Advertisment

ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମୁସଲିମ୍ ପକ୍ଷକୁ ଝଟକା, ଏଏସଆଇ ସର୍ଭେକୁ ହାଇକୋର୍ଟଙ୍କ ସମ୍ମତି

ବାରାଣାସୀ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମୁସଲିମ ପକ୍ଷକୁ ବଡ ଝଟକା। ଏଏସଆଇ ସର୍ଭେକୁ ସମ୍ମତି ଜଣାଇଲେ ହାଇକୋର୍ଟ।

ଅଦ୍ୟତନ ହୋଇଛି
Gyanvapi mosque

Gyanvapi mosque

Advertisment

ଉତ୍ତର ପ୍ରଦେଶ ବାରାଣାସୀ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମୁସଲିମ ପକ୍ଷକୁ ବଡ ଝଟକା। ଆହ୍ଲାବାଦ ହାଇକୋର୍ଟ ମାମଲାର ଶୁଣାଣି କରି ମୁସଲମାନ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରି ମସଜିଦରେ ଏଏସଆଇ ସର୍ଭେକୁ ସବୁଜ ସଙ୍କେତ ଦେଇଛନ୍ତି। 

Advertisment

ପୂର୍ବରୁ 21 ଜୁଲାଇରେ ବାରଣାସୀ ଜିଲ୍ଲା ଜଜ୍ ଜ୍ଞାନବ୍ୟାପୀ ମସଜିଦେରେ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ(ASI)କୁ ସର୍ଭେ ପାଇଁ ଆଦେଶ ଦେଇଥିଲେ। କିନ୍ତୁ ମୁସଲିମ୍ ପକ୍ଷ ଏନେଇ ପ୍ରଥମେ ସୁପ୍ରିମକୋର୍ଟ ଏବଂ ପରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଜି ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରି ଏଏସଆଇ ସର୍ଭେକୁ ସମ୍ମତି ଜଣାଇଛନ୍ତି। ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, 'ନ୍ୟାୟହିତ ପାଇଁ  ଏଏସଆଇ ସର୍ଭେ ଜରୁରୀ। କେତେକ ସର୍ତ୍ତ ଆଧାରରେ ଏହାକୁ ଲାଗୁ କରିବାର ଆବଶ୍ୟକତା ରିହିଛି।'    

ମୁସଲିମ ପକ୍ଷ ଆବେଦନ କରିଥିଲା ଯେ, ଏହି ସର୍ଭେ ଢାଞ୍ଚାରେ କ୍ଷତି ପହଞ୍ଚାଇବ। ତେଣୁ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ସର୍ଭେ ଦାୟିତ୍ୱ ଏଏସଆଇକୁ ଦିଆନଯାଉ। ଏହା ପରେ ଏଏସଆଇ ପକ୍ଷରୁ ଏକ ଆଫିଡେଭିଟ ଦାଖଲ କରାଯାଇ କୁହାଯାଇଥିଲା, ସର୍ଭେରୁ ମସଜିଦକୁ କୌଣସି କ୍ଷତି ପହଞ୍ଚିବ ନାହିଁ ବୋଲି ଶୁଣାଣି ସମୟରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଏକ ପ୍ରମାଣପତ୍ର ଦେଇଛି। 

Advertisment

ଆଜି ଆହ୍ଲାବାଦ ହାଇକୋର୍ଟ ମାମଲାର ଶୁଣାଣି କରି ସର୍ଭେ ଏଏସଆଇ କରିବ ବୋଲି ସ୍ପଷ୍ଟ କରିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ ଜ୍ଞାନବ୍ୟାପୀ କ୍ୟାମ୍ପସର ଏଏସଆଇ ସର୍ଭେ ଯେକୌଣସି ସମୟରେ ଆରମ୍ଭ ହୋଇପାରିବ। ହିନ୍ଦୁ ପକ୍ଷର ପରାମର୍ଶଦାତାଙ୍କ ଅନୁଯାୟୀ, ଯେକୌଣସି ପର୍ଯ୍ୟାୟରେ ଏହି ସର୍ଭେ ଆରମ୍ଭ ହୋଇପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Gyanvapi Mosque Survey Gyanvapi Mosque Case In High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe