Advertisment

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବଡ଼ଧରଣର ଗୁଳି ବିନିମୟ

ଏହି ଗୁଳି ବିନିୟମ ପୂର୍ବରୁ ଜମ୍ମୁର ଅଖନୁର ସେକ୍ଟର ସ୍ଥିତ ଏଲଓସିରେ ପାକିସ୍ତାନ ରେଞ୍ଜର୍ସ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲେ।

Jammu

Jammu

Advertisment

ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି। ଜିଲ୍ଲାର ବସନ୍ତଗଡ଼ ଅଞ୍ଚଳରେ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟର ଏବେ ବି ଜାରି ରହିଛି।

Advertisment

ବସନ୍ତଗଡ଼ରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଅର୍ଦ୍ଧସାମରିକ ବାହିନୀ ଓ ସ୍ଥାନୀୟ ପୁଲିସ୍‌ ସେଠାରେ ପହଞ୍ଚିଥିଲେ। ସେମାନେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରୁଥିବା ବେଳେ ଆତଙ୍କବାଦୀମାନେ ଗୁଳି ମାଡ଼ ଆରମ୍ଭ କରି ଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଫଳରେ ଦୁଇ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଛି।

ଏନକାଉଣ୍ଟର ଜାରି ରହିଥିବା ବେଳେ ସେଠାକୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ପଠା ଯାଇଛି। ସ୍ଥାନୀୟ ଅଞ୍ଚଳରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି।

Advertisment

ଏହି ଗୁଳି ବିନିୟମ ପୂର୍ବରୁ ଜମ୍ମୁର ଅଖନୁର ସେକ୍ଟର ସ୍ଥିତ ଏଲଓସିରେ ପାକିସ୍ତାନ ରେଞ୍ଜର୍ସ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲେ। ପାକିସ୍ତାନ ରେଞ୍ଜର୍ସଙ୍କ ଗୁଳି ମାଡ଼ରେ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ ମଧ୍ୟ ପାକିସ୍ତାନର ଏହି ହରକତର ଦୃଢ଼ ଜବାବ ଦିଆଯାଇଛି।

Terror Attack Jammu Kashmir Terrorist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe