ପହଲଗାମ ଆକ୍ରମଣ, ପାକିସ୍ତାନ, ଇସ୍ରାଏଲ ଓ ହମାସ

ଇସ୍ରାଏଲର ଲୋକମାନେ ପାର୍ଟି କରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ପହଲଗାମରେ ମଧ୍ୟ ଲୋକମାନେ ଘୋଡ଼ା ଚାଳନା ଠାରୁ ଆରମ୍ଭ କରି ପ୍ରାକୃତି ସୌନ୍ଦର୍ଯ୍ୟର ଉପଭୋଗ କରୁଥିବା ବେଳେ ଆତଙ୍କବାଦୀମାନେ ଗୁଳି ବର୍ଷା କରିଥିଲେ।

Pakistan

representational image

Hemant Lenka
  • Published: Friday, 25 April 2025
  • Updated: 25 April 2025, 11:06 AM IST

Sports

Latest News

ଜମ୍ମୁ-କଶ୍ମୀର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ପହଲଗାମ ନରସଂହାର ଓ ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲରେ ହମାସ କରିଥିବା ଆକ୍ରମଣରେ ଅନେକ ସମାନତା ରହିଛି। ହମାସ ଯେଉଁଭଳି ଭାବେ କ୍ୟାମେରା ଖଚିତ ହେଲମେଟ ପିନ୍ଧି ଇସ୍ରାଏଲର ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲା, ଠିକ ସେହିପରି ପହଲଗାମରେ ମଧ୍ୟ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କ୍ୟାମେରାରର ବ୍ୟବହାର କରିଥିଲେ।

ଇସ୍ରାଏଲର ଲୋକମାନେ ପାର୍ଟି କରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ପହଲଗାମରେ ମଧ୍ୟ ଲୋକମାନେ ଘୋଡ଼ା ଚାଳନା ଠାରୁ ଆରମ୍ଭ କରି ପ୍ରାକୃତି ସୌନ୍ଦର୍ଯ୍ୟର ଉପଭୋଗ କରୁଥିବା ବେଳେ ଆତଙ୍କବାଦୀମାନେ ଗୁଳି ବର୍ଷା କରିଥିଲେ। ହମାସର ଆକ୍ରମଣ ପରେ ଇସ୍ରାଏଲ ପାଲଟା ଆକ୍ରମଣ କରିଥିଲା। ଏବେ ଭାରତ ମଧ୍ୟ ସେମିତି କିଛି କରିବ ବୋଲି କୁହାଯାଉଛି। ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀଙ୍କୁ ପାନେ ଦେବାକୁ ଭାରତ ରଣନୀତି ଆରମ୍ଭ କରି ଦେଇଥିବା ମଧ୍ୟ ଜଣାପଡ଼ିଛି।

ପହଲଗାମ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ହମାସ ଠାରୁ ଅନୁପ୍ରାଣିତ ହୋଇଥିଲେ। ଏପରି କହିବାର ଯଥେଷ୍ଟ କାରଣ ରହିଛି। ଗୁଇନ୍ଦା ତଥ୍ୟ କହୁଛି ଯେ ଗତ ଗୋଟିଏ ବର୍ଷ ମଧ୍ୟରେ ହମାସର ବିଭିନ୍ନ କମାଣ୍ଡର ଏକାଧିକ ଥର ପାକିସ୍ତାନ ଗସ୍ତ କରିଥିଲେ। ନିକଟରେ ହମାସର କିଛି ଟପ କମାଣ୍ଡର ପାକ ଅଧିକୃତ କଶ୍ମୀରକୁ ଯାଇ ବିଭିନ୍ନ ଆତଙ୍କବାଦୀ ସଂଗଠନର ମୁଖିଆମାନଙ୍କ ସହ ଆଲୋଚନା କରିଥିଲେ।

Also Read

ହମାସ ଟିମ ପହଲଗାମ ଆକ୍ରମଣ ପୂର୍ବରୁ ବାହବଲପୁରରେ ଥିବା ଜୈଶ-ଇ-ମହମ୍ମଦର ମୁଖ୍ୟାଳୟକୁ ଯାଇଥିଲା। ଜୈଶ ମୁଖ୍ୟାଳୟ ପାକିସ୍ତାନ ସେନାର ଗୋଟିଏ ପ୍ରମୁଖ ପ୍ରତିଷ୍ଠାନ ପାଖରେ ରହିଛି। ଗତ ମାସରେ ଜୈଶର ଗୋଟିଏ ଅପରେସନ କେନ୍ଦ୍ରକୁ ନିଜେ ପାକିସ୍ତାନ ଆର୍ମି ମୁଖ୍ୟ ଅସିମ ମୁନିର ଉଦଘାଟନ କରିଥିଲେ। ଫେବୃଆରୀ ମାସରେ ଲସ୍କର ଓ ଜୈଶର ଟପ କ୍ୟାଡର୍ସ ପିଓକେର ରାୱଲାକୋଟେରେ କଶ୍ମୀର ଦିବସ ପାଇଁ ଏକାଠି ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ହମାସର ଜଣେ ବରିଷ୍ଠ ସଦସ୍ୟ ଭାଷଣ ଦେଇ କଶ୍ମୀର ପ୍ରସଙ୍ଗ ଉଠାଇଥିଲା। ଅଲ ଅକସା ଫ୍ଲଡ୍ସ ବ୍ୟାନରରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଅଲ ଅକସା ନାମକ ଗୋଟିଏ ମସଜିଦ ଜେରୁଜେଲମରେ ରହିଛି। ଏହାକୁ ନେଇ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ବିବାଦ ଚାଲିଛି। ତଦନ୍ତକାରୀ ସଂସ୍ଥା ଆଶଙ୍କା କରିଛନ୍ତି ଯେ ଜମ୍ମୁ-କଶ୍ମରୀରେ ଆତଙ୍କବାଦୀମାନେ ଚଳାଇଥିବା ସେମାନଙ୍କର ଜିହାଦୀ ପ୍ରଚାରକୁ ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ସହ ଲିଙ୍କ କରିବାକୁ ଚେଷ୍ଟା କରିଛନ୍ତି। ସେମାନଙ୍କ କହିବା କଥା ଯେ ବେଆଇନ ଭାବେ ଭାରତ ଓ ଇସ୍ରାଏଲ କାମ କରୁଛନ୍ତି।

ପାକିସ୍ତାନରେ ଗଲା ଗୋଟିଏ ବର୍ଷ ମଧ୍ୟରେ ହମାସ ନିଜର ଉପସ୍ଥିତିକୁ ସକ୍ରିୟ କରିଛି। ବିଶେଷ କରି ୨୦୨୩ ଅକ୍ଟୋବର ୭ରେ ହମାସ ପକ୍ଷର ଇସ୍ରାଏଲରେ ଆକ୍ରମଣ କରାଯିବା ପରେ ଏପରି ଘଟଣା ଘଟିଛି। ଗତବର୍ଷ ଜାନୁଆରୀ ମାସରେ ହମାସର ମୁଖପାତ୍ର କ୍ୱାଡୌମିକୁ ପାକିସ୍ତାନ ସଂସଦରେ ଉଦବୋଧନ ଦେବାକୁ ନିମନ୍ତ୍ରଣ କରାଯାଇଥିଲା। କ୍ୱାଡୌମିକୁ ସ୍ୱାଗତ କରି ପାକିସ୍ତାନର ଜଣେ ସାଂସଦ ଦାବି କରିଥିଲେ ଯେ ଭାରତ ଓ ଇସ୍ରାଏଲ ମିଳିତ ଭାବେ ଗୋଟିଏ ଅର୍ଥନୀତିକ କରିଡର ତିଆରି କରିବାକୁ ଯୋଜନା କରିଛନ୍ତି। ଚାଇନା ପାକିସ୍ତାନ ଇକୋନୋମିକ କରିଡର ଓ ବେଲ୍ଟ ଆଣ୍ଡ ରୋଡ କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ପାଇଁ ସେମାନେ ଭାରତୀୟ ମଧ୍ୟପ୍ରାଚ୍ୟ ପୂର୍ବ ୟୁରୋପୀୟ କରିଡର ନିର୍ମାଣ କରିବାକୁ ଚାହୁଁଥିଲେ। କିନ୍ତୁ ଏହି ଯୋଜନା ଏବେ ଗାଜାର ଧ୍ୱଂସାବଶେଷ ତଳେ ଚାପି ହୋଇ ଯାଇଥିବା ସେ କହିଥିଲେ।

ଇସ୍ରାଏଲ ସହ ଯୁଦ୍ଧ କରୁଥିବା ହମାସ ସହାୟତା ପାଇଁ ଏକଦା ପାକିସ୍ତାନ କହିଥିଲା। ଏହାପରେ ହମାସ ନେତାମାନେ ପାକିସ୍ତାନ ଗସ୍ତ ଆରମ୍ଭ କରିଥିଲେ। ହମାସର ମୁଖ୍ୟ ଇସ୍ମାଇଲ ହାନିହେ ୨୦୨୪ ଜୁଲାଇ ୩୧ରେ ଇସ୍ରାଏଲ କରିଥିବା ଆକ୍ରମଣରେ ପ୍ରାଣ ହରାଇଥିଲା। ତେହରାନରେ ତା’ର ମୃତ୍ୟୁ ହେବାରୁ ପାକିସ୍ତାନ ପୂରା ଦେଶରେ ଦିନିକିଆ ଶୋକ ପାଳିଥିଲା।

ଗତବର୍ଷ କରାଚିରେ ହମାସ ପକ୍ଷରୁ ଅଲ ଅକସା ମିଲିୟନ ମାର୍ଚ୍ଚ ଆୟୋଜନ କରାଯାଇଥିଲା। କ୍ୱାଡୌମି ପାକିସ୍ତାନକୁ ନିଜର ବଡ଼ ଭାଇ ଭାବେ ମଧ୍ୟ ବିବେଚନା କରିଥିଲା। ଏବେ ହମାସ ସହ ମିଶି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଭାରତରେ ହିଂସା ସୃଷ୍ଟି କରିବାକୁ ଲାଗି ପଡ଼ିଛନ୍ତି।

ଭାରତରେ ଅବସ୍ଥାପିତ ଇସ୍ରାଏଲ ଆମ୍ବାସାଡାର ରେଉଭେନ ଅଜାର ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ଅକ୍ଟୋବର ୭ ହମାସ ଷ୍ଟ୍ରାଇକର ତୁଳନା କରିଛନ୍ତି। ଉଭୟ ହମଲା ସାଧାରଣ ଲୋକଙ୍କ ଉପରେ ହୋଇଛି ଓ ବିଭିନ୍ନ ଆତଙ୍କବାଦୀ ସଂଗଠନ ମିଳିତ ଭାବେ କାମ କରୁଥିବା ମଧ୍ୟ ସେ କହିଛନ୍ତି।

ରେଉଭେନ କହିଛନ୍ତି, “ଆତଙ୍କବାଦୀମାନେ ସବୁ ସ୍ତରରେ ପରସ୍ପର ସହ ମିଶି କାମ କରୁଛନ୍ତି ଓ ପରସ୍ପରର ଆକ୍ରମଣ ଶୈଳୀକୁ କପି କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ନିଶ୍ଚିତ ଯେ ଗୁଇନ୍ଦା ଏଜେନ୍ସିଗୁଡ଼ିକ ମିଳିତ ଭାବେ କାମ କରି ସେମାନଙ୍କୁ ପରାସ୍ତ କରିବେ। ଦୁର୍ଭାଗ୍ୟଜନ କଥା ହେଉଛି ଯେ ଆମକୁ ସ୍ୱୀକାର କରିବାକୁ ହେବ ଯେ ଆତଙ୍କବାଦୀ ସଂଗଠନ ଗୁଡ଼ିକ ପରସ୍ପର ଠାରୁ ଅନୁପ୍ରାଣିତ ହେଉଛନ୍ତି।

ପହଲଗାମ ଆକ୍ରମଣ ଓ ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲରେ ହୋଇଥିବା ଘଟଣାରେ ସମାନତା ରହିଛି। ପହଲଗାମରେ ନିରୀହ ପର୍ଯ୍ୟଟକ ସେମାନଙ୍କ ଛୁଟି କାଟୁଥିଲେ। ସେହିପରି ଇସ୍ରାଏଲରେ ଲୋକମାନେ ସଂଗୀତ କାର୍ଯ୍ୟକ୍ରମକୁ ଉପୋଭ କରୁଥିବା ବେଳେ ହମଲା ହୋଇଛି।” ସେ ମଧ୍ୟ ହମାସ ଲିଡରଙ୍କ ପାକିସ୍ତାନ ଗସ୍ତ ଓ ପହଲଗାମ ଆକ୍ରମଣ ଘଟଣାରେ ଲିଙ୍କ ଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story