Advertisment

ଉମେଶ ପାଲ ହତ୍ୟା ଘଟଣା: ଅନ୍ୟତମ ଅଭିଯୁକ୍ତ ଗୁଡ୍ଡୁ ମୁସଲିମ କର୍ଣ୍ଣାଟକାରେ ଲୁଚିଛି

ବର୍ତ୍ତମାନ ଗୁଡ୍ଡୁ ହେଉଛି ଏହି ମାମଲାରେ ଜୀବିତ ଥିବା ଏକ ମାତ୍ର ଆକ୍ରମଣକାରୀ।

Guddu Muslim

Guddu Muslim

Advertisment

ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟା ଘଣଟଣାର ଅନ୍ୟତମ ଅଭିଯୁକ୍ତ ଗୁଡ୍ଡୁ ମୁସଲିମ କର୍ଣ୍ଣାଟକାରେ ଥିବା ଜାଣିବାକୁ ପାଇଛି ଉତ୍ତର ପ୍ରଦେଶ ପୁଲିସ। ବର୍ତ୍ତମାନ ସେ ହେଉଛି ଏହି ମାମଲାରେ ଜୀବିତ ଥିବା ଏକ ମାତ୍ର ଆକ୍ରମଣକାରୀ।

Advertisment

ଏହି ମାମଲର ଅନ୍ୟ ଆକ୍ରମଣକାରୀଙ୍କ ସମେତ ୬ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇସାରିଛି। ସେମାନଙ୍କ ମଧ୍ୟରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମଦ ମଧ୍ୟ ରହିଛନ୍ତି। ଅତିକ ଓ ତାଙ୍କ ଭାଇ ଅଶରଫଙ୍କୁ ଗତ ଶନିବାର ୩ ଜଣ ଯୁବକ ପ୍ରୟାଗରାଜରେ ଗୁଳି କରି ହତ୍ୟା କରିଥିଲେ। ପୁଲିସ୍ ହେପାଜତରେ ଥିବା ସତ୍ତ୍ୱେ ସେମାନଙ୍କୁ ହତ୍ୟା କରାଗଲା। ସେହିପରି ଆଉ ୪ ଅଭିଯୁକ୍ତ ଅସଦ (ଅତିକଙ୍କ ପୁଅ), ଅରବାଜ, ବିଜୟ ଚୌଧୁରୀ ଓରଫ ଉସମାନ ଓ ଗୁଲାମ ହାସନ ପୁଲିସ୍ ଏନକାଉଣ୍ଟରେ ପ୍ରାଣ ହରାଇଥିଲେ। ଉମେଶ ପାଲ ଓ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଦୁଇ ପୁଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯିବାର ଦୁଇ ମାସରୁ କମ୍ ସମୟ ମଧ୍ୟରେ ଏହି ସବୁ ଅଭିଯୁକ୍ତମାନଙ୍କର ମୃତ୍ୟୁ ଘଟିଛି।

ଉମେଶ ପାଲ ହତ୍ୟା ମାମଲାରେ ପୁଲିସ୍ ପ୍ରଥମ ଏନକାଉଣ୍ଟର କରିଥିଲା ଫେବ୍ରୁଆରୀ ୨୭ ତାରିଖରେ। ଏଥିରେ ନିହତ ହୋଇଥିଲା ଅରବାଜ। ପ୍ରୟାଗରାଜରେ ଏହି ଏନକାଉଣ୍ଟର ହୋଇଥିଲା। ଏହା ପରେ ମାର୍ଚ୍ଚ ୬ରେ ପ୍ରୟାଗରାଜରେ ପୁଲିସ ଆଉ ଏକ ଏନକାଉଣ୍ଟର କରିଥିଲା। ଏଥିରେ ନିହତ ହୋଇଥିଲା ବିଜୟ ଚୌଧୁରୀ ଓରଫ ଉସମାନ। ଗତ ଏପ୍ରିଲ ୧୩ ତାରିଖରେ ଅସଦ ଓ ଗୁଲାମଙ୍କୁ ଝାନସୀରେ ଏନକାଉଣ୍ଟର କରିଥିଲା ପୁଲିସ୍।

Advertisment

ଉମେଶ ପାଲଙ୍କୁ ପ୍ରୟାଗରାଜ ସ୍ଥିତ ତାଙ୍କ ବାସଭବନ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା। ଉମେଶ ପାଲଙ୍କୁ ଗୁଳି କରାଯାଉଥିବା ବେଳେ ଘଟଣାସ୍ଥଳରେ ଗୁଡ୍ଡୁ ମୁସଲିମ ବୋମା ପକାଇଥିଲା। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସେ ଫେରାର ଥିବା ବେଳେ ତା’ ମୁଣ୍ଡରେ ରହିଛି ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି।

ଗୁଡ୍ଡୁ ମୁସଲିମ ଅନେକ ଗ୍ୟାଙ୍ଗଷ୍ଟରଙ୍କ ପାଇଁ କାମ କରିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଧନଞ୍ଜୟ ସିଂହ, ଅଭୟ ସିଂହ ଓ ମୁଖତାର ଅନସାରୀ। ସେ ଅତିକ ଅହମଦଙ୍କ ପାଇଁ ଗଲା ୧୦ ବର୍ଷ ହେଲାଣି କାମ କରୁଥିଲା। ହ୍ୟାଣ୍ଡ ଗ୍ରେନେଡ ତିଆରି କରିବାରେ ସେ ବେଶ୍ ଦକ୍ଷ। ସେ ଗୁଳି କରି ମାରିବାକୁ ପସନ୍ଦ କରେ ନାହିଁ। ସେ ବୋମା ପକାଇ ଲୋକଙ୍କୁ ମାରେ। ଲକ୍ଷ୍ମୌର ବହୁ ଚର୍ଚ୍ଚିତ ପିଟର ଗୋମ୍‌ସ ହତ୍ୟା ମାମଲାରେ ମଧ୍ୟ ତା’ ନାଁ ଆସିଥିଲା। ଲକ୍ଷ୍ମୌରେ ଏକ ଥାନା ନିକଟରେ ବୋମା ପକାଇବା ଅଭିଯୋଗରେ ସେ ଗିରଫ ହୋଇଥିଲା।

ସୂଚନାଯୋଗ୍ୟ, ୨୦୦୫ରେ ବିଏସ୍‌ପି ବିଧାୟକ ରାଜୁ ପାଲଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଉମେଶ ପାଲ ଏହାର ସାକ୍ଷୀ ଥିଲେ। ଆହ୍ଲାବାଦ (ପଶ୍ଚିମ) ବିଧାନସଭା ଆସନରୁ ନିର୍ବାଚିତ ହେବାର ମାତ୍ର କେଇ ମାସ ପରେ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। ସେ ଅତିକ ଅହମଦଙ୍କ ସାନ ଭାଇ ଖାଲିଦ ଅଜମି ଓରଫ ଅଶରଫଙ୍କୁ ପରାସ୍ତ କରିଥିଲେ। ଏହି ପରାଜୟକୁ ଅତିକ ହଜମ କରିପାରି ନଥିଲେ। ତେଣୁ ରାଜୁ ପାଲଙ୍କ ହତ୍ୟା କରାଯାଇଥିଲା। ଗତ ଫେବ୍ରୁଆରୀ ମାସରେ ଉମେଶ ପାଲଙ୍କୁ ହତ୍ୟା କରାଯାଇଥିଲା।

Umesh Pal Case Atiq Ahmed Umesh Pal Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe