Advertisment

ପ୍ରେମର ପ୍ରତୀକରେ ଫାଟ !

ଆଗ୍ରାରେ ୩ ଦିନ ଧରି ଲଗାଣ ବର୍ଷା ପରେ ତାଜମହଲ ଚାରିପଟେ ଜଳାର୍ଣ୍ଣବ ସ୍ଥିତି ଉପୁଜିଛି ।

author-image
Jitendra Garnayak
Tajmahal

Tajmahal

ତାଜମହଲ ଗମ୍ବୁଜରୁ ଗଳୁଛି ପାଣି। ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ଆଗ୍ରାର ତାଜମହଲର ମୁଖ୍ୟ ଗମ୍ବୁଜରୁ ବର୍ଷା ପାଣି ଗଳୁଥିବା ଦେଖିବାକୁ ମିଳିଛି।

Advertisment

ଆଗ୍ରାରେ ୩ ଦିନ ଧରି ଲଗାଣ ବର୍ଷା ପରେ ତାଜମହଲ ଚାରିପଟେ ଜଳାର୍ଣ୍ଣବ ସ୍ଥିତି ଉପୁଜିଛି । ତା’ ସହିତ ମୁଖ୍ୟ ଗମ୍ବୁଜରୁ ବର୍ଷା ପାଣି ଗଳୁଛି। ତାଜମହଲର ମୁଖ୍ୟ ଗମ୍ବୁଜରେ ହେୟାରଲାଇନ୍ କ୍ରାକ୍ ବା ସୂକ୍ଷ୍ମ ଫାଟ ଦେଖାଯାଇଥିବା ଆଶଙ୍କା କରାଯାଉଛି।

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ASI) ପକ୍ଷରୁ ଡ୍ରୋନ୍ ସାହାଯ୍ୟରେ ନିରୀକ୍ଷଣ କରାଯାଇଥିବା ବେଳେ ମୁଖ୍ୟ ଗମ୍ବୁଜ ଢାଞ୍ଚାରେ କୌଣସି କ୍ଷତି ହୋଇନାହିଁ ବୋଲି କୁହାଯାଇଛି।

Advertisment

ମୁଖ୍ୟ ସମାଧି ସୌଧ ଭିତରେ ଆର୍ଦ୍ରତା ଥିବାରୁ କେଉଁ ସ୍ଥାନରୁ ପାଣି ଗଳୁଛି ତାହାର ଅନୁଧ୍ୟାନ କରାଯାଉଥିବା ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ରାଜକୁମାର ପଟେଲ କହିଛନ୍ତି।

Taj Mahal