Advertisment

ଡେରା ସଚ୍ଚା ସଉଦାର ମୁଖ୍ୟକୁ ପୁଣି ମିଳିଲା ପାରୋଲ

ପାରୋଲରେ ଯିବାକୁ ଅନୁମତି ପାଇଥିବା ଗୁରମିତ ଏବେ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ଥିବା ଶାହ ସତନାମ ଆଶ୍ରମରେ ରହିବ। ସିର୍ସାରେ ଥିବା ଆଶ୍ରମରେ ୨ ଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଗୁରମିତକୁ ୨୦ ବର୍ଷର ଜେଲଦଣ୍ଡ ମିଳିଛି।

Gurmeet

Gurmeet

Advertisment

ଜେଲରେ ଥିବା ଆତ୍ମଘୋଷିତ ବାବା ତଥା ଡେରା ସଚ୍ଚା ସଉଦାର ମୁଖ୍ୟ ଗୁରମିତ ରାମ ରହିମ ସିଂହ ପୁଣି ପାରୋଲ ପାଇଛି। ତାକୁ ଗୁରୁବାର ୩୦ ଦିନ ପାଇଁ ଜେଲରୁ ପାରୋଲରେ ଯିବାକୁ ଅନୁମତି ମିଳିଛି। ଦୁଷ୍କର୍ମ ଓ ହତ୍ୟା ଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗୁରମିତକୁ ହରିଆଣାର ସରକାର ପାରୋଲରେ ଯିବାକୁ ଅନୁମତି ଦେଇଛନ୍ତି। ଏହାପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ସେ ପାରୋଲରେ ବାହାରକୁ ଆସିଥିଲା।

Advertisment

ପାରୋଲରେ ଯିବାକୁ ଅନୁମତି ପାଇଥିବା ଗୁରମିତ ଏବେ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ଥିବା ଶାହ ସତନାମ ଆଶ୍ରମରେ ରହିବ। ସିର୍ସାରେ ଥିବା ଆଶ୍ରମରେ ୨ ଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଗୁରମିତକୁ ୨୦ ବର୍ଷର ଜେଲଦଣ୍ଡ ମିଳିଛି।

ସେ ରୋହତ ଜେଲରେ ବନ୍ଦୀ ଜୀବନ ବିତାଉଛି। ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ଓ ହିମାଚଳ ପ୍ରଦେଶରେ ଏହି ଆତ୍ମଘୋଷିତ ବାବାର ଅନୁଗାମୀ ରହିଛନ୍ତି। ଜେଲଦଣ୍ଡ ମିଳିବା ଦିନ ଠାରୁ ସେ ବିଭିନ୍ନ କାରଣ ପାଇଁ ୫ ଥର ପାରୋଲରେ ବାହାରକୁ ଆସିଲାଣି।

Advertisment

ପୂର୍ବଥର ଭଳି ଏଥର ମଧ୍ୟ ସେ ହରିଆଣା ଗୁଡ କଣ୍ଟକ୍ଟ ପ୍ରିଜନର୍ସ(ଅସ୍ଥାୟୀ ରିଲିଜ) ଆକ୍ଟ ୨୦୨୨ ବଳରେ ପାରୋଲ ପାଇଁ ଆବେଦନ କରିଥିଲା। ତାକୁ ୩୦ ଦିନର ପାରୋଲ ଅନୁମତି ମିଳିଥିବା ବେଳେ ପ୍ରଶାସନ ପକ୍ଷରୁ ବିଭିନ୍ନ ସର୍ତ୍ତ ରଖାଯାଇଛି।

ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁମତି ବିନା ସେ ପାରୋଲ ସମୟରେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇ ପାରିବ ନାହିଁ। ପାରୋଲ ସମୟରେ ସେ ଶାନ୍ତି ବଜାୟୀ ରଖିବ। ସ୍ଥାନୀୟ ପୁଲିସ୍‌ ଓ ପ୍ରଶାସନକୁ ସବୁ ପ୍ରକାରର ସ୍ଥିତିରେ ସହଯୋଗ କରିବ ବୋଲି କୁହାଯାଇଛି। ଏହାବାଦ ସ୍ଥାନୀୟ ପୁଲିସ୍‌କୁ ଗୁରମିତ ଉପରେ ନଜର ରଖିବାକୁ ମଧ୍ୟ ହରିଆଣା ସରକାର କହିଛନ୍ତି।

Gurmeet Ram Rahim Singh Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe