Advertisment

ହାଇକୋର୍ଟ ଭିତରେ କଳି ଲାଗିଲେ ଦୁଇ ଜଜ୍‌, ଭିଡିଓ ଭାଇରାଲ

ମାମଲାର ଶୁଣାଣି ବେଳେ ଅଧାରୁ ଉଠି ଚାଲିଗଲେ ଜଜ୍‌।

gujarat high court

gujarat high court

Advertisment

ହାଇକୋର୍ଟ ଭିତରେ ହାଇଭୋଲଟେଜ୍‌ ଡ୍ରାମା। କଳି ଲାଗିଲେ ଦୁଇ ଜଜ୍‌। ଆରମ୍ଭ ହୋଇଗଲା କଥା କଟାକଟି। ଏହାପରେ ମାମଲାର ଶୁଣାଣି ବେଳେ ଅଧାରୁ ଉଠି ଚାଲିଗଲେ ଜଜ୍‌। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟ ହାଇକୋର୍ଟ ଭିତରେ। ଯାହାର ଭିଡିଓ ସୋଶାଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ସୋମବାର ଗୁଜରାଟ ହାଇକୋର୍ଟରେ ଏକ ମାମଲାର ଶୁଣାଣି ଚାଲିଥିଲା। ଏହି ସମୟରେ କୋର୍ଟ ରୁମ୍‌ ଭିତରେ ଜଷ୍ଟିସ୍‌ ବିରେନ୍‌ ବୈଷ୍ଣବ ଓ ମୌନା ଭଟ୍ଟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ତୁତୁ ମେ ମେ। ଶୁଣାଣି ବେଳେ ଜଷ୍ଟିସ ଭଟ୍ଟଙ୍କ କଥାରେ ସହମତ ନଥିଲେ ଜଷ୍ଟିସ ବୈଷ୍ଣବ। ସେ ତାଙ୍କୁ କହିଥିଲେ, ତେଣୁ ଆପଣ ଭିନ୍ନ। ଆମେ ପରସ୍ପର ଠାରୁ ଅଲଗା। ଏହାର ଉତ୍ତରରେ ଜଷ୍ଟିସ ଭଟ୍ଟ କହିଥିଲେ, ଏହା ଭିନ୍ନ ହେବା ପ୍ରଶ୍ନ ନୁହେଁ। ଏହାଶୁଣି ଜଷ୍ଟିସ ବୈଷ୍ଣବ ରାଗି ଯାଇଥିଲେ। ଭଷ୍ଟିସ ଭଟ୍ଟଙ୍କୁ ସେ କହିଥିଲେ, ଅଧିକ ଭଡ ଭଡ ହୁଅ ନାହିଁ। ଆପଣ ଏକ ଅଲଗା ରାୟ ପାରିତ କରନ୍ତୁ। ଆମେ ଆଉ ମାମଲାର ଶୁଣାଣି କରିପାରିବୁ ନାହିଁ କହି ସେ ଉଠି ଚାଲିଯାଇଥିଲେ। ଏହି ସମସ୍ତ ଘଟଣାର ଭିଡିଓ କୋର୍ଟ ରୁମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଥିଲା। ଏଥିସହ ୟୁଟ୍ୟୁବରେ ଲାଇଭ୍‌ ଷ୍ଟ୍ରିମିଂ ମଧ୍ୟ ହୋଇଥିଲା।

କହିରଖୁ ଯେ, ଗୁଜରାଟ ହାଇକୋର୍ଟ ନିଜ ୟୁଟ୍ୟୁବ ଚ୍ୟାନେଲରେ ସମସ୍ତ ବେଞ୍ଚର ଶୁଣାଣିକୁ ଲାଇଭ୍‌ ଷ୍ଟ୍ରିମିଂ କରିଥାଏ। ସେଥିପାଇଁ ଲାଇଭ୍ ଷ୍ଟ୍ରିମ୍ ସମୟରେ ଘଟିଥିବା ଦୁଇ ଜଜ୍‌ଙ୍କ ଭିତରର କଳି ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିବାକୁ ମିଳିଥିଲା। ତେବେ ପରେ ଦୁଇ ବିଚାରପତିଙ୍କ ମଧ୍ୟରେ କଳି ଦେଖାଦେଇଥିବା ଲାଇଭ୍ ଷ୍ଟ୍ରିମିଂ ଭିଡିଓକୁ ୟୁଟ୍ୟୁବରୁ ହଟାଇ ଦିଆଯାଇଛି। କେବଳ ଏତିକି ନୁହେଁ ଦୁଇ ବିଚାରପତିଙ୍କ ମଧ୍ୟରେ ବିବାଦ ପରେ ଶୁଣାଣି ମଧ୍ୟ ସ୍ଥଗିତ ରଖାଯାଇଥିଲା।

Advertisment

ଜାନୁଆରୀ ୨୦୧୬ରେ ସୁପ୍ରିମକୋର୍ଟରେ ଏଭଳି ଏକ ଘଟଣା ଘଟିଥିଲା। ​​ ଜଷ୍ଟିସ ଏମ୍‌ ଓ୍ୱାଇ ଇକବାଲ ଏବଂ ଅରୁଣ ମିଶ୍ରାଙ୍କ ମଧ୍ୟରେ ଏକ ମାମଲାକୁ ନେଇ ତୀବ୍ର ଯୁକ୍ତିତର୍କ ହୋଇଥିଲା।

Viral Video High Court Of Gujarat Judges
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe