Advertisment

ଜ୍ଞାନବ୍ୟାପୀ ମାମଲା: ହିନ୍ଦୁ ପକ୍ଷକୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ

ଉକ୍ତ ବଜୁଖାନାରେ ଶିବଲିଙ୍ଗ ଥିବା ହିନ୍ଦୁ ପକ୍ଷ ପକ୍ଷରୁ ଦାବି ହୋଇଥିଲା।

author-image
Madhupriya Mistry
gyanvapi-case

gyanvapi-case

ବାରଣାସୀର ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ମସ୍‌ଜିଦ ପରିସରରେ ଥିବା 'ବଜୁଖାନା'ର ପୂରା ଅଞ୍ଚଳକୁ ସଫା କରିବାକୁ ହିନ୍ଦୁ ପକ୍ଷକୁ ଅନୁମତି ମିଳିଛି।

Advertisment

ଉକ୍ତ ବଜୁଖାନାରେ ଶିବଲିଙ୍ଗ ଥିବା ହିନ୍ଦୁ ପକ୍ଷ ପକ୍ଷରୁ ଦାବି ହୋଇଥିଲା। ଜ୍ଞାନବ୍ୟାପୀର ସିଲ୍‌ କରାଯାଇଥିବା ପୂରା ଅଞ୍ଚଳକୁ ଖୋଲି ତତ୍କାଳ ସଫାସୁତୁରା କରିବାକୁ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି। ଜିଲ୍ଲା ଜଜ୍‌ଙ୍କ ଦେଖାରେଖାରେ ଉକ୍ତ ଅଞ୍ଚଳର ସଫେଇ କରିବାକୁ ହିନ୍ଦୁ ପକ୍ଷକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଉକ୍ତ ବଜୁଖାନାର ସଫେଇ କରିବା ପାଇଁ ଜଣେ ମହିଳା କୋର୍ଟରେ ଆବେଦନ କରିଥିଲେ। ସେ ମସଜିଦ ପରିସରରେ ଥିବା ଶିବଲିଙ୍ଗର ପୂଜା କରିବାକୁ ଅନୁମତି ମାଗିଥିଲେ। ଏଥିସହ ପାଣି ଟ୍ୟାଙ୍କର ସଫା କରିବାକୁ ଦାବି କରିଥିଲେ। କାରଣ ସେହି ପାଣି ଟ୍ୟାଙ୍କରେ ମାଛ ମରି ପଡିଥିଲା। ତେବେ ମହିଳାଙ୍କ ଏହି ଆବେଦନକୁ ମସଜିଦ ମ୍ୟାନେଜମେଣ୍ଟ କମିଟି ତରଫରୁ ବିରୋଧ ମଧ୍ୟ କରାଯାଇନଥିଲା।

Advertisment

ଏଭଳି ଆବର୍ଜନା ଭିତରେ ଶିବଲିଙ୍ଗ ରହିବା ଅସଂଖ୍ୟ ଶିବଭକ୍ତଙ୍କ ଭାବନାକୁ ଆହତ ପହଞ୍ଚାଉଛି ବୋଲି ନିଜ ଆବେଦନରେ କହିଥିଲେ ମହିଳା। ଆଜି ସିଜେଆଇ ଡିୟାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାରଦିବାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ସଫେଇ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଜ୍ଞାନବ୍ୟାପୀ ମସଜିଦ ପରିସରରେ ଥିବା ବଜୁଖାନାକୁ ୨୦୨୨ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିଲ୍‌ କରି ଦିଆଯାଇଥିଲା। ଏହି ବଜୁଖାନାରେ ଶିବଲିଙ୍ଗ ଥିବା ହିନ୍ଦୁ ପକ୍ଷମାନେ ଦାବି କରିଥିଲେ। ହିନ୍ଦୁ ପକ୍ଷର ଦାବି ପରେ ପୁରତନତତ୍ତ୍ୱ ବିଭାଗକୁ ମସଜିଦ ପରିସରର ସର୍ଭେ କରିବାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଥିଲେ। ତେବେ ଏହି ସର୍ଭେ ବେଳେ ମସଜିଦ ପରିସରର ବଜୁଖାନାରେ ହିନ୍ଦୁ ପକ୍ଷ ଦ୍ୱାରା ଶିବଲିଙ୍ଗ ଓ ମୁସଲିମ ପକ୍ଷ ଦ୍ୱାରା ଫାଇଣ୍ଟେନ୍‌ ଥିବା ଦାବି କରାଯାଇଥିଲା।

Supreme Court Gyanvapi Masjid