Advertisment

ଇନ୍‌ଷ୍ଟାଗ୍ରାମରେ ସମ୍ପର୍କ, ହୋଟେଲରେ ବାରମ୍ବାର ଦୁଷ୍କର୍ମ

ଇନ୍‌ଷ୍ଟାଗ୍ରାମରେ ସମ୍ପର୍କ । ତା’ପରେ ପ୍ରେମ ଆଉ ଦେଖାସାକ୍ଷାତ। ଆଉ ଏହା ପରେ ଦୁଷ୍କର୍ମ।

undefined

Rape victim

Advertisment

ଇନ୍‌ଷ୍ଟାଗ୍ରାମରେ ସମ୍ପର୍କ । ତା’ପରେ ପ୍ରେମ ଆଉ ଦେଖାସାକ୍ଷାତ। ଆଉ ଏହା ପରେ ଦୁଷ୍କର୍ମ। ଥରେ ନୁହେଁ ବ୍ଲାକମେଲିଂ କରି ବାରମ୍ବାର ଦୁଷ୍କର୍ମର ଶିକାର। ଜଣେ ୧୯ ବର୍ଷୀୟ ଯୁବତୀ ଏମିତି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଦିଲ୍ଲୀର ସମ୍ପୃକ୍ତ ଯୁବତୀ ଏହି ଅଭିଯୋଗ ଆଣିଛନ୍ତି। ହତ୍ୟାର ଧମକ ଦେଇ ବର୍ଷକରେ ତାଙ୍କ ପୁରୁଷ ବନ୍ଧୁ ବାରମ୍ବାର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ପୀଡିତା ଜଣକ ନାବାଳିକା ଥିବାବେଳେ ଉଭୟଙ୍କର ଇନଷ୍ଟ୍ରାଗ୍ରମାରେ ପରିଚୟ ହୋଇଥିଲା। ଏହା ପରେ ପୁରୁଷ ବନ୍ଧୁ ଜଣକ ତାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଶୋଇବାକୁ ବ୍ଲାକମେଲିଂ କରିଥିଲେ। ତାଙ୍କ ସହ ଶାରିରୀକ ସମ୍ପର୍କ ନରଖିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଫଳରେ ଭୟରେ ଯୁବତୀ ଜଣକ ବାରମ୍ବାର ତାଙ୍କ ସହ ଦିଲ୍ଲୀର ଏକ ହୋଟେଲକୁ ଆସିଥିଲେ । ସେଠାରେ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ।

Advertisment

ବୁଧବାର ଦାଖଲ ହୋଇଥିବା ଅଭିଯୋଗ ଅନୁଯାୟୀ, ଜୁଲାଇ ୨୦୨୦ରେ ଇନଷ୍ଟାଗ୍ରାମ ମାଧ୍ୟମରେ ଗୁରୁଗ୍ରାମ ନିବାସୀ ଅଭିଷେକଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଏହା ପରେ ସେ ପ୍ରଥମେ ଗୁରୁଗ୍ରାମର ଏକ ପାର୍କରେ ଡାକିଥିଲେ। ଏବେ ବିଏ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ସେପ୍ଟେମ୍ବର ୨୦୨୧ରେ ଆମେ ପୁଣିଥରେ ଏମଜିଏଫ ମଲ୍ ରେ ଭେଟାଭେଟି ହୋଇଥିଲୁ। ।

ସେ ମୋତେ ଡିଏଲଏଫ ଫେଜ-୨ ଅଞ୍ଚଳରେ ଏକ ଗେଷ୍ଟ ହାଉସକୁ ନେଇଥିଲେ। ସେଠାରେ ସେ ତାଙ୍କୁ ବଳାତ୍କାର କରିଥିଲେ। ପରେ ଅଭିଯୁକ୍ତ ଅଭିଷେକ ତାଙ୍କୁ ବାରମ୍ବାର ଡାକି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। । ଅଭିଯୋଗକାରୀଙ୍କ କହିବାନୁସାରେ, ଅଭିଯୁକ୍ତ ଅଭିଷେକ ଏକ ହୋଟେଲରେ ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଛନ୍ତି । ତାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଅଭିଷେକଙ୍କ ବିରୋଧରେ ପକ୍ସୋ ଆକ୍ଟରେ ପୁଲିସ ୨୦୨୦ରେରେ ପୀଡିତା ନାବାଳିକା ଥିବାରୁ ମାମଲା ରୁଜୁ କରିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଡାକ୍ତରୀ ପରୀକ୍ଷା ପରେ ପୀଡିତାଙ୍କ ବୟାନ ରେକର୍ଡ଼ କରାଯାଇଛି। ଅଧିକାରୀ ଜଣକ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରହିଛି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe