Advertisment

ଜ୍ଞାନବ୍ୟାପୀ ମାମଲା: ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ସ୍ଥଗିତ ଆବେଦନ ଖାରଜ

ହିନ୍ଦୁ ମନ୍ଦିରର ପୁନରୁଦ୍ଧାର ଏବଂ ପୂଜାପାଠ ଆବେଦନକୁ ଚ୍ୟାଲେଞ୍ଜ କରି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁସଲିମ ପକ୍ଷ।

author-image
Debibandita Barick
ଅଦ୍ୟତନ ହୋଇଛି
Gyanvapi

Gyanvapi

ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମୁସଲିମ ପକ୍ଷକୁ ପୁଣି ଲାଗିଲା ଝଟକା। ହିନ୍ଦୁ ମନ୍ଦିରର ପୁନରୁଦ୍ଧାର ଏବଂ ପୂଜାପାଠ ଆବେଦନକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଖାରଜ। ଆଜି ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷଙ୍କ ସମସ୍ତ ପାଞ୍ଚ ଆବେଦନକୁ ଖାରଜ କରି ଦେଇଛନ୍ତି।

Advertisment

ସୁନ୍ନି ସେଣ୍ଟ୍ରାଲ ୱାକଅଫ୍ ବୋର୍ଡ ଏବଂ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟରେ ପାଞ୍ଚଟି ଆବେଦନ କରିଥିଲା। ବାରଣାସୀ ଜ୍ଞାନବ୍ୟାପୀ ମସଜିଦ ଏବଂ କାଶୀ ବିଶ୍ୱନାଥ ମନ୍ଦିର ବିବାଦକୁ ନେଇ ଏହି ଆବେଦନ ହୋଇଥିଲା। ଆବେଦନରେ ହିନ୍ଦୁ ମନ୍ଦିରରରେ ପୂଜାପାଠ ଏବଂ ପୁନରୁଦ୍ଧାର ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରାଯାଇଥିଲା।

ହିନ୍ଦୁ ପକ୍ଷଙ୍କ ଦାବି ଅନୁସାରେ, କାଶୀ ବିଶ୍ୱନାଥ ମନ୍ଦିର ଜମିରେ ହିନ୍ଦୁ ମନ୍ଦିର ଭଙ୍ଗାଯାଇ ସେଠାରେ ମୁସଲିମ ମନ୍ଦିର ନିର୍ମାଣ କରାଯାଇଛି। ତେଣୁ ଏଠାରେ ମନ୍ଦିରର ପୂଜାପାଠ ପାଇଁ ଅନୁମତି ମିଳୁ। 1991 ମସିହାରେ ମଧ୍ୟ ହିନ୍ଦୁ ପୂଜକ ଏନେଇ ମକଦ୍ଦମା କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଦୁଇଟି ଏବଂ ପତ୍ନତାତ୍ତ୍ୱିକ ସର୍ଭେ(ASI) ଆଦେଶ ବିରୁଦ୍ଧରେ ତିନୋଟି ଆବେଦନ କରିଥିଲେ ମୁସଲିମ ପକ୍ଷ।

Advertisment

ଆଜି ଆହ୍ଲାବାଦ ହାଇକୋର୍ଟ ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲ ଏ ଉପରେ ଶୁଣାଣି କରି ମୁସଲିମ ପକ୍ଷଙ୍କ ସମସ୍ତ ପାଞ୍ଚଟି ଆବେଦନକୁ ଖାରଜ କରି ଦେଇଛନ୍ତି। ଏଥିସହ ମାମଲା ଉପରେ ତୁରନ୍ତ ଅନ୍ତିମ ରାୟ ଶୁଣାଇବାକୁ ବାରଣାସୀ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଛଅ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦୀର୍ଘ ଦିନ ଧରି ଲାଗି ରହିଥିବା ଏହି ବିବାଦ ଉପରୁ ପରଦା ହଟାଇବା ପାଇଁ ଅଗଷ୍ଟରେ ବାରଣାସୀ କୋର୍ଟ ASI ସାଇଣ୍ଟିଫିକାଲ୍ ସର୍ଭେ ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଏହି ସର୍ଭେକୁ ବି ମୁସଲିମ ପକ୍ଷ ବିରୋଧ କରିଥିଲେ। ତଥାପି ପରେ ଉଚ୍ଚ ନ୍ୟାୟାଳୟରେ ସର୍ଭେକୁ ଅନୁମତି ମିଳିଥିଲା। ଗତ ଛଅ ମାସ ଧରି ASI ଟିମ୍ ମସଜିଦ କମ୍ପ୍ଲେକ୍ସରେ ସର୍ଭେ କରିଥିଲେ। ଗତକାଲି ବାରଣାସୀ ଜିଲ୍ଲା କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିଛନ୍ତି। ଆସନ୍ତା ଗୁରୁବାର ଜିଲ୍ଲା କୋର୍ଟ ଏ ଉପରେ ଶୁଣାଣି କରିବେ।  

Gyanvapi Mosque Allahabad High Court Gyanvapi Case