Advertisment

ସିଦ୍ଦରମୈୟାଙ୍କ ସୁରକ୍ଷାରେ ତ୍ରୁଟି, ବନ୍ଧୁକ ଧରି ଫୁଲ ମାଳ ପିନ୍ଧାଇଲେ ବ୍ୟକ୍ତି

ବେଙ୍ଗାଲୁରୁର ଭୈରାସାଂଦ୍ରାରେ କଂଗ୍ରେସର ଲକୋସଭା ପ୍ରାର୍ଥୀ ସୌମ୍ୟା ରେଡ୍ଡୀଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ରୋଡ୍‌ ଶୋ' କରୁଥିଲା। ଏତିକି ବେଳେ ହଠାତ୍‌ ଜଣେ ବ୍ୟକ୍ତି ଅଣ୍ଟାରେ ବନ୍ଧୁକ ଖୁଞ୍ଚି ତାଙ୍କ ପ୍ରଚାର ଗାଡି ଉପରକୁ ଚଢ଼ି ଯାଇଥିଲେ।

Siddaramaiah security breach

Siddaramaiah security breach

Advertisment

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସୁରକ୍ଷାରେ ତ୍ରୁଟି। ରୋଡ୍‌ ଶୋ' ବେଳେ ବନ୍ଧୁକ ଧରି ତାଙ୍କ ପାଖକୁ ପହଞ୍ଚି ଗଲେ ବ୍ୟକ୍ତି। ଆଉ ପିନ୍ଧାଇଲେ ଫୁଲ ମାଳ। ସୋମବାର ଏଭଳି କିଛି ଘଟଣା ଘଟିଥିଲା।

Advertisment

ଆଗକୁ ସାଧାରଣ ନିର୍ବାଚନ। ଏଥିପାଇଁ ସୋମବାର ବେଙ୍ଗାଲୁରୁର ଭୈରାସାଂଦ୍ରାରେ କଂଗ୍ରେସର ଲକୋସଭା ପ୍ରାର୍ଥୀ ସୌମ୍ୟା ରେଡ୍ଡୀଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ରୋଡ୍‌ ଶୋ' କରୁଥିଲା। ଏତିକି ବେଳେ ହଠାତ୍‌ ଜଣେ ବ୍ୟକ୍ତି ଅଣ୍ଟାରେ ବନ୍ଧୁକ ଖୁଞ୍ଚି ତାଙ୍କ ପ୍ରଚାର ଗାଡି ଉପରକୁ ଚଢ଼ି ଯାଇଥିଲେ। ଏହାପରେ ସେ କଂଗ୍ରେସ ସମର୍ଥନରେ ନାରାବାଜି କରିଥିଲେ। ତା'ପରେ ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ଓ ତାଙ୍କ ଝିଅ ସୌମ୍ୟା ରେଡ୍ଡୀଙ୍କୁ ଫୁଲ ମାଳ ପିନ୍ଧାଥିଲେ।

ସେ ଗାଡି ଉପରକୁ ତଳକୁ ଓହ୍ଲାଇବା ପରେ ସିଦ୍ଦରମୈୟା ଓ ଅନ୍ୟ ଲୋକମୋେନ ତାଙ୍କ ଅଣ୍ଟାରେ ବନ୍ଧୁକ ଖୁଞ୍ଚା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ଅଭିଯୁକ୍ତ ଜଣକ ପରିଚୟ ରିୟାଜ ବୋଲି ଜଣାପଡିଛି।

Advertisment

କିଛି ବର୍ଷ ପୂର୍ବେ ରିୟାଜ ଉପରେ ମରାଣନ୍ତକ ଆକ୍ରମଣ ହୋଇଥିଲା। ଏହାପର ଠାରୁ ସେ ନିଜ ସହ ବନ୍ଧୁକ ରଖୁଥିବା ପୁଲିସ କହିଛି। ନିଜ ବନ୍ଧୁକକୁ ସରେଣ୍ଡର କରିବାକୁ ତାକୁ ଛାଡ କରାଯାଇଥିଲା। ଏହା ଏକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ। ତେବେ ଏହାକୁ ନେଇ ତଦନ୍ତ ଜାରି ରହିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Karnataka Siddaramaiah CM Security Breach Campaign Rally
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe