Advertisment

ପରୀକ୍ଷା ଦେବାକୁ ଯାଉଥିବା ବେଳେ ଧକ୍କା ହେଲା ଗାଡ଼ି, ୭ ମୃତ

ଘଟଣାସ୍ଥଳରେ ହିଁ ପରୀକ୍ଷା ଦେବାକୁ ଯାଉଥିବା ୫ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଏକ କାର୍‌ରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଛି।

Accident

Accident

Advertisment

ପରୀକ୍ଷା ଦେବାକୁ ଯାଉଥିବା ବେଳେ ଜୀବନ ପରୀକ୍ଷାରେ ହାରିଗଲେ। ଚାଲିଗଲା ଏକା ସଙ୍ଗେ ୫ ଛାତ୍ରଙ୍କ ସମେତ ୭ ଜଣଙ୍କ ଜୀବନ। ଗୁଜରାଟରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Advertisment

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୮ଟାରେ ଜୋତପୁର-ବେରାଓ୍ୱଲ ହାଇଓ୍ୱେର ଭଣ୍ଡୁରୀ ଗାଁ ନିକଟରେ ଦ୍ରୁତ ଗତିରେ ଆସୁଥିବା ଦୁଇ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଗୋଟିଏ କାର୍‌ରେ ୫ ଜଣ କଲେଜ ଛାତ୍ର ପରୀକ୍ଷା ଦେବାକୁ ଯାଉଥିବା ନିୟନ୍ତ୍ରଣ ହରାଇ ପ୍ରଥମେ ଏହା ଡିଭାଇଡର୍‌ରେ ପଟି ହୋଇଥିଲା। ଏହାପରେ ଅପରପାର୍ଶ୍ୱରେ ଆସୁଥିବା ଆଉ ଏକ କାର୍‌ ସହ ଯାଇ ମୁହାଁମୁହିଁ ଧକ୍କା ହୋଇଥିଲା।

ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ଉଭୟ କାର୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ପରୀକ୍ଷା ଦେବାକୁ ଯାଉଥିବା ୫ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଏକ କାର୍‌ରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଛି। ଦୁଇ କାର୍‌ ମଧ୍ୟରେ ଧକ୍କା ହେବା ଫଳରେ ଗ୍ୟାସ୍‌ ବୋତଲ ଫାଟି ଯାଇଥିଲା। ଫଳରେ ପାଖରେ ଥିବା ଏକ କୁଡିଆରେ ନିଆଁ ଲାଗିଥିଲା। 

Advertisment

ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୂରା ଘଟଣାର ତଦନ୍ତ ଜାରି ରହିଛି।

Road Accident Gujarat News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe