/odisha-reporter/media/post_attachments/uploadimage/library/16_9/16_9_0/H3N2_virus_1678778045.jpeg)
H3N2 virus
ଦିନକୁ ଦିନ ଘାତକ ହେଉଛି ଏଚ୍୩ଏନ୍୨ ଭାଇରସ। ସାମାନ୍ୟ ଫ୍ଲୁ ଭଳି ବ୍ୟାପୁଥିବା ଏହି ଏନ୍ଫ୍ଲୁଏଞ୍ଜା ଏବେ ମାରାତ୍ମକ ହେବାରେ ଲାଗିଛି। ଧୀରେ ଧୀରେ ଏହି ଭାଇରସ ଅନେକ ରାଜ୍ୟକୁ ବ୍ୟାପିବାରେ ଲାଗିଛି। ଏହି ଭାଇରସରେ ଆକ୍ରାନ୍ତ ହୋଇ ଏବେ ଦେଶରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି।
ଗୁଜରାଟ ବଡୋଦରାର ଜଣେ ୫୮ ବର୍ଷୀୟ ମହିଳା ଏଚ୍୩ଏନ୍୨ ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ମୋଟ ତିନି ଜଣ ଏହି ଭାଇରସରେ ପ୍ରାଣ ହରାଇସାରିଲେଣି। ଏହାପୂର୍ବରୁ ଏହି ଭାଇରସ ହରିୟାଣା ଓ କର୍ଣ୍ଣାଟକରେ ଜଣେ ଲେଖାଏଁ ରୋଗୀଙ୍କ ମୁଣ୍ଡ ନେଇଥିଲା।
ଡାକ୍ତରଙ୍କ କହିବା ମୁତାବକ, ଚଳିତ ଥର ଏହି ଏନ୍ଫ୍ଲୁଏଞ୍ଜା ଭାଇରସର ରୂପ ନେଇଛି। ଦୁଇ ତଥା ଅଧିକ ଷ୍ଟେନ୍ ସହ ମିଶି ଏହି ଭାଇରସ ସବ୍ ଟାଇପ୍ରେ ପରିଣତ ହୋଇଛି, ଯାହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତେବେ ଏହି ଭାଇରସ ବିପଦଜନ୍ନକ ନୁହେଁ। କିନ୍ତୁ ଏହି ଭାଇରସରେ ବୟସ୍କ, ଗର୍ଭବତୀ ମହିଳା ଓ ପିଲାଙ୍କୁ ଅତ୍ୟଧିକ ସଂକ୍ରମିତ ହେଉଛନ୍ତି। ସେମାନଙ୍କ ପ୍ରତି ବିପଦ ରହିଛି।
ସେପଟେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଠାରେ ଜ୍ୱର ସହିତ ଶ୍ୱାସ ନେବାରେ ସମସ୍ୟା ଦେଖାଦେଉଛି। ଏହା ଫୁସ୍ଫୁସ୍କୁ ମଧ୍ୟ ସଂକ୍ରମିତ କରୁଛି। ଏଥିଯୋଗୁ ରୋଗୀ ନିମୋନିଆରେ ପୀଡିତ ହେଉଛନ୍ତି, ଯାହା ମାରାତ୍ମକ ପ୍ରମାଣିତ ହେଉଛି। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଯାଏଁ ଦୁର୍ବଳ ଇମ୍ୟୁନିଟି ଥିବା ଲୋକଙ୍କ ଠାରେ ନିମୋନିଆ ସମସ୍ୟା ଦେଖା ଦେଉଛି। ତେଣୁ ଏହି ଲୋକଙ୍କୁ ଅଧିକ ସତର୍କ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ବିଶେଷଜ୍ଞଙ୍କ କହିବା ମୁତାବକ, ଭାରତରେ ଏହି ଏନ୍ଫ୍ଲୁଏଞ୍ଜା ଭାଇରସର ତିନୋଟି ସବ୍ଟାଇପ୍ ରହିଛି। ଏନ୍ଫ୍ଲୁଏଞ୍ଜା A H3N2, ଏନ୍ଫ୍ଲୁଏଞ୍ଜା B Victoria ଓ ଏନ୍ଫ୍ଲୁଏଞ୍ଜା AH1N1pdm09। ଏଥିମଧ୍ୟରୁ, H3N2 ହେଉଛି ୨୦୨୩ ପ୍ରାରମ୍ଭ ସୁଦ୍ଧା ମିଳିଥିବା ସର୍ବାଧିକ ସବଟାଇପ ଅଟେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
