Advertisment

ବିବାଦୀୟ ଅଂଶକୁ ବାଦ୍‌ ଦେଇ ଜ୍ଞାନବାପୀ ମସ୍‌ଜିଦରେ ଯାଞ୍ଚ କରିବ ଏଏସ୍‌ଆଇ

ସିଲ ହୋଇଥିବା ବିବାଦୀୟ ଅଂଶ ବା ଭାଜୁ ଟ୍ୟାଙ୍କକୁ ବାଦ ଦେଇ ପୂରା ଜ୍ଞାନବାପୀ ମସ୍‌ଜିଦ ପରିସରରେ ଏଏସ୍‌ଆଇ ସର୍ଭେ କରିପାରିବ।

ଅଦ୍ୟତନ ହୋଇଛି
The Gyanvapi mosque complex. (File photo)

The Gyanvapi mosque complex. (File photo)

Advertisment

ଜ୍ଞାନବାପୀ ମସଜିଦ୍‌ରେ ବୈଜ୍ଞାନିକ ସର୍ଭେ(କାରବନ ଡେଟିଂ) ନେଇ ହିନ୍ଦୁତ୍ୱବାଦୀମାନେ କରିଥିବା ଆବେଦନ ଉପରେ ବାରଣାସୀ ଜିଲ୍ଲା ଜଜ୍‌ଙ୍କ କୋର୍ଟ ଶୁଣାଣି କରିଛନ୍ତି। ସିଲ ହୋଇଥିବା ବିବାଦୀୟ ଅଂଶ ବା ଭାଜୁ ଟ୍ୟାଙ୍କକୁ ବାଦ ଦେଇ ପୂରା ଜ୍ଞାନବାପୀ ମସ୍‌ଜିଦ ପରିସରରେ ଏଏସ୍‌ଆଇ ସର୍ଭେ କରିପାରିବ। ଯେତେବେଳେ କି ମୁସଲିମ୍‌ ଗୋଷ୍ଠୀ ଏହି ଆବେଦନ ଉପରେ ରୋକ ଲଗାଇବାକୁ ନିବେଦନ କରିଥିଲେ। ଏହି ମାମଲାରେ ୧୪ ଜୁଲାଇରେ ସମସ୍ତ ପକ୍ଷରୁ ଯୁକ୍ତି ଓ ତଥ୍ୟ ଉପସ୍ଥାପନ ସମାପ୍ତ ହୋଇଥିଲା। ଯାହାପରେ ଆଜି କୋର୍ଟ ତାଙ୍କ ଶୁଣାଣି କରିଛନ୍ତି।

Advertisment

ହିନ୍ଦୁତ୍ୱବାଦୀଙ୍କ ଦାବି ଯେ, ଜ୍ଞାନବାପୀ ମସଜିଦ୍‌ର ବିବାଦୀୟ ଅଂଶରେ ଏକ ଶିବ ଲିଙ୍ଗ ରହିଛି। ଯେତେବେଳେ କି ମୁସଲିମ୍ ପକ୍ଷଙ୍କ କହିବା କଥା ଏହା ଶିବ ଲିଙ୍ଗ ନୁହେଁ, ଏକ ପୁରୁଣା ପଥର।

ସୂଚନା ଥାଉକି, ବାରଣାସୀ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ୧୪ ଜୁଲାଇରେ ହିନ୍ଦୁତ୍ୱବାଦୀଙ୍କ ପକ୍ଷରୁ ଓକିଲ ବିଷ୍ଣୁ ଶଙ୍କର ଜୈନ କହିଥିଲେ ଯେ, ଜ୍ଞାନବାପୀ ଆଦି ବିଶ୍ୱେଶ୍ୱରର ମୂଳ ସ୍ଥାନ। ଏହା ଲକ୍ଷାଧିକ ଲୋକଙ୍କ ଭାବନା ସହ ଜଡିତ ରହିଛି। ଉକ୍ତ ସ୍ଥାନର ପଶ୍ଚିମ ଦ୍ୱାରରେ ଦେଖିବାକୁ ମିଳିଥିବା ଚିହ୍ନ ଅବଶେଷାଂସ ମୁତାବକ ଏହା ମନ୍ଦିରର ଦ୍ୱାର। ପୂର୍ଣ୍ଣ ସର୍ଭେ ପରେ ଏହା ବାରଣାସୀର ଇତିହାସ ସମସ୍ତଙ୍କ ସମ୍ମୁଖକୁ ଆସିବା ବୋଲି କୋର୍ଟରେ ଚୁକ୍ତି ଉପସ୍ଥାପନ କରାଯାଇଥିଲା।

Advertisment

ଯେତେବେଳେ କି ମୁସଲିମ୍‌ ଗୋଷ୍ଠୀ ଚୁକ୍ତି କରିଥିଲେ ଯେ, ଏଠାରେ ପୂର୍ବରୁ ମସଜିଦ୍‌ ରହିଛି। ଏହା କୌଣସି ଧାର୍ମିକ ସ୍ଥଳ ଉପରେ କରାଯାଇନାହିଁ।

ଏଏସଆଇ ଏହି ସର୍ଭେ ରିପୋର୍ଟକୁ ଜିଲ୍ଲା ଜଜଙ୍କୁ ଅଗଷ୍ଟ ୪ରେ ଦେବ। ଜ୍ଞାନବାପୀ ମସଜିଦ କମ୍ପ୍ଲେକ୍ସ ଭିତରୁ ମିଳିଥିବା ଶିବଲିଙ୍ଗର ବୈଜ୍ଞାନିକ ସର୍ବେକ୍ଷଣ ଏବଂ କାର୍ବନ-ଡେଟିଂକୁ ଅନୁମତି ଦେଇ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଥିଲେ। ଏହା ସମ୍ୱେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପୂରା ଗୁରୁତ୍ୱଦେଇ ବିଚାର ହେବା ଜରୁରୀ ବୋଲି ସୁପ୍ରିମ୍‌କୋର୍ଟ ଶୁଣାଣି କରି କହିଥିଲେ।

Gyanvapi Masjid Court Jhatka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe