Advertisment

ହତ୍ୟା ମାମଲା: ଡେରା ପ୍ରମୁଖ ଗୁରମିତ ରାମ ରହିମ ଦୋଷ ମୁକ୍ତ

ଡେରା ମ୍ୟାନେଜର ରଞ୍ଜିତ ସିଂହ ହତ୍ୟା ମାମଲାରେ ଆଜି ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ଡେରା ମୁଖ୍ୟ ଏବଂ ଅନ୍ୟ ଚାରି ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Gurmeet Ram Rahim

Gurmeet Ram Rahim

Advertisment

ଆତ୍ମଘୋଷିତ ଧର୍ମଗୁରୁ ତଥା ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ ରାମ ରହିମଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ହତ୍ୟା ମାମଲାରେ ଦୋଷ ମୁକ୍ତ ହେଲେ ଗୁରମିତ। ଆଜି ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ଡେରା ମୁଖ୍ୟ ଏବଂ ଅନ୍ୟ ଚାରି ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଡେରା ମ୍ୟାନେଜର ରଞ୍ଜିତ ସିଂହ ହତ୍ୟା ମାମଲାରେ ସମସ୍ତ ପାଞ୍ଚ ଜଣ ଅଭିଯୁକ୍ତ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି।

Advertisment

ସିବିଆଇ ସ୍ୱତନ୍ତ୍ର କୋର୍ଟ ଦେଇଥିବା ରାୟକୁ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ରଦ୍ଦ କରିବା ସହ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ବାସ୍ତବରେ ରାମ ରହିମ ସିବିଆଇ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଥିଲେ। ୨୦୨୧ ମସିହାରେ ସିବିଆଇ କୋର୍ଟ ରଞ୍ଜିତ ସିଂହ ହତ୍ୟା ମାମଲାରେ ଡେରା ମୁଖ୍ୟ ଗୁରୁମିତ ରାମ ରହିମଙ୍କ ସମେତ ପାଞ୍ଚ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ଏହି ମାମଲାରେ ଗୁରମିତଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତ ଅବତାର ସିଂହ, କୃଷ୍ଣଲାଲ, ଜସବୀର ସିଂହ ଓ ସବ୍‌ଦିଲ୍‌ ସିଂହ ଅଛନ୍ତି। ଟ୍ରାଏଲ ବେଳେ ଅନ୍ୟ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇସାରିଛି।

Advertisment

ଗୁରମିତ ରାମ ରହିମ ନିଜର ଦୁଇ ଜଣ ମହିଳା ଶିଷ୍ୟଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦ ବର୍ଷ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ବଳାତ୍କାର ଓ ସାମ୍ବାଦିକଙ୍କ ହତ୍ୟା ମାମଲାରେ ରାମ ରହିମଙ୍କ ଆବେଦନ ହାଇକୋର୍ଟରେ ବିଚାରାଧୀନ ରହିଛି। ସମ୍ପ୍ରତି ରାମ ରହିମ ରୋହତକଙ୍କ ସୁନାରିଆ ଜେଲରେ ଅଛନ୍ତି।

୨୦୨୧ ମସିହାରେ ଡେରା ମ୍ୟାନେଜର ରଞ୍ଜିତ ସିଂହଙ୍କୁ ହତ୍ୟା ଷଡଯନ୍ତ୍ର କରି ଡେରା ମୁଖ୍ୟ ଅନ୍ୟ ଚାରିଜଣଙ୍କ ସହ ଦୋଷୀ ସାବ୍ୟସ୍ତ ହୋଇଥିଲେ। ରଣଜିତ ସିଂହଙ୍କ ପୁଅ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରି ୨୦୦୩ରେ ହାଇକୋର୍ଟରେ ଆବେଦନ କରିଥିଲେ। ଏହାପରେ ମମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

Gurmeet Ram Rahim Singh Punjab And Haryana High Court MURDER CASE
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe