Advertisment

ଶର୍ଟ ସର୍କିଟ୍‌ରୁ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ୪ ଯୁବକ

ବିଳମ୍ବିତ ରାତିରେ ସରସ୍ୱତୀ ଏନ୍‌କ୍ଲେଭର ଜେ ବ୍ଲକରେ ନିଆଁ ଲାଗିବା ପରେ ଆଖିପିଛୁଳାକେ ଏହା ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। ଫଳରେ ରୁମ୍‌ରେ ଶୋଇଥିବା ୪ ଜଣ ଯୁବକ ଜୀବନ୍ତ ଜଳି ଯାଇଛନ୍ତି।

author-image
Madhupriya Mistry
Fire Breakout

Fire Breakout

ଭୟଙ୍କର ଅଗ୍ନିକାଣ୍ଡ। ଘରେ ଲାଗିଲା ନିଆଁ। ଜୀବନ୍ତ ଜଳିଗଲେ ୪ ଯୁବକ। ହରିୟାଣାର ଗୁରୁଗ୍ରାମରେ ଘଟିଛି ଏଭଳି କିଛି ଘଟଣା। ଏଠାକାର ସରସ୍ୱତୀ ଏନ୍‌କ୍ଲେଭର ଜେ ବ୍ଲକରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ସୂଚନା ମୁତାବକ, ବିଳମ୍ବିତ ରାତିରେ ସରସ୍ୱତୀ ଏନ୍‌କ୍ଲେଭର ଜେ ବ୍ଲକରେ ନିଆଁ ଲାଗିବା ପରେ ଆଖିପିଛୁଳାକେ ଏହା ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। ଶର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଫଳରେ ରୁମ୍‌ରେ ଶୋଇଥିବା ୪ ଜଣ ଯୁବକ ଜୀବନ୍ତ ଜଳି ଯାଇଥିଲେ।

୪ ଜଣ ମୃତକ ବିହାରର ହୋଇଥିବା ସୂଚନା ମିଳିଛି। ଏମାନଙ୍କ ବୟସ ୧୭, ୨୨, ୨୪ ଓ ୨୮ ବୋଲି କୁହାଯାଉଛି। ଏମାନେ ସମସ୍ତେ ଜେ ବ୍ଲକର ହଓ୍ୱା ମହଲରେ ଭଡ଼ାରେ ଘର ନେଇ ରହୁଥିଲେ।

Advertisment

ସେପଟେ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଆଁକୁ ଆୟତ୍ତ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେନ ପାଇଁ ପଠାଇଛି। ପୂରା ମାମଲର ତଦନ୍ତ ପୁଲିସ ଜାରି ରଖିଛି।

Fire Breakout Gurugram Boys Burnt Alive