Advertisment

ମନ ଦୁଃଖ କରିବନି, ବାହା ହୋଇଯିବ...

ଯୁବତୀ ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ପ୍ରେମିକ ପାଇଁ ଗୋଟିଏ ଭିଡିଓ ରେକର୍ଡ କରିଛନ୍ତି। ଏଥିରେ ସେ ନିଜ ପ୍ରେମିକଙ୍କୁ କ୍ଷମା ମାଗିବା ସହ ଘରେ ଘଟୁଥିବା ଝଗଡ଼ାକୁ ନେଇ ସେ ଥକି ଯାଇଥିବା କହିଛନ୍ତି।

ଅଦ୍ୟତନ ହୋଇଛି
Gujrat

Gujrat

Advertisment

“ମୁଁ ହାତ ଯୋଡ଼ି କ୍ଷମା ମାଗୁଛି। ପାରିବ ଯଦି ମୋତେ କ୍ଷମା କରିଦେବ। ଦୁଃଖ କରନାହିଁ। ଖୁସିରେ ରହିବ। ଯେମିତି ହେଲେ ବାହା ହୋଇଯିବ। ଯଦି ତୁମେ ଖୁସିରେ ରହିବ, ତା’ହେଲେ ମୋର ଆତ୍ମା ​​ଶାନ୍ତି ପାଇବ। କାମ ଓ ଜୀବନ ଉପରେ ନିରାଶ ହୋଇ ମୁଁ ଏମିତି ଗୋଟିଏ ପଦକ୍ଷେପ ନେଉଛି। ମୋତେ କ୍ଷମା କରି ଦିଏ।” ପ୍ରେମିକଙ୍କ ପାଇଁ ଏମିତି କୋହଭରା ଭିଡିଓ ଜାରି ଜୀବନ ହାରିଛନ୍ତି ୨୭ ବର୍ଷୀୟା ଯୁବତୀ।

Advertisment

ଗୁଜରାଟର ବନସକାଣ୍ଠା ଜିଲ୍ଲାରେ ଏପରି ଗୋଟିଏ ଘଟଣା ଘଟିଛି। ଯୁବତୀ ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ପ୍ରେମିକ ପାଇଁ ଗୋଟିଏ ଭିଡିଓ ରେକର୍ଡ କରିଛନ୍ତି। ଯେଉଁଥିରେ ସେ ନିଜ ପ୍ରେମିକଙ୍କୁ କ୍ଷମା ମାଗିବା ସହ ଘରେ ଘଟୁଥିବା ଝଗଡ଼ାକୁ ନେଇ ଥକି ପଡ଼ିଥିବା କହିଛନ୍ତି।

ଜୀବନ ହାରିଥିବା ଯୁବତୀ ଜଣଙ୍କ ହେଲେ ୨୭ ବର୍ଷୀୟ ରାଧା ଠାକୁର। କିଛି ବର୍ଷ ପୂର୍ବେ ରାଧା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇ ପଲାନପୁରରେ ଭଉଣୀ ସହିତ ରହୁଥିଲେ। ସେଠାରେ ସେ ଗୋଟିଏ ବିୟୁଟି ପାର୍ଲର ଚଳାଇଥିଲେ। ହେଲେ ହଠାତ୍‌ ସେ ଆତ୍ମହତ୍ୟା ଭଳି ଚରମପଦକ୍ଷେପ ଗ୍ରହଣ କରିଛନ୍ତି।

Advertisment

ରାଧାଙ୍କ ଭଉଣୀ ଅଳକା କହିଛନ୍ତି, “ମୋ ଭଉଣୀ ଗୋଟିଏ ବିୟୁଟି ପାର୍ଲର ଚଳାଉଥିଲେ। ରବିବାର ରାତିରେ ସେ ଘରକୁ ଫେରିଥିଲେ ଓ ଆମ ସହ ଖାଇଥିଲେ। ଏହାପରେ ଶୋଇବାକୁ ଚାଲି ଯାଇଥିଲେ। ପରଦିନ ସକାଳେ ତାଙ୍କ ମୃତଦେହ ବେଡରୁମରୁ ମିଳିଥିଲା। ଆମେ ତାଙ୍କ ଫୋନ୍ ଚେକ୍ କରିବାରୁ ଗୋଟିଏ ଭିଡିଓ ପାଇଲୁ। ଆମେ ସବୁକିଛି ପୁଲିସକୁ ହସ୍ତାନ୍ତର କରି ଦେଇଛୁ। ସେ ଜଣେ ଯୁବକଙ୍କ ସହ କଥା ହେଉଥିଲେ। ହେଲେ ଆମେ ତାଙ୍କ ବିଷୟରେ କିଛି ବି ଜାଣିନୁ। ଆତ୍ମହତ୍ୟା ପଛରେ ଉକ୍ତ ଯୁବକଙ୍କ ହାତ ଥିବା ଆମେ ସନ୍ଦେହ କରୁଛୁ।”

ରାଧାଙ୍କ ପରିବାର ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଦାଏର କରିଛନ୍ତି। ହେଲେ ବ୍ୟକ୍ତିଙ୍କ ସମ୍ପର୍କରେ କାହାକୁ ଜଣାନାହିଁ। ରାଧା କାହିଁକି ଆତ୍ମହତ୍ୟା କଲେ ଓ ସେ କାହିଁକି ନିଜ ପ୍ରେମିକଙ୍କୁ କ୍ଷମା ମାଗିଛନ୍ତି, ସେକଥା ଜାଣିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି।

ରାଧା ରେକର୍ଡ କରିଥିବା ଶେଷ କଥାବର୍ତ୍ତାର ଅଡିଓ ପୁଲିସ୍‌ ହାତରେ ଲାଗିଛି। ଏଥିରେ ରାଧା ଜଣେ ବ୍ୟକ୍ତିଙ୍କୁ ତାଙ୍କର ଫଟୋ ମାଗୁଥିବା ଶୁଣିବାକୁ ମିଳୁଛି। କିନ୍ତୁ ବ୍ୟକ୍ତି ଜଣଙ୍କ ଫଟୋ ଦେବାକୁ ମନା କରୁଛନ୍ତି। ଏଥିରେ ରାଗି ଯାଇ ରାଧା କହୁଛନ୍ତି ଯେ “ଯଦି ୭ଟା ଭିତରେ ଫଟୋ ନ ପହଞ୍ଚିବ, ତା’ହେଲେ କ’ଣ ହେବ ତୁମେ ଦେଖିବ।”

ଆତ୍ମହତ୍ୟା କରିବା ପୂର୍ବରୁ ରାଧା ନିଜେ ଏକ ଭିଡିଓ ମଧ୍ୟ ରେକର୍ଡ କରିଥିଲେ। ଯେଉଁଥିରେ ସେ ନିଜ ପ୍ରେମିକଙ୍କୁ କ୍ଷମା ମାଗିଛନ୍ତି। ଏହି ଭିଡିଓରେ ରାଧା କହିଛନ୍ତି, 'ମୋତେ କ୍ଷମା କର। ମୁଁ ତୁମକୁ ନ ଜଣାଇ ଗୋଟିଏ ଭୁଲ ପଦକ୍ଷେପ ନେବାକୁ ଯାଉଛି। ଏ ସମ୍ପର୍କରେ ମୁଁ ତୁମକୁ କିଛି ବି ପଚାରି ନଥିବାରୁ ମୋତେ କ୍ଷମା କରିଦେବ। ଆଦୌ ଦୁଃଖ କରନାହିଁ। ଖୁସିରେ ରୁହ। ଜୀବନକୁ ଉପଭୋଗ କର। ବାହା ହୋଇଯିବ। ମୁଁ ଆତ୍ମହତ୍ୟା କରିଛି ବୋଲି ଆଦୌ ଭାବିବ ନାହିଁ। ମୁଁ ହାତ ଯୋଡ଼ି ତୁମକୁ କ୍ଷମା ମାଗୁଛି। ଯଦି ତୁମେ ଖୁସିରେ ରହିବ, ତା’ହେଲେ ମୋ ଆତ୍ମା ​​ଶାନ୍ତି ପାଇବ। ମୁଁ କାମ ଓ ଜୀବନ ଉପରେ କ୍ଷୁବ୍ଧ ହୋଇ ଏପରି ପଦକ୍ଷେପ ନେଉଛି।”

Suicide Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe