Advertisment

ଜଳମଗ୍ନ ଗୁଜରାଟ, ତିନି ଦିନରେ ଗଲାଣି ୨୯ ଜୀବନ

ବର୍ତ୍ତମାନ ସୁଦ୍ଧା ୧୮ ଜିଲ୍ଲାରୁ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Flood

Flood

Advertisment

ଜଳମଗ୍ନ ହେଲା ଗୁଜରାଟ। ଚାରିଆଡେ ଲାଗିଲା ବର୍ଷାର କର୍ଫ୍ୟୁ। ପ୍ରବଳ ବର୍ଷା ପରେ ହୋଇଛି ଜଳପ୍ରଳୟ। ବନ୍ୟା ସ୍ଥିତି ଉପୁଜିଛି। ଫଳରେ ଅଧା ରାଜ୍ୟ ପାଣିରେ ବୁଡ଼ି ଯାଇଛି। ଗତ ତିନି ଦିନ ମଧ୍ୟରେ ଏଠାରେ ୨୯ ଜଣ ପ୍ରାଣ ହରାଇ ସାରିଲେଣି। ସେହିପରି ଅନେକ ନିଖୋଜ ଅଛନ୍ତି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରଯହିଛି।

Advertisment

ଗୋଟିଏ ଦିନରେ ୧୩ ଜିଲ୍ଲାରେ ୨୦୦ମି.ମି. ବର୍ଷା ହୋଇଛି। ୫ ଜିଲ୍ଲା ତାଥା ରାଜକୋଟ୍‌, ଆନନ୍ଦ, ଖେଡ଼ା, ମୋରବି, ଭଦୋଦରା ଏବଂ ଦ୍ୱାରକାରେ ସ୍ଥିତି ଗମ୍ଭୀର ହୋଇଛି। ଏପଟେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଭାରତୀୟ ସେନା, ବାୟୁସେନା, ତଟରକ୍ଷୀ ବାହିନୀ ସମେତ ଏନଡିଆରଏଫ, ଏସଡିଆରଏଫ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୮ ଜିଲ୍ଲାରୁ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ରାଜ୍ୟରେ ୫୦ରୁ ଅଧିକ ଟ୍ରେନ୍ ବାତିଲ୍ ହୋଇଛି। ଅହମ୍ମଦାବାଦ, ରାଜକୋଟ, ଭଦୋଦରା, ଆନନ୍ଦ, ଖେଡା, ମହିସାଗର, କରାଚ ଏବଂ ମୋରବିରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷା ପାଇଁ ରାସ୍ତାଘାଟ ଭାସିଯାଇଛି। ଫଳରେ ରାଜପଥରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍ ଲାଗିଛି। ଜନଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଚାରିଆଡେ ପାଣି ଭର୍ତ୍ତି ଯୋଗୁ ଆବାସିକ ଅଞ୍ଚଳଗୁଡିକ ଟାପୁରେ ପରିଣତ ହୋଇଛି।

Advertisment

ନଦୀଗୁଡ଼ିକର ଜଳସ୍ତର ବୃଦ୍ଧିପାଇଛି। ଅଧିକାଂଶ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ରହିଛି। ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କିଛି ଅଞ୍ଚଳରେ ୧୦ରୁ ୧୨ ଫୁଟ୍‌ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି। ଗୁଜରାଟର ଦ୍ୱାରିକା, ଆନନ୍ଦ, ବଦୋଦରା, ରାଜକୋଟ ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିବା ବେଳେ ଆସନ୍ତାକାଲି ଯାଏଁ ଅତି ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ସେପଟେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା। କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ଲାଗି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିବା ପଟେଲ କହିଛନ୍ତି।

Heavy Rain Gujarat Rain Flood In Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe