/odisha-reporter/media/media_files/2026/02/24/gun-men-2026-02-24-15-33-01.jpg)
ନୀତୀନ ଓ ଘଟଣା ବେଳର ଦୃଶ୍ୟ
ଗ୍ରେଟର ନୋଏଡାର ଗୋଟିଏ ଛୋଟ ଗଳିରେ ଘଟିଛି ଭୟଙ୍କର ଘଟଣା। ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ତାଙ୍କ ଘର ସାମ୍ନାରେ ଗୋଡ଼ାଇ ଗୋଡ଼ାଇ ଗୁଳି କରିଛନ୍ତି ୩ ଜଣ ବ୍ୟକ୍ତି। ମଧ୍ୟାହ୍ନ ସମୟରେ ସମସ୍ତଙ୍କ ସାମ୍ନାରେ ଏପରି ଘଟଣା ଘଟିଛି।
ଛୋଟ ପିଲା ଓ ମହିଳା ଚିତ୍କାର କରୁଥିଲେ ହେଁ ବନ୍ଧୁକଧାରୀମାନେ ଏହାକୁ ଖାତିର କରି ନଥିଲେ। ସେମାନେ ଚିତ୍କାର ଭିତରେ ନୀତୀନ ନାମକ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା( Murder) କରିଛନ୍ତି। ପୂରା ଘଟଣା ଇକୋଟେକ-୧ ପୁଲିସ୍ ଷ୍ଟେସନ ଅଞ୍ଚଳରେ ଘଟିଛି।
ଆବାସିକ ଅଞ୍ଚଳରେ ଘଟିଥିବା ଏହି ଗୁଳି ମାଡ଼ ଘଟଣା ସିସିଟିଭି କ୍ୟାମେରାରେ କଏଦ ମଧ୍ୟ ହୋଇଛି। ଆବାସିକ ଅଞ୍ଚଳର ଗୋଟିଏ ସାଧାରଣ ଗଳି କେମିତି କିଛି ସେକେଣ୍ଡ ମଧ୍ୟରେ ରଣକ୍ଷେତ୍ରରେ ପରିଣତ ହେଉଛି, ତା’ର ସତ ସିସିଟିଭି ଦୃଶ୍ୟରେ ରହିଛି। ୩ ଯୁବକ ନୀତୀନଙ୍କୁ ଗୁଳି କରୁଥିବା ବେଳେ ଛୋଟ ପିଲା ଓ ସ୍ଥାନୀୟ ଲୋକ କେବଳ ଭୟରେ ଥରିବାକୁ ଲାଗିଥିଲେ। ମାତ୍ର କିଛି ସେକେଣ୍ଡ ମଧ୍ୟରେ ସବୁ କିଛି ଘଟିବାରୁ କେହି ବି କିଛି ବୁଝିବାକୁ ସମୟ ମଧ୍ୟ ପାଇ ନାହାନ୍ତି।
ଆକ୍ରମଣ ପୂର୍ବରୁ ପୂରା ଗଳି ବେଶ ସ୍ୱାଭାବିକ ରହିଥିଲା। ଛୋଟ ପିଲାମାନେ ସେମାନଙ୍କ ଘର ସାମ୍ନାରେ ଖେଳୁଥିବା ବେଳେ ଲୋକମାନେ ସ୍ୱାଭାବିକ ଭାବେ ଯିବା ଆସିବା କରୁଥିଲେ। ତେବେ ହଠାତ ସବୁ କିଛି ବଦଳି ଯାଇଥିଲା। ନୀତୀନ ଗଳିରେ ଆସୁଥିବା ବେଳେ ୩ ଜଣ ଯୁବକ ହାତରେ ବନ୍ଧୁକ ଧରି ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ଅତି ନିକଟରୁ ସେମାନେ ନୀତୀନଙ୍କୁ ଗୁଳି କରିଥିଲେ।
A man was shot dead in broad daylight outside his home in Greater Noida, UP.
— Ranvijay Singh (@ranvijaylive) February 24, 2026
CCTV footage 👇 pic.twitter.com/hLUk7sOtqk
ଗୁଳି ମାଡ଼ରେ ପୂରା ଗଳି ଦୋହଲି ଉଠିଥିଲା। ପିଲାମାନେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚିତ୍କାର କରି ଦୌଡ଼ିଥିଲେ। ସମାନ ସମୟରେ ଜଣେ ମହିଳା ତାଙ୍କ ଘର ସାମ୍ନାରେ ଘଟାକୁ ଦେଖି ଚିତ୍କାର କରିଥିଲେ। ହେଲେ ଜଣେ ଆକ୍ରମଣକାରୀ ତାଙ୍କୁ ମଧ୍ୟ ବନ୍ଧୁକର ଭୟ ଦେଖାଇଥିଲେ। ୩ ଜଣ ଯାକ ମିଳିତ ଭାବେ ନୀତୀନଙ୍କୁ ତଳେ ପକାଇ ଗୁଳି କରି ଚାଲିଥିଲେ। ଆଉ ସେ ତଳେ ପଡ଼ିବା ପରେ ସେଠାରୁ ଫେରାର ହୋଇ ଯାଇଥିଲେ।
ନୀତୀନଙ୍କୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ବରିଷ୍ଠ ପୁଲିସ ଅଧିକାରୀ ସୁଧୀର କୁମାର ନିଜର ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ପ୍ରାରମ୍ଭିକ ଯାଞ୍ଚରୁ ପୁରୁଣା ଶତ୍ରୁତାରୁ ଏତେ ବଡ଼ ଘଟଣା ଘଟିଥିବା କୁହାଯାଉଛି।
ପୁଲିସ୍ କହିଛି ଯେ କିଛି ଲୋକଙ୍କ ସହ ନୀତୀନଙ୍କ ବିବାଦ ଚାଲିଥିଲା। ଏହି କାରଣ ପାଇଁ ସଚିନ ନାମକ ଜଣେ ବ୍ୟକ୍ତି ଓ ତା’ର ଦୁଇ ଜଣ ସହଯୋଗୀ ଏତେ ବଡ଼ କାଣ୍ଡ ଘଟାଇଛନ୍ତି।
ପୁଲିସ୍ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେହିପରି ଆଇନଶୃଙ୍ଖଳା ସ୍ଥିତି ବଜାୟୀ ରଖିବା ପାଇଁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
