ଏଚ୩ଏନ୨ ଭାଇରସରେ ଗଲା ୨ ଜଣଙ୍କ ଜୀବନ

ମାରାତ୍ମକ ଏଚ୩ଏନ୨ ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ହରିଆଣାରେ ଜଣେ ଓ କର୍ଣ୍ଣାଟକାରେ ଜଣଙ୍କର ମୃତ୍ୟୁ ଏଚ୩ଏନ୨ ଭାଇରସ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ଏଚ୩ଏନ୨ ଭାଇରସରେ ପ୍ରାୟ ୧୦୦ ଜଣ ଆକ୍ରାନ୍ତ ହୋଇଛନ୍ତି। ବିଗତ କିଛି ମାସ ହେଲାଣି ଦେଶରେ ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ସଂକ୍ରମଣ ଏଚ୩ଏନ୨ ଭାଇରସ ଦ୍ୱାରା ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ଏହି ଭାଇରସ ହଂକଂହଂକଂ ଫ୍ଲୁ ଭାବେ ମଧ୍ୟ ଜଣାଶୁଣା।

Manoj Swain
  • Published: Friday, 10 March 2023
  • Updated: 10 March 2023, 05:16 PM IST

Sports

Latest News

ମାରାତ୍ମକ ଏଚ୩ଏନ୨ ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ହରିଆଣାରେ ଜଣେ ଓ କର୍ଣ୍ଣାଟକାରେ ଜଣଙ୍କର ମୃତ୍ୟୁ ଏଚ୩ଏନ୨ ଭାଇରସ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ଏଚ୩ଏନ୨ ଭାଇରସରେ ପ୍ରାୟ ୧୦୦ ଜଣ ଆକ୍ରାନ୍ତ ହୋଇଛନ୍ତି। ବିଗତ କିଛି ମାସ ହେଲାଣି ଦେଶରେ ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ସଂକ୍ରମଣ ଏଚ୩ଏନ୨ ଭାଇରସ ଦ୍ୱାରା ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ଏହି ଭାଇରସ ହଂକଂହଂକଂ ଫ୍ଲୁ ଭାବେ ମଧ୍ୟ ଜଣାଶୁଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos