Advertisment

କାହିଁକି ହାଫିଜ ସୟିଦର ସୁରକ୍ଷାକୁ ୪ ଗୁଣ ବଢ଼ାଇଲା ପାକିସ୍ତାନ?

ହାଫିଜ ଲାହୋରର ମୋହାଲ୍ଲା ଜୋହର ସହରର ଗୋଟିଏ ଆବାସିକ ଅଞ୍ଚଳରେ ରହୁଛି। ସେଠାରେ ପୂର୍ବରୁ ବନ୍ଧୁକଧାରୀମାନେ ହାଫିଜର ସୁରକ୍ଷାରେ ରହିଥିଲେ।

Hafiz

Hafiz

Advertisment

ଲସ୍କର-ଇ-ତାଏବାର ମୁଖ୍ୟ ହାଫିଜ ସୟିଦର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଛନ୍ତି ପାକିସ୍ତାନ ସରକାର ଓ ଆଇଏସଆଇ। ୨୬/୧୧ ଓ ପହଲଗାମ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ ହାଫିଜ ପାକିସ୍ତାନରେ ବେଶ ସୁରକ୍ଷିତ ଭାବେ ରହିଛି। ପୂର୍ବରୁ ହାଫିଜ ସୟିଦକୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେଇଥିବା ପାକିସ୍ତାନ ସରକାର ଏବେ ପହଲଗାମ ଆକ୍ରମଣ ପରେ ତା’ର ସୁରକ୍ଷା ବ୍ୟବସ୍ଥାକୁ ୪ ଗୁଣ ବୃଦ୍ଧି କରିଛନ୍ତି।

Advertisment

ଲାହୋରର ଏକ ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ସୟିଦ ରହୁଥିବା ବୁଧବାର ଭିଡିଓ ସାମ୍ନାକୁ ଆସିଥିଲା। ଏବେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି କରାଯାଇଛି। ପାକିସ୍ତାନ ସେନାର ଯବାନମାନେ ତା’କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଉଛନ୍ତି। ସେହିପରି ହାଫିଜ ରହୁଥିବା ସ୍ଥାନରେ ସର୍ଭେଲାନ୍ସ ବ୍ୟବସ୍ଥାକୁ ମଧ୍ୟ ଆହୁରି କଡ଼ାକଡ଼ି କରାଯାଇଛି।

ସୂତ୍ର ଅନୁସାରେ, ହାଫିଜ ଲାହୋରର ମୋହାଲ୍ଲା ଜୋହର ସହରର ଗୋଟିଏ ଆବାସିକ ଅଞ୍ଚଳରେ ରହୁଛି। ସେଠାରେ ପୂର୍ବରୁ ବନ୍ଧୁକଧାରୀମାନେ ହାଫିଜର ସୁରକ୍ଷାରେ ରହିଥିଲେ। ଏପ୍ରିଲ ୨୨ ପହଲଗାମ ଆକ୍ରମଣ ପରେ ଭାରତରେ ପ୍ରତିଶୋଧର ନିଆଁ ଜଳୁଛି। କାଳେ ହାଫିଜ ଉପରେ ଭାରତ କୌଣସି ଷ୍ଟ୍ରାଇକ କରିବ, ସେହି ଭୟରେ ପାକିସ୍ତାନ ସରକାର ଓ ଆଇଏସଆଇ ତା’ର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛନ୍ତି।

Advertisment

ପାକିସ୍ତାନ ଆର୍ମି, ଆଇଏସଆଇ ଓ ଲସ୍କର କମାଣ୍ଡରମାନେ ମିଳିତ ଭାବେ ହାଫିଜର ସୁରକ୍ଷା ବ୍ୟବସ୍ଥାକୁ ନିଜ ହାତକୁ ନେଇଥିବା ଜଣାପଡ଼ିଛି। ପୂରା ଅଞ୍ଚଳ ଉପରେ ନଜର ରଖିବା ପାଇଁ ଡ୍ରୋନ ମୁତୟନ କରାଯାଇଛି। ହାଫିଜର ଘର ଠାରୁ ୪ କିମି ପରିଧି ମଧ୍ୟରେ ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି। ହାଫିଜ ରହୁଥିବା ବିଲଡିଂ ନିକଟରେ ସାଧାରଣ ଲୋକଙ୍କ ଯାତାୟାତକୁ ବ୍ୟାନ କରାଯାଇଛି। ବିନା ଅନୁମତିରେ ଉକ୍ତ ଅଞ୍ଚଳରେ ଡ୍ରୋନ ଉଡ଼ି ପାରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି।

ପହଲଗାମ ଆତଙ୍କବାଦୀ ହମଲା ପାଇଁ ଲସ୍କରର ସହଯୋଗୀ ସଂଗଠନ ଟିଆରଏଫ ନିଜକୁ ଦାୟୀ କରିଛି। ଟିଆରଏଫ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ହେଁ ହାଫିଜ ଏହାର ମାଷ୍ଟରମାଇଣ୍ଡ ବୋଲି ଭାରତୀୟ ସୁରକ୍ଷା ଏଜେନ୍ସି ଜାଣିବାକୁ ପାଇଛନ୍ତି। ହାଫିଜକୁ ମିଳିତ ଜାତିସଂଘ ଓ ଆମେରିକା ପକ୍ଷରୁ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି। ତା’ ମୁଣ୍ଡରେ ୧୦ ମିଲିୟନ ଡଲାରର ପୁରସ୍କାର ମଧ୍ୟ ରହିଛି। ସେ ଜଣେ କୁଖ୍ୟାତ ଆତଙ୍କବାଦୀ ହୋଇଥିଲେ ହେଁ ପାକିସ୍ତାନରେ ବିନା କୌଣସି କଟକଣାରେ ବିଚରଣ କରୁଛି। ପାକିସ୍ତାନ ସରକାର ତା’କୁ ସବୁ ସୁବିଧା ଯୋଗାଇ ଦେଇଥିବା ବେଳେ ଦେଶର ପ୍ରମୁଖ ସହର ଲାହୋରରେ ସେ ରହୁଛି।

ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯାଇଥିଲା। ଏହି ଆକ୍ରମଣ ପାଇଁ ଲସ୍କରର ସହଯୋଗୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ ନିଜକୁ ଦାୟୀ କରିଛି। ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତୀବ୍ର ହୋଇଥିବା ବେଳେ ହାଫିଜର ଠିକଣା ସମ୍ପର୍କରେ ପ୍ରଥମଥର ପାଇଁ ବଡ଼ ଖବର ମିଳିଛି।

ହାଫିଜ ସୟିଦ ଏମିତି ଏକ ସ୍ଥାନରେ ରହୁଛି, ଯାହାକୁ ଦେଖିଲେ ଲାଗିବ ନାହିଁ ଯେ ସେ ଜଣେ କୁଖ୍ୟାତ ଆତଙ୍କବାଦୀଙ୍କ ଆକ୍କା। ସେ ଲାହୋରର ଗୋଟିଏ ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ସାଧାରଣ ଲୋକଙ୍କ ଭଳି ରହିଛୁ। ତା’ ଘରର ଚାରିପାଖରେ ସାଧାରଣ ଲୋକ ସ୍ୱାଭାବିକ ଢଙ୍ଗରେ ରହୁଛନ୍ତି। ଏକାନ୍ତ ବା ଗୁପ୍ତ ସ୍ଥାନରେ ରହିଲେ, ଏୟାର ଷ୍ଟ୍ରାଇକ ଆଶଙ୍କା ଥିବାରୁ ହାଫିଜ ଜାଣିଶୁଣି ଜନଗହଳୀ ପୂର୍ଣ୍ଣ ଅଞ୍ଚଳରେ ରହୁଛି।

ସାମ୍ନାକୁ ଆସିଥିବା ସ୍ୟାଟେଲାଇଟ ଛବି ଓ ଭିଡିଓରୁ ଭାରତର ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ ହାଫିଜର ଘର ରେକର୍ଡ ହୋଇଛି। ତା’ ଘର ସାମ୍ନାରେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ସାଦା ପୋଷାକରେ ରହିଛନ୍ତି। ସେମାନେ ମଧ୍ୟ ହାଫିଜର ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ନିଶ୍ଚିତ କରିଛନ୍ତି। ସେମାନେ ୨୪ ଘଣ୍ଟିଆ ପ୍ରହାର କାମରେ ସରକାରଙ୍କ ତରଫରୁ ନିୟୋଜିତ ହୋଇଛନ୍ତି।

ସ୍ୟାଟେଲାଇଟ ଛବି ଅନୁଯାୟୀ, ମୋଟ ୩ଟି କୋଠା କଏଦ ହୋଇଛି। ଏହା ମଧ୍ୟରେ ଗୋଟିଏ କୋଠା ହେଉଛି ହାଫିଜର ବାସଭବନ। ସେହିପରି ଆଉ ଗୋଟିଏ ବିରାଟ ବିଲଡିଂରେ ଗୋଟିଏ ମସଜିଦ ଓ ମଦ୍ରାସା ରହିଛି। ସେହିପରି ଆଉ ଗୋଟିଏ ସ୍ଥାନରେ ଘରୋଇ ପାର୍କ ରହିଛି। ଏଠାରେ ହାଫିଜ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ହାଫିଜକୁ ବିଶ୍ୱ ସ୍ତରୀୟ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି। ଟେରର ଫଣ୍ଡିଂ ମାମଲାରେ ପାକିସ୍ତାନ ତା’କୁ ଜେଲରେ ରଖିଥିବା ପୂରା ବିଶ୍ୱକୁ କହିଥିଲା। କିନ୍ତୁ ବାସ୍ତବରେ ସେ ପାକିସ୍ତାନରେ ବେଶ ସ୍ୱାଭାବିକ ଜୀବନ ବିତାଉଛି। ପାକିସ୍ତାନ ସରକାର ତା’କୁ ଜେଲରେ ଭର୍ତ୍ତି କରିବା ବେଳେ କଡ଼ା ସୁରକ୍ଷା ଯୋଗାଇ ଦେଇଛନ୍ତି।

ଘନିଷ୍ଠ ସହଯୋଗୀ ଅବୁ କତାଲର ହତ୍ୟା ପରେ ହାଫିଜର ପୂରା ଡରି ଯାଇଥିଲା। ଏଥିପାଇଁ ପାକିସ୍ତାନ ସରକାର ତା’ର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଥିଲେ। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ହାଫିଜର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ ଓ ତା’ର ବାସଭବନକୁ ଗୋଟିଏ ସବ ଜେଲରେ ପରିଣତ କରାଯାଇଥିଲା। ଅର୍ଥାତ ତା’କୁ ଅଧିକ ପରିମାଣର ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏବେ ଏହାର ପ୍ରମାଣ ସାମ୍ନାକୁ ଆସିଛି।

୨୦୨୧ରେ ହାଫିଜର ଘର ସାମ୍ନାରେ କାର ବିସ୍ଫୋରଣ କରାଯାଇଥିଲା। ଏଥିରେ ୩ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ହାଫିଜର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିଲା।

Pakistan Terror Attack Hafiz Saeed Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe