Advertisment

୩ ଘଣ୍ଟା ଛିଡ଼ା ହେବାକୁ ବାଧ୍ୟ କଲେ, ଟଳି ପଡ଼ିଲେ ଡାକ୍ତରୀ ଛାତ୍ର

ଏହି ଘଟଣାରେ ପୁଲିସ ୧୫ ଜଣ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି।

Raging

Raging

Advertisment

ବେଆଇନ ହୋଇଥିଲେ ସୁଦ୍ଧା ଥମୁନି ରାଗିଂଗ ମାମଲା। ଏଥିରେ ଲାଗୁନି ବ୍ରେକ୍‌। ଦିନକୁ ଦିନ ଏହା ବଢ଼ି ଚାଲିଛି। ଫଳରେ କଲେଜ ଭିତରେ ରାଗିଂଗ ସହିନପରି ଅକାଳରେ ଛାତ୍ରଛାତ୍ରୀଙ୍କ ଜୀବନ ଯାଉଛି। ଏଭଳି କିଛି ମାମଲା ଏବେ ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ଜୀବନ ନେଇଛି ରାଗିଂଗ। ସିନିଅର୍‌ମାନେ ଜୁନିଅର୍‌ ଛାତ୍ରଙ୍କୁ ତିନି ଘଣ୍ଟା ଧରି ଛିଡା ହେବାକୁ ବାଧ୍ୟ କରିବା ପରେ ଟଳି ପଡ଼ିଛନ୍ତି ଜଣେ ଏମ୍‌ବିବିଏସ୍‌ ଛାତ୍ର।

Advertisment

ଗୁଜରାଟ ପାଟନାର ଧାରପୁର ସ୍ଥିତ ଜିଏମ୍‌ଇଆର୍‌ଏମ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ। ଏଠାକାର ହଷ୍ଟେଲରେ ଜଣେ ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ରମାନେ ରାଗିଂଗ କରିଥିବା ମାମଲା ସାମ୍ନାକୁ ଆସିଛି। ପରିଚୟ ଦେବା ବାହାନାରେ ଛାତ୍ରଙ୍କୁ କରାଯାଇଛି ରାଗିଂଗ। ଫଳରେ ଜଣେ ପ୍ରଥମ ବର୍ଷ ଛାତ୍ରର ମୃତ୍ୟୁ ହୋଇଛି। ଶନିବାର ରାତିରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ, ମୃତ ଛାତ୍ର ଜଣକ ହେଲେ ଅନିଲ ମେଥାନିଆ। ତାଙ୍କ ବୟସ ୧୮ ବର୍ଷ। ସେ ଗୁଜରାଟ ସୁରେନ୍ଦ୍ରନଗର ଜିଲ୍ଲାର ବାସିନ୍ଦା ଥିଲେ।  ଚଳିତ ବର୍ଷ ସେ ଜିଏମ୍‌ଇଆର୍‌ଏମ୍‌ ମେଡିକାଲ କଲେଜରେ ଆଡମିସନ ନେଇଥିଲେ। ତେବେ ଶନିବାର କଲେଜର ତୃତୀୟ ବର୍ଷର କିଛି ଛାତ୍ର ହଷ୍ଟେଲ ଭିତରେ ତାଙ୍କର ରାଗିଂଗ କରିଥିଲେ। ପରିଚୟ ଦେବା ବାହାନାରେ ତାଙ୍କୁ ଦୀର୍ଘ ୩ ଘଣ୍ଟା କାଳ ଛିଡା କରାଇଥିଲେ। ଫଳରେ ଅନିଲ ଚେତାଶୂନ୍ୟ ହୋଇପଡିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ପୁଲିସ ୧୫ ଜଣ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Advertisment

କଲେଜର ଡିନ୍ ଡାକ୍ତର ହାର୍ଦ୍ଦିକ ଶାହା କହିଛନ୍ତି ଯେ ପୀଡିତ ଛାତ୍ର ଅନିଲ ମିଥାନିଆଙ୍କୁ ଚେତାଶୂନ୍ୟ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସେ ପୁଲିସ ଆଗରେ ରାଗିଂଗ ବିଷୟରେ ସମସ୍ତ କଥା କହିଥିଲେ। କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ଏହି ମାମଲରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ ଏହି ମାମଲାର ତଦନ୍ତ ପାଇଁ ଆଣ୍ଟି-ରାଗିଂଗ କମିଟି ଗଠନ କରାଯାଇଛି। ଛାତ୍ରଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଛାତ୍ରଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ତଦନ୍ତ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। 

Raging Gujarat MBBS Student Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe