Advertisment

ଘାତକ ହେଉଛି H3N2 ଭାଇରସ୍‌, ନେଲା ଆଉ ଏକ ମୁଣ୍ଡ

ବର୍ତ୍ତମାନ ସୁଦ୍ଧା ଏହି ଭାଇରସରେ ଆକ୍ରାନ୍ତ ହୋଇ ୪ ଜଣ ପ୍ରାଣ ହରାଇ ସାରିଲେଣି।

author-image
Madhupriya Mistry
H3N2 Virus

H3N2 Virus

ଦିନକୁ ଦିନ ଘାତକ ହେବାରେ ଲାଗିଛି ଏଚ୍‌୩ଏନ୍‌୨ ଭାଇରସ। ଏହି ଏନ୍‌ଫ୍ଲୁଏଞ୍ଜା A H3N2 ଭାଇରସରେ ଆକ୍ରାନ୍ତ ହୋଇ ଆଉ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭାତରରେ ଏହି ଭାଇରସରେ ଆକ୍ରାନ୍ତ ହୋଇ ୪ ଜଣ ପ୍ରାଣ ହରାଇ ସାରିଲେଣି। 

Advertisment

ମହାରାଷ୍ଟ୍ରରେ ଏଚ୍‌୩ଏନ୍‌୨ ଭାଇରସ୍ ଯୋଗୁ ପ୍ରଥମ ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ନାଗପୁରରେ ମଙ୍ଗଳବାର ଜଣେ ୭୮ ବର୍ଷୀୟ ବ୍ୟକ୍ତିଙ୍କ ଏହି ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। ଏହି ଭାଇରାଲ ଇନ୍‌ଫେକ୍‌ସନ୍‌ରୁ ହୋଇଥିବା ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ି ଯାଇଛି।

ସୂଚନା ମୁତାବକ, ଏଚ୍‌୩ଏନ୍‌୨ ଭାଇରସରେ ଆକ୍ରାନ୍ତ ହୋଇଥିବା ଉକ୍ତ ବ୍ୟକ୍ତିଙ୍କ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା। ଉକ୍ତ ବ୍ୟକ୍ତି ଜଣକ ଗୁରୁତର ଫୁସ୍‌ଫୁସ୍ ସଂକ୍ରମଣରେ ପୀଡିତ ଥିଲେ। ତାଙ୍କ ଠାରେ ଏଚ୍‌୩ଏନ୍‌୨ର ଲକ୍ଷଣ ମଧ୍ୟ ଥିଲା। ଏଥିସହ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ମଧ୍ୟ ପୀଡିତ ଥିଲେ।

Advertisment

ସେପଟେ ମହାରାଷ୍ଟ୍ରର ଅହମଦନଗରରେ ମଧ୍ୟ ଜଣେ ୨୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ସେ ଉଭୟ କୋଭିଡ ଏବଂ ଏଚ୍‌୩ଏନ୍‌୨ ପଜିଟିଭ ହୋଇଥିଲେ। ବର୍ତ୍ତମାନ ରିପୋର୍ଟ ଆସିବା ପରେ ହିଁ ତାଙ୍କର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ। 

ସୂଚନା ମୁତାବକ, ୨୩ ବର୍ଷୀୟ ଯୁବକ ଗତ ସପ୍ତାହରେ ସାଙ୍ଗମାନଙ୍କ ସହ ପିକ୍‌ନିକ୍ କରିବାକୁ କୋଣକନ୍‌ର ଆଲିବାଗକୁ ଯାଇଥିଲେ। ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ୍ ହେବା ପରେ ଯାଞ୍ଚ କରିବାରୁ ସେ କୋଭିଡ-୧୯ ପଜିଟିଭ ହୋଇଥିବା ଜଣାପଡିଥିଲା। 

ଏହାପରେ ତାଙ୍କୁ ଅହମ୍ମଦନଗରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ତାଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ, ତାଙ୍କ ରକ୍ତରେ ଏଚ୍‌୩ଏନ୍‌୩ ଭାଇରସ୍ ମିଳିଥିଲା। କିନ୍ତୁ ଏ ସମ୍ପର୍କରେ କୌଣସି ସରକାର ତରଫରୁ ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ଯୁବକଙ୍କ ମୃତ୍ୟୁ ପରେ ଅହମଦନଗରର ସ୍ୱାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି।

Maharashtra H3N2