Advertisment

ବିଜେପି ବିଧାୟକ ଓ ନେତାଙ୍କୁ ହତ୍ୟା ଯୋଜନା କରୁଥିଲେ ମୌଲବୀ, ବାନ୍ଧିଲା ପୁଲିସ

ମୌଲବୀ ଜଣଙ୍କ ହିନ୍ଦୁ ସନାତନ ସଂଗଠନର ଜାତୀୟ ସଭାପତି ଉପଦେବ ରାଣାଙ୍କୁ ହତ୍ୟା କରିବା ପାଇଁ ୧ କୋଟି ଟଙ୍କାର ସୁପାରୀ ଦେଇଥିଲା।

ଅଦ୍ୟତନ ହୋଇଛି
Maulana Arrest

Maulana Arrest

Advertisment

ଲୋକସଭା ନିର୍ବାଚନ ଭିତରେ ପୁଲିସକୁ ମିଳିଲା ବଡ଼ ସଫଳତା। ଧରାପଡ଼ିଲା ବିଜେପି ବିଧାୟକ, ହିନ୍ଦୁବାଦୀ ନେତା ଓ କିଛି ଟିଭି ଚ୍ୟାନେଲ ଏଡିଟର୍‌ଙ୍କୁ ଧମକାଇବା ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚୁଥିବା ମୌଲବୀ। ତାଙ୍କୁ ଗୁଜରାଟ ସୁରଟର କଠୌର ଅଞ୍ଚଳରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗିରଫ କରିଛି।

Advertisment

ଗିରଫ ମୌଲବୀ ଜଣଙ୍କ ହେଲେ ୨୭ ବର୍ଷୀୟ ସୋହେଲ ଅବୁବକର୍‌ ଟିମୋଲ। ସେ ବିଜେପି ନେତା ନୂପୁରୁ ଶର୍ମା, ବିଧାୟକ ଟି.ରାଜା ସିଂହ, ହିନ୍ଦୁବାଦୀ ନେତା ଉପଦେବ ରାଣାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚୁଥିଲେ। ଅବୁବକର୍‌ଙ୍କ ମୋବାଇଲ ଫୋନ୍‌ରୁ ଅନେକ ଚକିତ କଲା ଭଳି ଖୁଲାସା ହୋଇଛି।

ଅଭିଯୁକ୍ତ ପାକିସ୍ତାନ ଓ ନେପାଳ ସମେତ ଅନେକ ଦେଶରେ ରହୁଥିବା କଟ୍ଟରପନ୍ଥୀଙ୍କ ସହ ସମ୍ପର୍କ ରଖିଥିଲା। କେବଳ ସେତିକି ନୁହେଁ, ଏହି ମୌଲବୀ ଜଣକ ହିନ୍ଦୁ ସନାତନ ସଂଗଠନର ଜାତୀୟ ସଭାପତି ଉପଦେବ ରାଣାଙ୍କୁ ହତ୍ୟା କରିବା ପାଇଁ ୧ କୋଟି ଟଙ୍କାର ସୁପାରୀ ମଧ୍ୟ ଦେଇଥିଲା। ଏଥିପାଇଁ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଅର୍ଡର କରିଥିଲା। ଉପଦେବ ରାଣାଙ୍କ କମଲେଶ ତିଓ୍ୱାରୀ ଭଳି ହତ୍ୟା କରାଯିବାକୁ ଧମକ ମଧ୍ୟ ଦେଇଥିଲା। ମୋବାଇଲ୍‌ ଯାଞ୍ଚ ବେଳେ ହ୍ୱାଟସ୍‌ଆପ୍‌ ଚାଟ୍‌ରୁ ଏହି କଥା ସାମ୍ନାକୁ ଆସିଛି।

Advertisment

ସୁରଟ ପୁଲିସ କମିଶନରଙ୍କ କହିବା ମୁତାବକ, ଏହି ମୌଲବିଙ୍କୁ ଦୀର୍ଘ ଦିନ ହେବ ଟ୍ରେସ୍‌ କରାଯାଉଥିଲା। ଶେଷରେ ତାକୁ ଆଜି ସୁରଟ୍‌ ଚୌକ୍‌ ବଜାରରୁ ଗିରଫ କରାଯାଇଛି। ତା' ମୋବାଇଲ୍‌କୁ ମଧ୍ୟ ଜବତ କରାଯାଇଛି। ସେ ପାକିସ୍ତାନ ଏବଂ ନେପାଳର କିଛି ଉଗ୍ରବାଦୀ ଲୋକଙ୍କ ସହ ଚାଟିଂ କରୁଥିଲା। ହିନ୍ଦୁ ସନାତନ ସଂଗଠନର ଜାତୀୟ ସଭାପତି ଉପଦେବ ରାଣାଙ୍କୁ ପ୍ରଥମେ ଟାର୍ଗେଟ କରିବା ତାଙ୍କ ଯୋଜନା ଥିଲା।

Gujrat Bjp Mla Maulana Arrest Surat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe