Advertisment

ପାକିସ୍ତାନକୁ ଭାରତର ଦାବି, କହିଲା- ଆମକୁ ଦିଅ ହାଫିଜ ସଇଦ

ଲଶ୍କର-ଇ-ତୋଏବାର ପ୍ରତିଷ୍ଠାତା ହାଫିଜ ସଇଦ ଜମାତ-ଉଦ୍-ଦାବାର କିଛି ଅନ୍ୟ ନେତାଙ୍କ ସହ ୨୦୧୯ରୁ ପାକିସ୍ତାନର ଜେଲ୍‌ରେ ଅଛି।

hafiz-saeed

hafiz-saeed

Advertisment

ପାକିସ୍ତାନକୁ ଦାବି କଲା ଭାରତ। ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲଶ୍କର-ଇ-ତୋଏବା ପ୍ରତିଷ୍ଠାତା ହାଫିଜ ସଇଦକୁ ଭାରତକୁ ହସ୍ତାନ୍ତର କରିବାକୁ ପାକିସ୍ତାନକୁ ଦାବି କରାଯାଇଛି। ପାକିସ୍ତାନରୁ ହାଫିଜ ସଇଦଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ସରକାର ଆନୁଷ୍ଠାନିକ ଭାବେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟକୁ କହିଥିବା ସୂଚନା ମିଳିଛି।

Advertisment

ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହାଫିଜ ସଇଦ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟକୁ ହାଫିଜ ସଇଦକୁ ହସ୍ତାନ୍ତର କରିବାକୁ ଏକ ଆନୁଷ୍ଠାନିକ ଆବେଦନ କରିଛନ୍ତି। ଏନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ଭାରତର ଏହି ଦାବି ପରେ ଏବେ ପାକିସ୍ତାନ ସରକାର ଅଡୁଆରେ ପଡିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଭାରତର ଏହି ଦାବିକୁ ସୁନିଶ୍ଚିତ କରିନାହିଁ କି ଏହାକୁ ଅସ୍ୱୀକାର ମଧ୍ୟ କରି ନାହିଁ। ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ପ୍ରତ୍ୟର୍ପଣ ଚୁକ୍ତି ନାହିଁ। ପାକିସ୍ତାନୀ ବରିଷ୍ଠ ଖବରଦାତା ଏଜାଜ ସଇଦଙ୍କ ଅନୁଯାୟୀ, ନିର୍ବାଚନ ପୂର୍ବରୁ ହାଫିଜ ସଇଦଙ୍କୁ ପ୍ରତ୍ୟର୍ପଣ ପାଇଁ ପାକିସ୍ତାନ କୌଣସି ପଦକ୍ଷେପ ନେବାର ସମ୍ଭାବନା ନାହିଁ। ହାଫିଜ ସଇଦ ବର୍ତ୍ତମାନ ଜେଲରେ ଅଛି। ପାକିସ୍ତାନ ନିର୍ବାଚନରେ ହାଫିଜ ସଇଦଙ୍କର ପ୍ରଭାବ ପଡିପାରେ ବୋଲି ସେ ଦାବି କରିଛନ୍ତି ।

Advertisment

ତେବେ ହାଫିଜ ସଇଦ ଜେଲ୍‌ରେ ଥିଲେ ମଧ୍ୟ ତା' ଦଳ ପାକିସ୍ତାନ ମର୍କଜ ମୁସଲିମ ଲିଗ ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାଗ ନେବ ବୋଲି ଘୋଷଣା କରିଛି। ମିଳିତ ଜାତିସଂଘ ମଧ୍ୟ ହାଫିଜ ସଇଦଙ୍କୁ ଆତଙ୍କବାଦୀ ଘୋଷଣା କରିସାରିଛି। ଏଭଳି ପରିସ୍ଥିତିରେ ଭାରତର ଏହି ପ୍ରତ୍ୟର୍ପଣ ଦାବି ଯୋଗୁ ପାକିସ୍ତାନ ସରକାର ହରଡଘଣାରେ ପଡ଼ିପାରେ ବୋଲି କୁହାଯାଉଛି।

ହାଫିଜ ସଇଦ ବିଶ୍ୱ ଆତଙ୍କବାଦୀ ଘୋଷିତ ହୋଇଥିବାବେଳେ ତାଙ୍କ ଦଳ ପାକିସ୍ତାନରେ ନିର୍ବାଚନ ଲଢ଼ିବାକୁ ଅନୁମତି ପାଇଛି। ଫେବ୍ରୁଆରୀ ୮ ରେ ହେବାକୁ ଥିବା ନିର୍ବାଚନ ପାଇଁ ହାଫିଜଙ୍କ ଦଳ ପ୍ରତ୍ୟେକ ଜାତୀୟ ତଥା ପ୍ରାଦେଶିକ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। କେବଳ ଏତିକି ନୁହେଁ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାଫିଜଙ୍କ ପୁଅ ତାଲହା ସଇଦ ମଧ୍ୟ ନିର୍ବାଚନରେ ଭାଗ ନେବାକୁ ଯାଉଛି। ସେ ଲାହୋର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି କୁହାଯାଉଛି। ଆମେରିକା ହାଫିଜ ସଇଦଙ୍କ ଉପରେ ୧ କୋଟି ଡଲାର ପୁରସ୍କାର ଘୋଷଣା କରିଛି।

ଲଶ୍କର-ଇ-ତୋଏବା ପ୍ରତିଷ୍ଠାତା ହାଫିଜ ସଇଦ ଜମାତ-ଉଦ୍-ଦାବାର କିଛି ଅନ୍ୟ ନେତାଙ୍କ ସହ ୨୦୧୯ରୁ ପାକିସ୍ତାନର ଜେଲ୍‌ରେ ଅଛି। ଆତଙ୍କବାଦୀକୁ ପାଣ୍ଠି ଯୋଗାଣ ମାମଲାରେ ହାଫିଜକୁ ଦୋଷୀ ସାବ୍ୟସ୍ତ କରାଯାଇଛି।

Pakistan India Hafiz Saeed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe