Advertisment

ଦାଉଦଙ୍କୁ ଭାରତ ହସ୍ତାନ୍ତର ପାଇଁ ମୁଶାରଫଙ୍କୁ କହିଥିଲେ ଆଡ଼ଭାନୀ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଆଜି ପରଲୋକ ଘଟିଛି।

author-image
Tapas Behera
LK Advani

LK Advani

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଆଜି ପରଲୋକ ଘଟିଛି। ଦୁବାଇର ଏକ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ପରଭେଜ ମୁଶାରଫ ଅସୁସ୍ଥ ଥିଲେ ଏବଂ ତାଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି। ତେବେ ୨୦୦୧ ମସିହାରେ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ପରଭେଜ ମୁଶାରଫ ଭାରତ ଗସ୍ତରେ ଆସିଥିଲେ। ସେ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ତାଙ୍କର ଆଗ୍ରା ସମ୍ମିଳନୀ ଥିଲା। ସେତେବେଳେ ଦେଶରେ କେନ୍ଦ୍ରରେ ଗୃହମନ୍ତ୍ରୀ ଏଲକେ ଆଡ଼ଭାନୀ ଥିଲେ। ସେହି ସମୟରେ ଭାରତରୁ ପଳାତକ ତଥା ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କୁ ଭାରିତକୁ ହସ୍ତାନ୍ତ କରିବାକୁ ଆଡ଼ଭାନୀ ମୁଶାରଫଙ୍କୁ ଆହ୍ୱାନ କରିଥିଲେ। ଆଡ଼ଭାନୀଙ୍କ ଆହ୍ୱାନ ମୁସାରଫଙ୍କ ପାଇଁ ବେଶ ଅସହଜ ହୋଇଥିଲା। ସେତେବେଳେ ଭାରତ ଗସ୍ତରେ ଆସିଥିବା ପରଭେଜ ମୁସାରଫ ରାଷ୍ଟ୍ରପତି ଭବନରେ ରହୁଥିଲେ।

Advertisment

ଆଡ଼ଭାନୀଙ୍କ ପ୍ରଶ୍ନ ଶୁଣି ମୁଶାରଫ ମୁହଁ ଲାଲ ହୋଇଯାଇଥିଲା। ଅଡ଼ୁଆରେ ପଡ଼ିଥିବା ମୁଶାରଫ ପାକିସ୍ତାନରେ ଦାଉଦ ରହୁନଥିବା କହିଥିଲେ। ଏହାକୁ ଅଡଭାନୀ ତାଙ୍କ ବ୍ଲଗ ପୋଷ୍ଟରେ ୨୦୧୧ରେ ଉଲ୍ଲେଖ କରିଥିଲେ। ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ ଅବୋଟାବାଦର ଗ୍ୟାରିସନ ଟାଉନରେ ଲୁଚି ରହିଥିବା ବେଳେ ଏହି ସୁରକ୍ଷା ସୁଡ଼ଙ୍କ ମୁଶାରଫଙ୍କ ସମୟରେ ନିର୍ମାଣ ହୋଇଥିଲା । କାରଣ ସେତେବେଳେ ପାକିସ୍ତାନରେ ପରିସ୍ଥିତି ସମ୍ପୂର୍ଣ୍ଣ ମୁଶାର‍ଫଙ୍କ ନିୟନ୍ତ୍ରଣରେ ଥିଲା। କିନ୍ତୁ ମୁଶାରଫ ଦାଉଦ ତାଙ୍କ ଦେଶରେ ଅଛନ୍ତି ବୋଲି ଅସ୍ୱୀକାର କରିଥିଲେ।

କିନ୍ତୁ ଜଣେ ପାକିସ୍ତାନୀ ଅଫିସର ମୁଶାରଫ ଧଳା ମିଛ କହିଥିବା ଆଡ଼ଭାନୀଙ୍କୁ କହିଥିଲେ। ଏକଥା ଆଡ଼ଭାନୀ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ମୁଶାରଫ ଯାହା କହିଥିଲେ ତାଙ୍କ ସହ ଆସିଥିବା ଜଣେ ଅଫିସର ସିକ୍ରେଟ ଭାବେ ଆଡ଼ଭାନୀଙ୍କୁ କହିଥିଲେ। ସେ କହିଥିଲେ ଯେ, ଆମ ରାଷ୍ଟ୍ରପତି ଯାହା କୁହନ୍ତି ସବୁ ମିଛ। ସେ ସମୟରେ ଆମେରିକା ଦାଉଦ ଇବ୍ରାହିଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା । ଦାଉଦ ଇବ୍ରାହିମଙ୍କ ମଣ୍ଡ ଉପରେ ଆମେରିକା ୨୫ ମିଲିଅନ୍‌ ଡଲାର ପୁରସ୍କାର ଘୋଷଣା କରିଥିଲା।

Advertisment
India