Advertisment

ଗୁହାରୀ ଶୁଣିଲେ ହାଇକୋର୍ଟ, ୨୭ ସପ୍ତାହର ଭୃଣକୁ ଗର୍ଭପାତ ପାଇଁ ମିଳିଲା ଅନୁମତି

ଗୁଜରାଟ ହାଇକୋର୍ଟ ବଳାତ୍କାରର ଶିକାର ହୋଇଥିବା ଜଣେ ପୀଡ଼ିତା ନାବାଳିକାଙ୍କ ୨୭ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି।

Minor Girl Pregnent

Minor Girl Pregnent

Advertisment

ସାଧାରଣତଃ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭରେ ବଢ଼ୁଥିବା ଶିଶୁର ଗର୍ଭପାତ ପାଇଁ ଅନୁମତି ମିଳିଥାଏ। ମାତ୍ର ଗୁଜରାଟରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଗୁଜରାଟ ହାଇକୋର୍ଟ ବଳାତ୍କାରର ଶିକାର ହୋଇଥିବା ଜଣେ ପୀଡ଼ିତା ନାବାଳିକାଙ୍କ ୨୭ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି।

Advertisment

ପୀଡ଼ିତାଜଣକ ଅନାଥ ହୋଇଥିବା ବେଳେ ଛୋଟ ବେଳୁ ଏକ ଅନାଥଶ୍ରମରେ ରହିଛନ୍ତି। ସେ ୨୦୧୫ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଏକ ଅନାଥ ଆଶ୍ରମରେ ରହିଥିବା ବେଳେ ୨୦୨୨ ଜୁନ୍‌ରେ ଭାବନଗର ଯାଇଥିଲେ। ସେଠାରେ ଜଣେ ସ୍ଥାନୀୟ ବ୍ୟକ୍ତି ପ୍ରଲୋଭିତ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ନାବାଳିକାଜଣକ ପୁଣି ଥରେ ଅନାଥ ଆଶ୍ରମ ଫେରିଥିବା ବେଳେ କର୍ମଚାରୀମାନେ ତାଙ୍କ ଶାରୀରିକ ଗଠନରେ ଅସ୍ୱାଭାବିକତା ଅନୁଭବ କରିଥିଲେ। ଏନେଇ ସେମାନେ ପଚରାଉଚରା କରିବାକୁ ନାବାଳିକାଜଣକ ସବୁ କଥା କହିଥିଲେ।

ଏନେଇ ଆଶ୍ରମ ପକ୍ଷରୁ ପୁଲିସ୍‌କୁ ଅବଗତ କରାଯାଇଥିବା ବେଳେ ମାମଲା କୋର୍ଟରେ ପହଞ୍ଚିଲା। ଇତି ମଧ୍ୟରେ ପୀଡ଼ିତାଜଣକଙ୍କ ଗର୍ଭଧାରଣ ୨୭ ସପ୍ତାହରେ ପହଞ୍ଚି ଯାଇଛି। ଭିଡିଓ କନଫରେନ୍ସିଂରେ ପୀଡ଼ିତାଜଣକ ନିଜ ପକ୍ଷ ରଖି ଗର୍ଭପାତ ପାଇଁ ଅନୁମତି ମାଗିଥିଲେ। ତାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କୋର୍ଟ ତୁରନ୍ତ ନାବାଳିକାଙ୍କୁ ଗର୍ଭପାତ ପାଇଁ ଅନୁମତି ପ୍ରଦାନ କରିଥିବା ଜଣାଯାଇଛି।

Advertisment

ତେବେ ପିଲାଟିର ଓଜନ ଏବେ ୧.୧ କେଜି ଥିବା ଜଣାଯାଇଛି। ପୀଡ଼ିତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିବା ବେଳେ ୩ ସ୍ତ୍ରୀ ରୋଗ ବିଶେଷଜ୍ଞ ତାଙ୍କ ଅପରେସନ କରିବେ ବୋଲି ଜଣାଯାଇଛି। ଅପରେସନ ବେଳେ ପିଲାଟି ସୁସ୍ଥ ଭାବେ ଜନ୍ମ ହେଲେ ତାହାକୁ ହତ୍ୟା କରାଯିବନି ବୋଲି କୋର୍ଟ କହିଛନ୍ତି। ଜନ୍ମ ପରଠୁ ଉକ୍ତ ପିଲାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Minor Raped High Court Gujarat Judgement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe