Advertisment

ନମାଜ ପାଠ ବେଳେ ହଷ୍ଟେଲ ଉପରେ ଆକ୍ରମଣ, ୫ ଛାତ୍ର ଗୁରୁତର

ଛାତ୍ରମାନେ ନମାଜ ପାଠ କରୁଥିବା ବେଳେ ହଷ୍ଟେଲ ରୁମ୍‌ ଭିତରେ ପଶି ତାଙ୍କୁ ମାରପିଟ୍‌ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

mob-attacks in Hostel

mob-attacks in Hostel

Advertisment

ହଷ୍ଟେଲ ପରିସରରେ ନମାଜ ପାଠ ବେଳେ ଆକ୍ରମଣ। ଛାତ୍ରଙ୍କ ଉପରେ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ। ବ୍ୟାପକ ଭଙ୍ଗାରୁଜା କରିବା ସହ ତାଙ୍କୁ ମାରପିଟ୍‌ ମଧ୍ୟ କରିଛନ୍ତି। ଏଥିରେ ବିଦେଶୀ ଛାତ୍ର ଗୁରୁତର ହୋଇଛନ୍ତି। ଗୁଜରାଟ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଭିତରେ ଘଟିଛି ଏଭଳି କିଛି ଘଟଣା।

Advertisment

ଶନିବାର ହଷ୍ଟେଲ ପରିସରରେ କିଛି ଛାତ୍ର ନମାଜ ପାଠ କରୁଥିବା ବେଳେ ଦଳେ ଦୁର୍ବୃତ୍ତ କ୍ୟାମ୍ପସ ଭିତରକୁ ପଶି ଆସିଥିଲେ। ବ୍ୟାପକ ଭଙ୍ଗାରୁଜା କରିବା ସହ ସେମାନଙ୍କ ସହ ମାରପିଟ୍‌ ମଧ୍ୟ କରିଥିଲେ। ଏଥିରେ ୫ ଜଣ ବଦେଶୀ ଛାତ୍ର ଗୁରୁତର ହୋଇଛନ୍ତି। ଆହତ ଛାତ୍ରମାନେ ଉଜ୍ୱେକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ଆଫ୍ରିକା ଦେଶର ବୋଲି ଜଣାପଡିଛି।

ଜଣେ ଛାତ୍ରଙ୍କ କହିବା ମୁତାବକ, କ୍ୟାମ୍ପସରେ କୌଣସି ମସଜିଦ ନାହିଁ। ତେଣୁ ରମଜାନ ଥିବାରୁ ହଷ୍ଟେଲ ଭିତରେ ହିଁ ଛାତ୍ରମାନେ ଏକତ୍ରିତ ହୋଇ ନମାଜ ପାଠ କରିଥିଲେ। ଏତିକି ବେଳେ କିଛି ଦୁର୍ବୃତ୍ତ ଲାଠି ଓ ଖଣ୍ଡା ଧରି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ହଷ୍ଟେଲ ରୁମ୍‌ ଭିତରେ ପଶି ତାଙ୍କୁ ମାରପିଟ୍‌ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏପରିକି ହଷ୍ଟେଲ ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଏଥିରେ ବିଫଳ ହୋଇଛନ୍ତି।

Advertisment

ପୂରା ଘଟଣାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଭଙ୍ଗା ବାଇକ୍, ଲାପଟପ୍‌, ଓ ରୁମ୍‌ ଦେଖିବାକୁ ମିଳିଛି। କିଛି ଫଟୋ ଆଉ ଭିଡିଓରେ ଦୁର୍ବୃତ୍ତମାନେ ହଷ୍ଟେଲ ଉପରକୁ ପଥର ଫିଙ୍ଗିବା ଏବଂ ବିଦେଶୀ ଛାତ୍ରଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଭିଡିଓରେ ଜଣେ ବିଦେଶୀ ଛାତ୍ର ସେ ଭୟଭୀତ ଥିବା କହୁଛନ୍ତି। ଏଭଳି ଜିନିଷଗୁଡିକୁ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି।

ସେପଟେ ଏହି ଘଟଣାକୁ ନେଇ ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଂଘଭି ଗୁଜରାଟର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ସହ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Gujrat Mob Attack Mob Attack Over Namaz Gujrat University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe