Gyanvapi
କୋର୍ଟରେ ଦାଖଲ ହେଲା ଜ୍ଞାନବ୍ୟାପୀ ମସଜିଦ ସର୍ଭେ ରିପୋର୍ଟ। ଏଏସଆଇ ଟିମ୍ ଆଜି ଉତ୍ତରପ୍ରଦେଶର ବାରଣାସୀ ଜିଲ୍ଲା କୋର୍ଟ ବିଚାରପତିଙ୍କ ନିକଟରେ ମସଜିଦ କମ୍ପ୍ଲେକ୍ସର ସର୍ଭେ ରିପୋର୍ଟ ଦାଖଲ କରିଛନ୍ତି। ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ସ୍ଥାୟୀ ପରାମର୍ଶଦାତା ଅମିତ ଶ୍ରୀବାସ୍ତବ ସର୍ଭେ ରିପୋର୍ଟକୁ ସିଲ୍ କରି ବିଚାରପତିଙ୍କୁ ହସ୍ତାନ୍ତର କରିଛନ୍ତି।
ରିପୋର୍ଟକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଏ ଉପରେ ରାୟ ଶୁଣାଇବେ ଅଦଲାତ। ଆସନ୍ତା ଗୁରୁବାର ଅଦାଲତ ଏପରେ ରାୟ ଶୁଣାଇବାକୁ ଧାର୍ଯ୍ୟ ହୋଇଛି।
ଦୀର୍ଘଦିନ ଧରି ଜ୍ଞାନବ୍ୟାପୀ ମସଜିଦକୁ ନେଇ ହିନ୍ଦୁ ଓ ମୁସଲିମ ପକ୍ଷ ମଧ୍ୟରେ ବିବାଦ ହେଉଥିଲା। ହିନ୍ଦୁ ମନ୍ଦିର ଉପରେ ଜ୍ଞାନବ୍ୟାପୀ ନିର୍ମାଣ କରାଯାଇଥିବା ଅଭିଯୋଗ କରି ଆସୁଥିଲେ ହିନ୍ଦୁ ପକ୍ଷ। ମସଜିଦକୁ ଉକ୍ତ ସ୍ଥାନରୁ ହଟାଇବା ପାଇଁ ଆବେଦନ କରିଥିଲେ ହିନ୍ଦୁ ପକ୍ଷ। କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଏହାକୁ ଖଣ୍ଡନ କରିଥିଲା।
ମସଜିଦ ହିନ୍ଦୁ ମନ୍ଦିର ଉପରେ ନିର୍ମାଣ ହୋଇନଥିବା ଯୁକ୍ତି ବାଢିଥିଲା ଅଞ୍ଜୁମାନ ଇନ୍ତେଜାମିଆ କମିଟି। ଏହାପରେ ଇତିହାସକୁ ଜାଣିବା ପାଇଁ କୋର୍ଟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗକୁ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲା। ଏହାକୁ ମଧ୍ୟ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି।
ଶେଷରେ ଅଗଷ୍ଟରେ ସୁପ୍ରିମକୋର୍ଟଙ୍କ ପରାମର୍ଶ ପରେ ଜ୍ଞାନବ୍ୟାପୀ ମସଜିଦରେ ସାଇଣ୍ଟିଫିକାଲ ସର୍ଭେ ଆରମ୍ଭ ହୋଇଥିଲା। ଦୀର୍ଘ ପାଞ୍ଚ ମାସ ଧରି ଅନୁଧ୍ୟାନ କରିବା ପରେ କୋର୍ଟଙ୍କୁ ରିପୋର୍ଟ ଦେଇଛନ୍ତି ଏଏସଆଇ ଟିମ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
