Advertisment

୩୦ ଫୁଟ ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ଶେଷରେ ଆଖି ବୁଜିଲା

ଅପରାହ୍ନ ପ୍ରାୟ ୧ଟା ବେଳେ ୩୦ ବୋରୱେଲ ଭିତରକୁ ଶିଶୁଟି ଖସି ପଡ଼ିଥିଲା।

NDRF team pulled out the child  from the borewell.

NDRF team pulled out the child from the borewell.

Advertisment

ଆର୍ମି ଯବାନ ତଥା ଏନଡିଆରଏଫ ଟିମ୍‌ଙ୍କ ଦୀର୍ଘ ୧୦ ଘଣ୍ଟାର ପରିଶ୍ରମ ପରେ ବୋରୱେଲରୁ ଉଦ୍ଧାର ପାଇଥିବା ୩ ବର୍ଷୀୟା ଶିଶୁ ଶେଷରେ ମେଡିକାଲରେ ଆଖି ବୁଜିଛି। ଏପରି ଏକ ଦୁଃଖଦ ଘଟଣା ଗୁଜରାଟ ଦ୍ୱାରକାରେ ଘଟିଛି।

Advertisment

ଗୁଜରାଟର ଦ୍ୱାରକା ଜିଲ୍ଲାର କଲ୍ୟାଣପୁର ରଣ ଗାଁରେ ଗତକାଲି ଝିଅଟି ଘର ନିକଟରେ ଖେଳୁଥିଲା। ମାତ୍ର ଅପରାହ୍ନ ପ୍ରାୟ ୧ଟା ବେଳେ ୩୦ ବୋରୱେଲ ଭିତରକୁ ଶିଶୁଟି ଖସି ପଡ଼ିଥିଲା।

ଏହାପରେ ଶିଶୁକୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ଅପରେସନ । ଜିଲ୍ଲା ପ୍ରଶାସନ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲ। ମାତ୍ର ଏହାପରେ ସେନା ଓ ଏନଡିଆରଏଫର ସହାୟତା ଲୋଡ଼ା ଯାଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ରାତି ପ୍ରାୟ ୯ଟା ୩୦ରେ ଶିଶୁଟିକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ତୁରନ୍ତ ପିଲାଟିକୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା।

Advertisment

ସେଠାରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପିଲାଟିର ମୃତ୍ୟୁ ହୋଇଥିବା ଜଣାଯାଇଛି।

Trapped In Bore Well Child's Dead Body Gujrat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe