲେ ଗୁଳି

ଏସ୍‌ଆରପିଏଫ୍ ନିଜ ଆଡୁ ମଧ୍ୟ ଏହି ଘଟଣାର ତଦନ୍ତ କରିବ ବୋଲି ଜଣାପଡ଼ିଛି। କାରଣ ପ୍ରକାଶ କାପଡେ ଭିଭିଆଇପିଙ୍କ ସୁରକ୍ଷାରେ ନିୟୋଜିତ ହେଉଥିଲେ।

Sachin Tendulkar

ମୃତ ପ୍ରକାଶ କାପଡେ (ଇନସର୍ଟ) ଓ ସଚିନ ତେନ୍ଦୁଲକର

Jitendra Garnayak
  • Published: Wednesday, 15 May 2024
  • Updated: 15 May 2024, 01:25 PM IST

ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଏସ୍‌ଆରପିଏଫ୍ (State Reserve Police Force) ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରକାଶ କାପଡେ (୩୯)। ସେ ମହାରାଷ୍ଟ୍ରର ଜଲଗାଁଓ ଜିଲ୍ଲାର ଜାମନେର ସହରର ବାସିନ୍ଦା ଥିଲେ। ଜାମନେରରେ ହିଁ ତାଙ୍କ ମୃତ୍ୟୁ ଘଟିଛି।

ପ୍ରକାଶ କାପଡେ ଛୁଟିରେ ଥିଲେ। ପ୍ରକାଶଙ୍କ ଘରେ ତାଙ୍କ ବାପାମା’, ସ୍ତ୍ରୀ, ଦୁଇ ଛୁଆ ଓ ଜଣେ ଭାଇ ଅଛନ୍ତି। ଗତକାଲି ରାତି ସାଢ଼େ ଗୋଟାଏ ବେଳେ ଏହି ଘଟଣା ଘଟିଥିବା ଜାମନେର ଥାନାର ବରିଷ୍ଠ ଇନ୍ସପେକ୍ଟର କିରଣ ସିନ୍ଦେ କହିଛନ୍ତି। ତାଙ୍କ ବେକରେ ଗୁଳି ବାଜିଛି।

Also Read

ବରିଷ୍ଠ ଇନ୍ସପେକ୍ଟର କିରଣ ସିନ୍ଦେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ କୌଣସି ବ୍ୟକ୍ତିଗତ କାରଣରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ତଦନ୍ତ ଶେଷ ହେବା ପରେ ପ୍ରକୃତ କାରଣ ଜଣାପଡ଼ିବ।

ପ୍ରକାଶ କାପଡେଙ୍କ ମୃତଦେହକୁ ପୁଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ପୁଲିସ ତାଙ୍କ ପରିବାର ଲୋକ, ସହକର୍ମୀ ଓ ଅନ୍ୟ ପରିଚିତଙ୍କୁ ପଚରାଉଚରା କରୁଛି।

ଅନ୍ୟପକ୍ଷରେ ଏସ୍‌ଆରପିଏଫ୍ ନିଜ ଆଡୁ ମଧ୍ୟ ଏହି ଘଟଣାର ତଦନ୍ତ କରିବ ବୋଲି ଜଣାପଡ଼ିଛି। କାରଣ ପ୍ରକାଶ କାପଡେ ଭିଭିଆଇପିଙ୍କ ସୁରକ୍ଷାରେ ନିୟୋଜିତ ହେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story