Advertisment

ଦ୍ରୁତ ଗତିରେ ଆସି ଟ୍ରକ୍‌ ଭିତରେ ପଶିଗଲା କାର୍‌, ୭ ମୃତ

୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Car Accident

Car Accident

Advertisment

ପଛ ପଟୁ ଜୋର୍‌ରେ ଧକ୍କା ଦେଇ ଟ୍ରକ୍‌ ଭିତରେ ପଶିଗଲା କାର୍‌। ଫଳରେ ଘଟଣାସ୍ଥଳରେ ଚାଲିଗଲା ୭ ଜଣଙ୍କ ଜୀବନ। ଏଭଳି କିଛି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଗୁଜରାଟ ସାବରକଣ୍ଠା ଜିଲ୍ଲାରେ।

Advertisment

ସୂଚନା ମୁତାବକ, ସମସ୍ତ ମୃତକ ଅହମ୍ମଦାବାଦ ବାସିନ୍ଦା। କାର୍‌ରେ ଥିବା ସମସ୍ତ ଲୋକେ ଲୋକ ଶ୍ୟାମଲା ଜୀ ମନ୍ଦିର ଦର୍ଶନ କରିବା ପରେ ଅହମ୍ମଦାବାଦ ଫେରୁଥିଲେ। ଏହି ସମୟରେ ନିୟନ୍ତ୍ରଣ ହରାଇ କାର୍‌ଟି ଦ୍ରୁତ ଗତିରେ ଆସି ଟ୍ରକ୍‌କୁ ପଛପଟୁ ଧକ୍କା ଦେଇ ସେଥିରେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି।

ହିମତନଗରର ସମବାୟ ଜିନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଗ୍ନିଶମ ବିଭାଗ କାରଟିକୁ କଟରରେ କାଟି ଶବଗୁଡ଼ିକୁ ବାହାର କରିଛି। କାର୍‌ ଭିତରେ ମୋଟ ୮ ଜଣ ବ୍ୟକ୍ତି ଥିଲେ। କାର୍‌ର ଅବସ୍ଥାକୁ ଦେଖି ଜଣାପଡୁଛି ଯେ, ଦୁର୍ଘଟଣା କେତେ ଭୟଙ୍କର ଥିଲା ଓ କାର୍‌ର ଗତି କେତେ ଅଧିକ ଥିଲା ତାହା ମଧ୍ୟ ଅନୁମାନ କରାଯାଇପାରେ। ଟ୍ରକ୍‌କୁ ଧକ୍କା ଦେଇ ତା'ଭିତରେ ପଶିବା ପରେ କାର୍‌ଟି ଖଣ୍ଡ ଖଣ୍ଡ ହୋଇଯାଇଛି।

Advertisment

ଆଜି ସକାଳ ୬ଟାରେ ଏହି ଦୁର୍ଘଟଣା ଘଟିଛି। ଏନେଇ ସୂଚନା ପାଇବା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସ୍ଥଳକୁ ଯାଞ୍ଚ କରିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।

Accident Gujarat Car Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe