ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ଜ୍ଞାନବ୍ୟାପୀ ଆବେଦନକାରୀ

ମସଜିଦ ଭିତରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିକୃତି ରହିଛି। ତେଣୁ ମସଜିଦ କମ୍ପ୍ଲେକ୍ସ ମଧ୍ୟରେ ନିୟମିତ ପୂଜାର୍ଚ୍ଚନା କରିବାକୁ ଅନୁମତି ମାଗି ୫ ଜଣ ମହିଳା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ୫ ଜଣଙ୍କ ମଧ୍ୟରେ ଥିବା ରାକ୍ଷୀ ସିଂହ ଏବେ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତି ମୁର୍ମୁଙ୍କୁ ଚିଠି ଲେଖିଛନ୍ତି।

Masjid

ଜ୍ଞାନବ୍ୟାପୀ ମସଜିଦ (ଫାଇଲ ଫଟୋ)

Hemant Lenka
  • Published: Thursday, 08 June 2023
  • Updated: 08 June 2023, 04:01 PM IST

Sports

Latest News

ବାରାଣସୀ ଜ୍ଞାନବ୍ୟାପୀ ମସଜିଦ ମାମଲାର ଜଣେ ଆବେଦନକାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ମାଗିଛନ୍ତି। କିଛି ଦିନ ତଳେ ସେ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଆଉ ପକ୍ଷ ହେବାକୁ ଚାହୁଁ ନଥିବା କହି ଆବେଦନ ପ୍ରତ୍ୟାହାର କରି ନେଇଥିଲେ। ଏବେ ସେ ଇଚ୍ଛାମୃତ୍ୟୁ ମାଗିଛନ୍ତି।

ସେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଜୁନ ୯ ତାରିଖ ସକାଳ ୯ଟା ଯାଏ ଅପେକ୍ଷା କରିବେ। ଏହାପରେ ସେ ନିଜ ଇଚ୍ଛା ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଚିଠିରେ କହିଛନ୍ତି। ତାଙ୍କ ସହ ଆବେଦନ କରିଥିବା ଅନ୍ୟ ୪ ମହିଳା ତାଙ୍କୁ ହଇରାଣ କରୁଥିବା ରାକ୍ଷୀ ଚିଠିରେ ଅଭିଯୋଗ କରିଛନ୍ତି। 

Also Read

ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ରାକ୍ଷୀ ସିଂହ କହିଛନ୍ତି ଯେ ଜ୍ଞାନବ୍ୟାପୀ ମାମଲାର ଅନ୍ୟ ୪ ଆବେଦନକାରୀ ସୀତା ସାହୁ, ଲକ୍ଷ୍ମୀ ଦେବୀ, ମଞ୍ଜୁ ବ୍ୟାସ, ରେଖା ପାଠକ, ସେମାନଙ୍କ ଓକିଲ ହରି ଶଙ୍କର ଜୈନ ଓ ତାଙ୍କ ପୁଅ ବିଷ୍ଣୁ ଜୈନ ମିଳିତ ଭାବେ ତାଙ୍କୁ, ତାଙ୍କ ଦାଦା ଜିତେନ୍ଦ୍ର ଓ ଖୁଢ଼ୀ କିରଣଙ୍କୁ ଅପମାନିତ କରୁଛନ୍ତି।

ସେମାନେ ମିଥ୍ୟା ଅଭିଯୋଗ ଆଣି ତାଙ୍କୁ ହିନ୍ଦୁ ସଂପ୍ରଦାୟ ଆଗରେ ଦେଶଦ୍ରୋହୀ ଭାବେ ଉପସ୍ଥାପନ କରୁଛନ୍ତି। ତେଣୁ ମାନସିକ ଅଶାନ୍ତି ଓ ଅପମାନରୁ ମୁକ୍ତି ପାଇବାକୁ ରାକ୍ଷୀ ସିଂହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। 

ରାକ୍ଷୀ ହେଉଛନ୍ତି ହିନ୍ଦୁ ପକ୍ଷର ମୁଖ୍ୟ ଆବେଦନକାରୀ ଜିତେନ୍ଦ୍ର ସିଂହ ଭିସେନଙ୍କ ସମ୍ପର୍କୀୟ। ଶନିବାର ଜିତେନ୍ଦ୍ର ଘୋଷଣା କରିଥିଲେ ଯେ ସେ ଓ ତାଙ୍କ ପରିବାର ଜ୍ଞାନବ୍ୟାପୀ ସହ ଜଡ଼ିତ ସମସ୍ତ ଆବେଦନକୁ ପ୍ରତ୍ୟାହାର କରୁଛନ୍ତି। ସେମାନଙ୍କୁ ହଇରାଣ କରୁଯାଉଥିବା ଅଭିଯୋଗ କରି ଜିତେନ୍ଦ୍ର ଏପରି ଘୋଷଣା କରିଥିଲେ।

ବିଶ୍ୱ ବୈଦିକ ସନାତନ ସଂଘର ମୁଖ୍ୟ ଜିତେନ୍ଦ୍ର ଗୋଟିଏ ବିବୃତିରେ କହିଥିଲେ ଯେ “ମୁଁ ଓ ମୋ ପରିବାର(ପତ୍ନୀ କିରଣ ସିଂହ ଓ ଝିଆରୀ ରାକ୍ଷୀ ସିଂହ) ଜ୍ଞାନବ୍ୟାପୀ ସହ ଜଡ଼ିତ ସମସ୍ତ ଆବେଦନକୁ ପ୍ରତ୍ୟାହାର କରୁଛୁ। ଦେଶ ଓ ଧର୍ମର ସ୍ୱାର୍ଥ ପାଇଁ ଆମେ ବିଭିନ୍ନ କୋର୍ଟରେ ଆବେଦନ ଦାଖଲ କରିଥିଲୁ।

ହେଲେ ଏବେ ଏଥିରୁ ଆମେ ଓହରି ଯାଉଛୁ। ସୀମିତି ଶକ୍ତି ଓ ସମ୍ପଦକୁ ନେଇ ମୁଁ ଧର୍ମର ଯୁଦ୍ଧ ଆଉ ଲଢ଼ି ପାରିବି ନାହିଁ। ତେଣୁ ମୁଁ ଏଥିରୁ ବାହାରି ଯାଉଛି। ଧର୍ମ ନାଁରେ ଯେଉଁମାନେ ବିଭ୍ରାନ୍ତ କରି ପାରିବେ, ସମାଜ ତାଙ୍କ ସହ ରହିବ।”

ଲକ୍ଷ୍ମୀ ଦେବୀ, ରେଖା ପାଠକ, ସୀତା ସାହୁ, ରାକ୍ଷୀ ସିଂହ ଓ ମଞ୍ଜୁ ବ୍ୟାସ ମିଳିତ ଭାବେ ଶ୍ରୀଙ୍ଗର ଗୌରୀ ଓ ଅନ୍ୟ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ଦାବି କରି ୨୦୨୧ ଅଗଷ୍ଟ ମାସରେ ଆବେଦନ କରିଥିଲେ।

ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ମସଜିଦ କମ୍ପ୍ଲେକ୍ସରେ ରହିଥିବା ସେମାନେ କହିଥିଲେ। ତେବେ କିଛି ଦିନ ପରେ ଆବେଦନକାରୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ରାକ୍ଷୀ ସିଂହ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story