Advertisment

ସୁପ୍ରିମକୋର୍ଟରେ ASIର ପ୍ରତିଶ୍ରୁତି, ସପ୍ତାହେ ପର୍ଯ୍ୟନ୍ତ ଜ୍ଞାନବ୍ୟାପୀ ମସଜିଦରେ କରିବନି ଖୋଳାଖୋଳି

ASI ଟିମ୍‌ ଆଜି ସକାଳ ୭ଟାରେ ଜ୍ଞାନବ୍ୟାପୀ ମସଜିଦ ପରିସରରେ ପହଞ୍ଚି ସର୍ଭେ କାମ ଆରମ୍ଭ କରିଥିଲା।

File photo of Gyanvapi Mosque.

File photo of Gyanvapi Mosque.

Advertisment

ୟୁପି ବାରାଣସିର ଜ୍ଞାନବ୍ୟାପୀ ମସଜିଦ ପରିସରରେ ଆଜି ସକାଳୁ ASI ସର୍ଭେ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ଉତ୍ତେଜନା। ସର୍ଭେ ଉପରେ ରୋକ ଲଗାଇବାକୁ ମୁସଲିମ୍‌ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ଏହା ଉପରେ ହୋଇଛି ଶୁଣାଣି। ଇତି ମଧ୍ୟରେ ସପ୍ତାହେ ପର୍ଯ୍ୟନ୍ତ ଜ୍ଞାନବ୍ୟାପୀ ମସଜିଦ ପରିସରରେ କୌଣସି ଖୋଳାଖୋଳି କାର୍ଯ୍ୟ ହେବ ନାହିଁ ବୋଲି ସୁପ୍ରିମକୋର୍ଟରେ କହିଛି ASI ।

Advertisment

ASI ଟିମ୍‌ ଆଜି ସକାଳ ୭ଟାରେ ଜ୍ଞାନବ୍ୟାପୀ ମସଜିଦ ପରିସରରେ ପହଞ୍ଚି ସର୍ଭେ କାମ ଆରମ୍ଭ କରିଥିଲା। ଉକ୍ତ ଟିମ୍‌ରେ ୪୩ ଜଣ ସଦସ୍ୟ ଥିଲେ।ସୁରକ୍ଷା ନିମନ୍ତେ ମସଜିଦ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ASIର ୪ଟି ଟିମ୍‌ ଭିନ୍ନ ଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ କରିଥିବା ବେଳେ ଏଥିରେ ୪ ମହିଳା ଓ ୪ ଓକିଲ ବି ସାମିଲ ହୋଇଥିଲେ ।

ଜିଲ୍ଲା ଜଜ ଏକେ ବିଶ୍ୱାସ ମସଜିଦ୍ ପରିସରରେ ବୈଜ୍ଞାନିକ ସର୍ଭେ କରିବାକୁ ଗତ ଶୁକ୍ରବାର ଆଦେଶ ଦେଇଥିଲେ। ଆସନ୍ତ ଅଗଷ୍ଟ ୪ ତାରିଖ ସୁଦ୍ଧା ASI ନିଜ ରିପୋର୍ଟ ଜିଲ୍ଲା ଜଜ କୋର୍ଟରେ ଦାଖଲ କରିବ ।

Advertisment

ଏବେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ASIର ସର୍ଭେ କାମକୁ ବିରୋଧ କରି ମୁସଲିମ୍‌ ପକ୍ଷ ଏହା ଉପରେ ରୋକ ଲଗାଇବାକୁ ଦାବି କରିଥିଲେ। ASI ସର୍ଭେ ସୁପ୍ରିମକୋର୍ଟର ନିର୍ଦ୍ଦେଶର ଖିଲାପ ବୋଲି ମୁସଲିମ୍‌ ପକ୍ଷ କହିଛନ୍ତି। ମୁସଲମାନ ଯେପରି ମସଜିଦ ପରିସରରେ ପହଞ୍ଚି ନ ପାରିବେ ସେଥି ନିମନ୍ତେ ଏହି ସର୍ଭେ ଆଦେଶ ଦିଆଯାଇଥିବା ମୁସଲିମ୍‌ ପକ୍ଷ ଅଭିଯୋଗ କରିଛନ୍ତି।

ତେବେ ଏହାକୁ AS ଖଣ୍ଡନ କରିବା ସହ ସପ୍ତାହେ ପର୍ଯ୍ୟନ୍ତ ଜ୍ଞାନବ୍ୟାପୀ ମସଜିଦରେ କୌଣସି ଖୋଳାଖୋଳି କାର୍ଯ୍ୟ ହେବ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି। ଏହା ମଧ୍ୟରେ କେବଳ ମ୍ୟପିଂ, ଫଟୋଗ୍ରାଫି ଓ ରାଡାର ଇମେଜିଂ ହେବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବା ପାଇଁ ୫ ମହିଳା ୧୮ ଅଗଷ୍ଟ ୨୦୨୧ରେ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। ଏପରିକି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ଆବେଦନ କରାଯାଇଥିଲା। ଏହାପରେ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଜ୍ଞାନବ୍ୟାପୀ ମସଜିଦ ପରିସରର ଭିଡିଓଗ୍ରାଫି ସର୍ଭେ କରାଯାଇଥିଲା।

Police Supreme Court Gyanvapi Masjid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe