Advertisment

ଜ୍ଞାନବ୍ୟାପୀରେ ପୂଜାର୍ଚ୍ଚନା, ଆଜି ଆସିବ ହାଇକୋର୍ଟଙ୍କ ରାୟ

ଆଜି ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ୧୦ଟାରେ ଏହି ଆବେଦନ ଉପରେ ଶୁଣାଇ କରିବେ।

author-image
Debibandita Barick
ଅଦ୍ୟତନ ହୋଇଛି
Gyanvapi

Gyanvapi

ବାରାଣାସୀର ଜ୍ଞାନବ୍ୟାପୀର ଏକ କଠୋରୀରେ ହିନ୍ଦୁଙ୍କ ପୂଜାର୍ଚ୍ଚନା କରିବା ଉପରେ ଆଜି ଆସିବ ହାଇକେର୍ଟଙ୍କ ରାୟ। ପୂର୍ବରୁ ବାରଣାସୀ ଜିଲ୍ଲା କୋର୍ଟ ପୂଜାର୍ଚ୍ଚନା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ମୁସଲିମ ପକ୍ଷ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଏ ଉପରେ ଉଚ୍ଚ ନ୍ୟାୟଳୟ ରାୟ ପ୍ରକାଶ କରିବେ। 

Advertisment

ଜାନୁୟାରୀ ୩୧ରେ ବାରଣାସୀ ଜିଲ୍ଲା କୋର୍ଟ କହିଥିଲେ ଯେ, ଜ୍ଞାନବ୍ୟାପୀ ମସଜିଦର ଦକ୍ଷିଣ କୋଠରୀରେ ଜଣେ ପୁରୋହିତ ପୂଜାର୍ଚ୍ଚନା କରିପାରିବେ। ଶୈଳେନ୍ଦ୍ର କୁମାର ପାଠକଙ୍କ ଆବେଦନ ଉପରେ ଏହି ରାୟ ଶୁଣାଇଥିଲେ କୋର୍ଟ। କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ଏହାକୁ ଚ୍ୟାଲେଞ୍ଜ କରି ଦୁଇଟି ଆବେଦନ କରିଥିଲା।

ବାରାଣାସୀ ଜିଲ୍ଲା କୋର୍ଟଙ୍କ ଆଦେଶ ବିରୋଧରେ ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମସଜିଦ କମିଟି। ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରି ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ। ଏହାର କିଛି ଘଣ୍ଟା ମଧ୍ୟରେ ମସଜିଦ କମିଟି ଫେବୃଆରୀ ୨ରେ ହାଇକୋର୍ଟରେ ଆବେଦନ କରିଥିଲେ। ଆଜି ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ୧୦ଟାରେ ଏହି ଆବେଦନ ଉପରେ ଶୁଣାଇ କରିବେ। 

Advertisment

ଫେବୃଆରୀ ୧୩ରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜ୍ଞାନବ୍ୟାପୀ ପରିସର ପରିଦର୍ଶନ କରି 'ବ୍ୟାସ ତେହଖାନା'ରେ ପୂଜା କରିଥିଲେ।

Gyanvapi Mosque Allahabad High Court Gyanvapi Case Varanasi Mosque Gyanvapi Mosque Case