Advertisment

ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗୁଡୁ ମୁସଲିମ, ପୁଲିସ୍‌କୁ ଚକମା ଦେବାକୁ ବଢ଼ାଇଛି ଦାଢ଼ି

ଗୁଡୁ ମୁସଲିମର ଶେଷ ଠିକଣା ଓଡ଼ିଶାର ବରଗଡ଼ରେ ରହିଥିଲା। ସେ ଓଡ଼ିଶାରେ ଏପ୍ରିଲ ୨ରୁ ୧୩ ତାରିଖ ଯାଏ ରହିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Guddu Muslim

Guddu Muslim

ଗୁଳିମାଡ଼ରେ ପ୍ରାଣ ହରାଇଥିବା ଗ୍ୟାଙ୍ଗଷ୍ଟର ଅତିକ ଅହମଦଙ୍କ ଘନିଷ୍ଠ ସହଯୋଗୀ ଗୁଡୁ ମୁସଲିମର ଓଡ଼ିଶା ଲିଙ୍କକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଥିବା ଏହି କୁଖ୍ୟାତ ଅପରାଧୀ ଗୁଡୁ ମୁସଲିମ ଓଡ଼ିଶାର ବରଗଡ଼ରେ ୧୨ ଦିନ ଲୁଚି ରହିଥିଲା।

Advertisment

ସବୁବେଳେ କ୍ଲିନସେଭ ହେଉଥିବା ଗୁଡୁ ମୁସଲିମ ଏବେ ପୁଲିସ୍‌କୁ ଚକମା ଦେବା ପାଇଁ ଦାଢ଼ି ମଧ୍ୟ ବଢ଼ାଇଛି। ଓଡ଼ିଶାରେ କିଛି ଦିନ ରହିବା ପରେ ବର୍ତ୍ତମାନ ସେ ଛତିଶଡ଼ଗରେ ରହିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗୁଡୁ ମୁସଲିମର ଶେଷ ଠିକଣା ଓଡ଼ିଶାର ବରଗଡ଼ରେ ରହିଥିଲା। ସେ ଓଡ଼ିଶାରେ ଏପ୍ରିଲ ୨ରୁ ୧୩ ତାରିଖ ଯାଏ ରହିଥିଲା। ସେ ୧୨ ଦିନ ଓଡ଼ିଶାରେ ଲୁଚି ଥିବା ଉତ୍ତର ପ୍ରଦେଶ ପୁଲିସର ଏସଟିଏଫ ଜାଣିବା ପରେ ତାକୁ ଧରିବାକୁ ଉଦ୍ୟମ କରିଥିଲା। କିନ୍ତୁ ପୁଲିସ୍‌ ତା’ ପାଖରେ ପହଞ୍ଚିବା ପୂର୍ବରୁ ସେ ‍ଫେରାର ହୋଇ ଯାଇଥିଲା। ତେବେ ସେ ଗୋଟିଏ ବ୍ୟାଗ ଛାଡ଼ି ଯାଇଥିଲା। ପୁଲିସ୍‌ ଉକ୍ତ ବ୍ୟାଗରୁ ଗୁଡୁ ମୁସଲିମର କିଛି ପୋଷାକ ଜବତ କରିଛି।

Advertisment

ଉତ୍ତର ପ୍ରଦେଶ ଏସଟିଏଫ ଓଡ଼ିଶାର ବରଗଡ଼ରେ ପହଞ୍ଚିବା ପରେ ୨ ଦିନ ରହିଥିଲା। ଏହି ସମୟରେ ଗୁଡୁ ମୁସଲିମର ସହଯୋଗୀ କୁହାଯାଉଥିବା ରାଜା ଖାନଙ୍କୁ ପଚରାଉଚରା କରିଥିଲା। ସେ ପୁଲିସ୍‌କୁ କହିଛନ୍ତି ଯେ ଗୁଡୁ ମୁସଲିମ ଏବେ ଦାଢ଼ି ବଢ଼ାଇଛି। ପୁଲିସ୍‌କୁ ଚକମା ଦେବା ପାଇଁ ସେ ଦାଢ଼ି ବଢ଼ାଇବା ସହ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବୁଲିବାରେ ଲାଗିଛି।

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଉମେଶ ପାଲଙ୍କୁ ହତ୍ୟା କରାଯାଇଥିଲା। ଏହି ସମୟରେ ଗୁଡୁ ମୁସଲିମ ଘଟଣାସ୍ଥଳରେ ଉପସ୍ଥିତ ଥିଲା। ସେ ବୋମା ମାଡ଼ କରୁଥିବାରୁ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା। ଘଟଣା ପରେ ସେ ମୀରଟ, ଆଜମେର, ଝାନସୀ, ନାଶିକ, ପୁଣେ ଓ ଶେଷରେ ଓଡ଼ିଶାର ବରଗଡ଼ରେ ପହଞ୍ଚିଥିଲା। ବରଗଡ଼ରୁ ସେ ଏବେ ଛତିଶଗଡ଼ ଚାଲି ଯାଇଥିବା ପୁଲିସ୍‌ କହିଛି। ଓଡ଼ିଶା ଆସିବା ପୂର୍ବରୁ ଗୁଡୁ ମୁସଲିମ କର୍ଣ୍ଣାଟକାରେ ରହିଥିଲା।

ଉତ୍ତର ପ୍ରଦେଶ ଏସଟିଏଫ ମୁଖ୍ୟ ଅମିତାଭ ୟାଶ କହିଛନ୍ତି, “ଅତିକ ଅହମଦ ଗ୍ୟାଙ୍ଗର ସବୁଠାରୁ କୁଖ୍ୟାତ ଅପରାଧୀ ହେଉଛି ଗୁଡୁ ମୁସଲିମ। ମୁଁ ତାକୁ ୧୯୯୯ରେ ଗିରଫ କରିଥିଲି। ସେତେବେଳେ ସେ ଡ୍ରଗ୍ସ କାରବାର କରୁଥିଲା। ଗିରଫ ପରେ ସେ ଅତିକର ଓକିଲଙ୍କ ସହାୟତାରେ ଜାମିନ ପାଇଥିଲା। ସେ ବୋମା ତିଆରି କରିବାରେ ମାହିର। ଉମେଶ ପାଲଙ୍କ ହତ୍ୟାକାଣ୍ଡର ସିସିଟିଭି ଫୁଟେଜକୁ ଦେଖି ମୁଁ ବେଶ ସହଜରେ ଗୁଡୁକୁ ଚିହ୍ନଟ କରିଥିଲି।”

ଅନ୍ୟପକ୍ଷରେ ଆଉ ଏକ ରିପୋର୍ଟ ଅନୁଯାୟୀ, ଗୁଡୁ ମୁସଲିମ ଓଡ଼ିଶାରୁ ଛତିଶଗଡ଼ ଯାଇଥିଲା। ସେଠାରୁ ସେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଯାଇଛି। ଏବେ ସେ ମୁର୍ଶିଦାବାଦ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି। ତେବେ ପୁଲିସ୍‌ ଏ ସମ୍ପର୍କରେ କିଛି ବି କହିନି।

Odisha Uttar Pradesh Guddu Muslim