Advertisment

ମହିଳାଙ୍କ ଠାରୁ ଭୂତମାନେ ମିଶି ନେଇଗଲେ୨୦ ଲକ୍ଷ, ପୁଲିସର ଛାନଭିନ୍‌

ପୁଣି ଚିତା କାଟିନେଲେ ଅଦୃଶ୍ୟ ଲୁଟେରା

undefined

cyber crime

Advertisment

ପୁଣି ଚିତା କାଟିନେଲେ ଅଦୃଶ୍ୟ ଲୁଟେରା। ମାତିଲେ ସାଇବର ଠକ୍। ଜଣେ ମହିଳାଙ୍କୁ ବ୍ଲାକମେଲିଂ କରି ସାଇବର ଠକମାନେ ତାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ହରିୟାଣା ଗୁରୁଗ୍ରାମର ସେକ୍ଟର ୪୩ରେ ରହୁଥିବା ଜଣେ ମହିଳାଙ୍କ ସହ ଘଟିଛି ଏହି ଘଟଣା। ଏନେଇ ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗତ ମାର୍ଚ୍ଚ ୩ ତାରିଖରେ ମହିଳା ଜଣକ ଅଜଣା ନମ୍ବରରୁ ଏକ ଫୋନ୍‌ କଲ ପାଇଥିଲେ। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ଏକ କୋରିଅର କମ୍ପାନୀର ବୋଲି କହିଥିଲେ। ଫୋନ୍‌ କରି ଅଜଣା ବ୍ୟକ୍ତି ଜଣକ ହିଥିଲେ ଯେ, ସମ୍ପୃକ୍ତ ମହିଳାଙ୍କ ନାମରେ ଆସିଥିବା ଏକ ପାର୍ସଲକୁ କଷ୍ଟମ ବିଭାଗ ଜବତ କରିଛି। ସେଥିରେ କିଛି ବେଆଇନ ସାମଗ୍ରୀ ଆସିଥିବା ସେ କହିଥିଲେ।

Advertisment

କଲଟିକୁ ମୁମ୍ବାଇ ପୁଲିସକୁ ଟ୍ରାନ୍ସଫର କରାଯାଉଥିବା କହିଥିଲେ। ଅନ୍ୟ ଜଣେ ଫୋନ୍‌ କଲର ନିଜକୁ ପୁଲିସ ବାଲସିଂହ ରାଜପୁତର ଡେପୁଟି କମିଶନର ବୋଲି କହିଥିବା ବେଳେ ଆଉ ଜଣେ ନିଜକୁ ମୁମ୍ବାଇ ପୁଲିସ ସାଇବର ୟୁନିଟର ଇନ୍ସପେକ୍ଟର ଅଜୟ ବନଶଲ ବୋଲି କହିଥିଲେ। ଉଭୟେ ଫୋନ୍‌ କରି ପୀଡ଼ିତାର ଆଧାର କାର୍ଡ଼ ଏକାଧିକ ଅପରାଧିକ କାର୍ଯ୍ୟରେ ନିୟୋଜନ ଏବଂ ମନିଲଣ୍ଡରିଂ କ୍ଷେତ୍ରରେ ବ୍ୟବହାର କରାଯାଇଥିବା କୁହାଯାଇଥିଲା। ମୁମ୍ବାଇର ତାଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟରେ ବେଆଇନ୍‌ କାରବାର ହୋଥିବା କୁହାଯାଇଥିଲା। ଏହି ଆକାଉଣ୍ଟ ସବୁ ଜବତ କରାଯାଇଥିବା କୁହାଯାଥିଲା। ପରେ ଆକାଉଣ୍ଟ ଭ୍ୟାଲିଡିଟି ପାଇଁ ୨ ଜଣ ଅଜଣା ବ୍ୟକ୍ତି ମହିଳା ଜଣଙ୍କୁ ମୋଟାଅଙ୍କର ଅର୍ଥ ମାଗିଥିଲେ।

ପ୍ରଥମେ ସେମାନେ ୪,୯୯,୯୯୯ ଟଙ୍କା ଦାବି କରିଥିଲେ। ଏହା ପରେ ସେମାନେ ପର୍ଯ୍ୟାୟକ୍ରମେ ଟଙ୍କା ମାଗିଥିଲେ। ଏମିତି କରି ମହିଳା ଜଣକ ୨୦, ୩୭,୧୯୪ ଟଙ୍କା ଦେଇଥିବା କହିଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଠକେଇ ମାମଲା ୨୨୦ ଏବଂ ଆଇଟି ଆକ୍ଟ ଅଧୀନରେ ତଦନ୍ତ ଆରମ୍ଭ ହୋଇଛି।

Advertisment
Cyber Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe