Advertisment

‘ବୌଦ୍ଧ ଧର୍ମ ସମ୍ପୂର୍ଣ୍ଣ ଭିନ୍ନ, ଏହାକୁ ଗ୍ରହଣ କରିବାକୁ ହିନ୍ଦୁଙ୍କୁ ଅନୁମତି ଲୋଡ଼ା’

ଯେଉଁ ହିନ୍ଦୁ ଧର୍ମାବଲମ୍ବୀ ନିଜ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଏଥିନିମନ୍ତେ ଜିଲ୍ଲା ଜଜଙ୍କ ନିକଟରୁ ଅନୁମତି ନେବାକୁ ପଡ଼ିବ। ଏ ପ୍ରକାର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଗୁଜରାଟ ସରକାର।

ଅଦ୍ୟତନ ହୋଇଛି
Buddh Sculpture

Buddh Sculpture

Advertisment

ବୌଦ୍ଧ ଧର୍ମ ଏକ ସମ୍ପୂର୍ଣ୍ଣ ଭିନ୍ନ ଧର୍ମ। ଏହା ହିନ୍ଦୁ ଧର୍ମ ଅଧୀନରେ ଆସୁ ନାହିଁ। ତେଣୁ ଯେଉଁ ହିନ୍ଦୁ ଧର୍ମାବଲମ୍ବୀ ନିଜ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଏଥିନିମନ୍ତେ ଜିଲ୍ଲା ଜଜଙ୍କ ନିକଟରୁ ଅନୁମତି ନେବାକୁ ପଡ଼ିବ। ଏ ପ୍ରକାର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଗୁଜରାଟ ସରକାର।

Advertisment

ପ୍ରତିବର୍ଷ ଗୁଜରାଟରେ ବହୁ ସଂଖ୍ୟାରେ ହିନ୍ଦୁ ଧର୍ମାବଲମ୍ବୀ ବୌଦ୍ଧ ଧର୍ମଗ୍ରହଣ କରୁଛନ୍ତି। ମୁଖ୍ୟତଃ ଦଶହରା ତଥା ଅନ୍ୟ ପୂଜାପର୍ବ ସମୟରେ ସେମାନେ ନିଜ ବୌଦ୍ଧ, ଶିଖ କିମ୍ବା ଜୈନ ଧର୍ମ ଗ୍ରହଣ କରୁଛନ୍ତି। ତେଣୁ ଏଥିନିମନ୍ତେ ସେମାନେ କୌଣସି ସରକାରୀ ଗାଇଡଲାଇନ୍‌କୁ ପାଳନ କରୁ ନାହାନ୍ତି।

ଏହି ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ନିକଟରେ ଏ ନେଇ କୌଣସି ତଥ୍ୟ ରହୁ ନାହିଁ। ତେଣୁ ଏବେ ଧର୍ମ ପରିବର୍ତ୍ତନ ପୂର୍ବରୁ ଏନେଇ ଜିଲ୍ଲା ଜଜଙ୍କୁ ଅବଗତ କରାଇବା ନିୟମକୁ କଡ଼ାକଡ଼ି କରାଯାଇଛି। ନିଜ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଏଥିନିମନ୍ତେ ଅନୁମତି ନେବା ଆବଶ୍ୟକ ବୋଲି ଗୁଜରାଟ ସରକାର ଘୋଷଣା କରିଛନ୍ତି।

Advertisment

ପୂର୍ବରୁ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତି ଏନେଇ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କଲେ ଅଧିକାରୀ ଏହାକୁ ଖାରଜ କରି ଦେଉଥିଲେ। ସମ୍ବିଧାନ ଅନୁଯାୟୀ, ଶିଖ, ଜୈନ ଓ ବୌଦ୍ଧ ଧର୍ମ ହିନ୍ଦୁ ଧର୍ମ ଅଧୀନରେ ଆସୁଥିବା କହି ସେମାନେ ଏହାକୁ ଖାରଜ କରି ଦେଉଥିଲେ।

ମାତ୍ର ଏବେ ଧର୍ମ ପରିବର୍ତ୍ତନ ନିମନ୍ତେ ଅନୁମତି ବାଧ୍ୟତାମୂଳକ ତଥା ଏଥିନିମନ୍ତେ ପୂର୍ବରୁ ଜିଲ୍ଲା ଜଜଙ୍କୁ ଅବଗତ କରାଇବାକୁ ପଡ଼ିବ ବୋଲି ରାଜ୍ୟ ସରକାର ନିୟମ ଲାଗୁ କରିଛନ୍ତି।

Gujarat Goutam Buddha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe