Advertisment

ବିଜେପିର ପ୍ରଥମ ମୁସଲିମ କର୍ପୋରେଟର ହକିକୁନ ନିଶା

ଏହି ୱାର୍ଡରେ ଆଉ ଦୁଇ ପ୍ରାର୍ଥୀ ହେଲେ କଂଗ୍ରେସର ହିଦିସୁନ ଓ ବିଏସପିର ରେଶମା। ହିଦିସୁନ ୧୧୦୬ ଖଣ୍ଡ ଭୋଟ ଓ ରେଶମା କେବଳ ୮୬୫ ଖଣ୍ଡ ଭୋଟ ପାଇଛନ୍ତି। ନୋଟାରେ ୭୨ ଜଣ ଭୋଟ ଦେଇଛନ୍ତି।

author-image
Hemant Lenka
Hakikun Nisha

Hakikun Nisha

ଉତ୍ତର ପ୍ରଦେଶ ମହାନଗର ନିଗମ ନିର୍ବାଚନରେ ଇତିହାସ ରଚିଛନ୍ତି ହକିକୁନ ନିଶା। ସେ ବିଜେପିର ପ୍ରଥମ ମୁସଲିମ କର୍ପୋରେଟର ଭାବେ ଗୋରଖପୁରରୁ ବିଜୟ ହୋଇଛନ୍ତି। ନିଶା ଗୋରଖପୁର ନଗର ନିଗମର ୱାର୍ଡ ନମ୍ବର ୫ରୁ ଜିତିଛନ୍ତି। ସେ ୨,୨୨୭ ଖଣ୍ଡ ଭୋଟ ପାଇବା ସହ ସ୍ୱାଧୀନ ପ୍ରାର୍ଥୀ ଶାହୀନଙ୍କୁ ୬୪୭ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି।

Advertisment

ଏହି ୱାର୍ଡରେ ଆଉ ଦୁଇ ପ୍ରାର୍ଥୀ ହେଲେ କଂଗ୍ରେସର ହିଦିସୁନ ଓ ବିଏସପିର ରେଶମା। ହିଦିସୁନ ୧୧୦୬ ଖଣ୍ଡ ଭୋଟ ଓ ରେଶମା କେବଳ ୮୬୫ ଖଣ୍ଡ ଭୋଟ ପାଇଛନ୍ତି। ନୋଟାରେ ୭୨ ଜଣ ଭୋଟ ଦେଇଛନ୍ତି।

ପୂରା ସହରରେ ବିଜେପି ଜଣେ ମାତ୍ର ମୁସଲିମ ପ୍ରାର୍ଥୀ ଭାବେ ନିଶାଙ୍କୁ ଟିକେଟ ଦେଇଥିଲା। ସେ ମଧ୍ୟ ଏହାକୁ ଠିକ ପ୍ରମାଣିତ କରି ବିଜୟୀ ହୋଇଛନ୍ତି। ନିର୍ବାଚନରେ ଜିତିବା ପରେ ନିଶା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୋରଖନାଥ ମନ୍ଦିରରେ ଭେଟିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଛନ୍ତି।

Advertisment

୪୨ ବର୍ଷୀୟ ନିଶା ଜଣେ ଗ୍ରାଜ୍ୟୁଏଟ। ମାନବେଲା କିଷାନ ନେତା ବରକତ ଅଲୀଙ୍କ ପତ୍ନୀ। ଅଲୀ ହେଉଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ଅତ୍ୟନ୍ତ ଘନିଷ୍ଠ। ଅଲୀ କହିଛନ୍ତି, “୨୦୧୨ରୁ ମୋର ପରିବାର ବିଜେପି ସହ ରହିଛି। ଆମେ କେବଳ ଏକମାତ୍ର ଦଳ ବିଜେପିକୁ ସମର୍ଥନ କରି ଆସିଛୁ। ଯୋଗୀ ଆଦିତ୍ୟନାଥ ହେଉଛନ୍ତି ସବୁଠାରୁ ଭଲ ମୁଖ୍ୟମନ୍ତ୍ରୀ। ମୁଁ ତାଙ୍କୁ ବହୁତ ସମ୍ମାନ କରେ। ମୋ ପତ୍ନୀ ସବୁବେଳେ ମୋ କାମରେ ମୋତେ ସହଯୋଗ କରନ୍ତି। ଆମର ଜଣେ ଝିଅକୁ ମିଶାଇ ୩ ପିଲା ଅଛନ୍ତି। ସମସ୍ତେ ପାଠ ପଢ଼ୁଛନ୍ତି।”

ନିଶା ମଧ୍ୟ ଯୋଗୀଙ୍କୁ ପ୍ରଶଂସା କରିଛନ୍ତି ଓ କଠିନ ପରିଶ୍ରମ କରିବେ ବୋଲି କହିଛନ୍ତି।

Bjp Uttar Pradesh