Advertisment

ଅଜବ ହୋଲି, ପୁରୁଷଙ୍କୁ ମହିଳା ମାରୁଛନ୍ତି ଚାବୁକ ମାଡ଼

ଏଠି ପୁରୁଷଙ୍କୁ ମହିଳାମାନେ ଚାବୁକ ମାଡ ମାରି ହୋଲି ଖେଳନ୍ତି।

ଅଦ୍ୟତନ ହୋଇଛି
Kodamar Holi

Kodamar Holi

Advertisment

ଆଜି ହେଉଛି ରଙ୍ଗର ପର୍ବ ହୋଲି। ରଙ୍ଗ ବରେଙ୍ଗରେ ରଙ୍ଗୀନ ହୋଇଛି ପୂରା ଦେଶ। ତେବେ ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ହୋଲି ଖେଳିବା ପ୍ରଥା ରହିଛି। କେଉଁଠି ଫଗୁରେ ରଙ୍ଗ ଖେଳାଯାଏ ତ ଆଉ କେଉଁଠି ଲାଠି ମାଡ କରି ହୋଲି ଖେଳାଯାଏ। କିନ୍ତୁ ରାଜସ୍ଥାନରେ ଏକ ଅଜବ ହୋଲି ପ୍ରଥା ରହିଛି। ଏଠି ପୁରୁଷଙ୍କୁ ମହିଳାମାନେ ଚାବୁକ ମାଡ ମାରି ହୋଲି ଖେଳନ୍ତି।  

Advertisment

ରାଜସ୍ଥାନୀ ଟୋଙ୍କରେ ଗୁର୍ଜର ସମାଜରେ ଏହି କୋଡାମାର ତଥା ଚାବୁକ ପ୍ରହାର ହୋଲି ଖେଳ ହୁଏ। ଏହି ସମୟରେ ସମାଜର ପୁରୁଷମାନେ ବାମୋର ଫାଟକରୁ ହୀରା ଛକ ଯାଏଁ ଯାଆନ୍ତି। ତା’ପରେ ସେମାନେ ମହିଳାମାନଙ୍କ ସହିତ ରଙ୍ଗ ଖେଳନ୍ତି ଏବଂ ମହିଳାମାନେ ପୁରୁଷମାନଙ୍କ ଉପରେ ଜୋରରେ ଚାବୁକ ପ୍ରହାର କରନ୍ତି। ଏଥିସହ ମହିଳାମାନେ ପାରମ୍ପରିକ ଲୋକଗୀତ ଗାଆନ୍ତି। କୁହାଯାଏ ଯେ ଏହି ପରମ୍ପରା ଏଠାରେ କାହିଁ କେଉଁ କାଳରୁ ଚାଲିଆସୁଛି।

ପରମ୍ପରା ଅନୁସାରେ ଏଠାକାର ପୁରୁଷମାନେ ହୀରା ଛକରେ ରଖାଯାଇଥିବା ଏକ ବଡ ପିତଳ ହଣ୍ଡାରେ ରଙ୍ଗ ଭରି ମହିଳାମାନଙ୍କୁ ଲଗାଇବାକୁ ଚେଷ୍ଟା କରନ୍ତି। ଏହି ସମୟରେ ମହିଳାମାନେ ତାଙ୍କ ଉପରେ ଚାବୁକ ପ୍ରହାର କରିବା ଆରମ୍ଭ କରିଦିଅନ୍ତି। ପ୍ରାୟ ଏକ ଘଣ୍ଟା ଯାଏଁ ଏହି ଚାବୁକ ପ୍ରହାର ତଥା କୋଡାମାର୍ ହୋଲି ଚାଲେ। ଏହି ହୋଲିକୁ ଦେଖିବା ପାଇଁ ଗୁର୍ଜର ସମାଜ ସମତେ ଅନ୍ୟ ସମାଜର ଲୋକେ ମଧ୍ୟ ଭିଡ଼ ଜମାଇଥାନ୍ତି। 

Advertisment

ଗୁର୍ଜର ସମ୍ପ୍ରଦାୟର ଲୋକଙ୍କ କହିବା ମୁତାବକ, ଦ୍ୱାପର ଯୁଗରେ ମଧ୍ୟ ଯେତେବେଳେ ଭଗବାନ କୃଷ୍ଣ ଏବଂ ତାଙ୍କ ସାଙ୍ଗମାନେ ଗୋପୀଙ୍କ ସହ ହୋଲି ଖେଳିବାକୁ ବାରସାନା ଯାଉଥିଲେ, ସେଠାରେ ଥିବା ଗୋପୀ ଏବଂ ଗୁର୍ଜର ସମାଜର ମହିଳାମାନେ ସେମାନଙ୍କୁ ଏହିପରି ଚାବୁକ ଦମାଡ଼ ମାରୁଥିଲେ। 

Rajasthan Holi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe